୫-ଟି ସଚିବ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଜିଲା ଗସ୍ତ: ମାର୍ଚ୍ଚ ୨୦ ସୁଦ୍ଧା ଶାମଗୁଡ଼ିଆ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ
କେନ୍ଦ୍ରାପଡା ଅଫିସ, ୧୫ା୧୦: ୨୦୨୦ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସହର ନିକଟ ଶାମଗୁଡିଆଠାରେ ନିର୍ମାଣାଧୀନ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରର ତଳ ମହଲା ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଜିଲା ମୁଖ୍ୟ ଚିକତ୍ସାଳୟର ଡପିଡି ଓ ଡାଇଲିସିସ୍ ସେଣ୍ଟରର…
ଭୁବନେଶ୍ବର ବିମାନବନ୍ଦରରୁ ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ କରିଛି ରାଜସ୍ବ ଗୁଇନ୍ଦା ବିଭାଗ। ମଙ୍ଗଳବାର ମାଲେସିଆର କ୍ୱାଲାଲମପୁରରୁ ୨ ଜଣ ସିଗାରେଟ୍ ନେଇ ପୋଲିସ ସେମାନଙ୍କୁ ଅଟକ ରଖିଛି। ତାଙ୍କ ପାଖରୁ ପ୍ରାୟ ୪୦୦ଟି ପ୍ୟାକେଟ ବିଦେଶୀ ବ୍ରାଣ୍ଡର ସିଗାରେଟ ଜବତ…
ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ନନ୍ଦନକାନନରେ ପୁଣି ଏକ ମହାବଳ ବାଘ ଆଖି ବୁଜିଛି। ମଙ୍ଗଳବାର ସକାଳ ୧୦.୧୫ ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ମିଳିଛି। କିଛି ଦିନ ହେଲା ଶୁଭ୍ରାଂଶୁ ରକ୍ତ ସଂକ୍ରମଣଜନିତ ରୋଗରେ…
ବିଏମ୍ସିର ରାଜସ୍ବ ଚିନ୍ତା
ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜସ୍ବ ବଢ଼ାଇବା ଚିନ୍ତାରେ ବାଉଳିଚାଉଳି ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ଆର୍ଥିକ ବର୍ଷ ଶେଷ ସୁଦ୍ଧା କିପରି ୧୫୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବ, ଏନେଇ ଟେର୍ ପାଉନି ବିଏମ୍ସି। ସର୍ବକ୍ଷମା ଯୋଜନାରେ ସୁଧାର ହେଉ…
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ରାଜସ୍ବ ଅଧିକାରୀ
କଟକ ରୋଡ,୧୫ା୧୦(ଡି.ଏନ୍.ଏ.): ମ୍ୟୁଟେଶନ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ଅଧିକାରୀ। ସେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଦୋଲଣଶାସନ ଗ୍ରାମର ଦେବଦତ୍ତ ମିଶ୍ର।…
ଆଜିଠୁ ଭୁବନେଶ୍ୱର ନୟାଗଡ଼ ସେବା ଏକ୍ସପ୍ରେସ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଭୁବନେଶ୍ୱର-ନୟାଗଡ଼ ସେବା ଏକ୍ସପ୍ରେସ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅପରାହ୍ନ ୧ଟା ୩୦ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦ୍ଘାଟନ କରିବେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନୀ…
କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ/ଭୁବନେଶ୍ୱର, (ବ୍ୟୁରୋ)୧୫ା୧୦: ସୋମବାରଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ହବିଷିଆଳିମାନେ ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ୩ହଜାର ହବିଷିଆଳିଙ୍କ ପାଇଁ ଶ୍ରୀକ୍ଷେତ୍ରରେ ୩ଟି ଆଶ୍ରୟସ୍ଥଳୀ କରାଯାଇଛି। ଏଠାରେ ସେମାନଙ୍କ ଲାଗି ରହିବା, ମହାପ୍ରସାଦ…
ବିଜେପୁର ଉପନିର୍ବାଚନ : ପ୍ରାର୍ଥୀଙ୍କ କଥା, ସେମାନଙ୍କ ମୁହଁରୁ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ। ମାତ୍ର ୧୮ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ ଦେବେ ବିଜେପୁରବାସୀ। ୨୦୧୮ ପରି ୨୦୧୯ରେ ମଧ୍ୟ ଏହି ଅଞ୍ଚଳ ଦେଖିବାକୁ ଯାଉଛି ଏକ ଉପନିର୍ବାଚନ। ନିର୍ବାଚନ ରଣାଙ୍ଗନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଭାବେ…
ଭୁବନେଶ୍ୱରରୁ ଏୟାର ଏସିଆ ଉଡ଼ାଇବ ଆଉ ୪ ବିମାନ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଭୁବନେଶ୍ୱରରୁ ଆଉ ୪ ବିମାନ ଉଡ଼ାଇବ ଏୟାର ଏସିଆ। ଖୁବ୍ଶୀଘ୍ର ତିନୋଟି ରୁଟ୍ରେ ଏହି ବିମାନଗୁଡିକ ଚଳାଚଳ କରିବ ବୋଲି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସଚିବ ଏହି ସୂଚନା ଦେଇଛନ୍ତି।…
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଗତ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆଶାୟୀ ପ୍ରଫେସରମାନେ ବିଜ୍ଞପ୍ତି ପ୍ରକାଶ…
ଓଟିଇଟି ପରୀକ୍ଷାରେ ବିଭ୍ରାଟ ଘଟଣା: ବୋର୍ଡ କାର୍ଯ୍ୟାଳୟ ଘେରାଉ
କଟକ ଅଫିସ,୧୫ା୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷାରେ ଅନେକ ବିଭ୍ରାଟ ଘଟିଛି। ଗତ ୯ ତାରିଖରେ ବୋର୍ଡ ପକ୍ଷରୁ ପରୀକ୍ଷାର ଉତ୍ତର ଶିଟ୍ ଅନ୍ଲାଇନରେ ପ୍ରକାଶ ପାଇଥିଲା। ହେଲେ ପ୍ରତି ଶିଟ୍ରେ ଉତ୍ତର…
ପହିଲି କାର୍ତ୍ତିକ ଅବସରରେ ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼
କୋଣାର୍କ, ୧୫ା୧୦(ଡି.ଏନ୍.ଏ.): ଚନ୍ଦ୍ରଭାଗାଠାରେ ପହିଲି କାର୍ତ୍ତିକ ଅବସରରେ ହବିଷିଆଳିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପବିତ୍ର କାର୍ତ୍ତିକମାସ ଅବସରରେ ମାସ ବ୍ୟାପି ବ୍ରତ ପାଳନ ଓ ସୂର୍ଯ୍ୟନାରାୟଣଙ୍କ ପୂଜାର୍ଚ୍ଚନା କରିବା ପାଇଁ ଚନ୍ଦ୍ରଭାଗାସ୍ଥିତ ଦରିଆ ମହାବୀର ମନ୍ଦିର ଓ ଛୋଟାରାମ ମଠରେ ପ୍ରାୟ…

