ଗଣତି କାର୍ଯ୍ୟ ଶୃଙ୍ଖଳିତ କରିବାକୁ ତତ୍ପରତା

ବାଲେଶ୍ୱର ଅଫିସ, ୨୨।୫-ସାଧାରଣ ନିର୍ବାଚନ ପରେ ବିଭିନ୍ନ ଗଣମାଧ୍ୟମରେ ଏକଜିଟ୍‌ ପୋଲ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢ଼ି ଚାଲିଥିବା ବେଳେ ଆସନ୍ତା ୨୩ତାରିଖରେ ଗଣତି ହେବ। ବାଲେଶ୍ୱର ଜିଲାର ଲୋକ ସଭା ଏବଂ ସମସ୍ତ ବିଧାନସଭା କ୍ଷେତ୍ରର ଗଣତି ପୂର୍ବାହ୍ନ ୭ଟାରୁ ଆରମ୍ଭ ହେବ। ନୀଳଗିରି ନିର୍ବାଚନମଣ୍ଡଳୀର ଗଣତି ନୀଳଗିରି କେସି ହାଇସ୍କୁଲରେ ହେବାକୁ ଥିବା ବେଳେ ଜଳେଶ୍ୱର, ଭୋଗରାଇ, ବସ୍ତା, ସଦର, ରେମୁଣା, ସୋର, ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀର ଗଣତି ଜିଲାପାଳଙ୍କ କାର୍ଯ୍ୟାଳୟର ପରିସର ନବନିର୍ମିତ କୋଠାରେ ହେବ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଭୋଟ ଗଣତି କାର୍ଯ୍ୟକ୍ରମରେ ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୭ଶହ ଜଣଙ୍କୁ ନିଯୁକ୍ତି କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଜିଲାର ରିଟର୍ନିଂ ଅଫିସର ଓ ପରେ ଗଣତିରେ ନିଯୁକ୍ତି ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନବନିର୍ମିତ କୋଠାରେ ୭ଟି ନିର୍ବାଚନମଣ୍ଡଳୀ ପାଇଁ ୭ଟି ହଲ୍‌ରେ ଗଣତି କାର୍ଯ୍ୟକ୍ରମ ହେବ। ପ୍ରତି ହଲ୍‌ରେ ବିଧାନସଭା ପାଇଁ ୭ଟି ଓ ଲୋକ ସଭା ପାଇଁ ୭ଟି ଟେବୁଲ୍‌ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟେବୁଲ୍‌ ପାଇଁ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ସହକାରୀ ସୁପରଭାଇଜର ଏବଂ ମାଇକ୍ରୋ ପର୍ଯ୍ୟବେକ୍ଷକ ରହିବେ। ଏହାସହିତ ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଫିସର ଏବଂ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍‌ ଏବଂ ପରେ ଷ୍ଟ୍ରଙ୍ଗରୁମ୍‌ରୁ ଇଭିଏମ୍‌ ଓ ଭିଭିପିଏଟି ଅଣାଯାଇ ଗଣତି କାର୍ଯ୍ୟ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନୁସାରେ ୫ଟି ବୁଥ୍‌ର ଭିଭିପିଏଟି ଏବଂ ଇଭିଏମ୍‌ ମେଳ କରାଯିବ। ଏହି ୫ଟି ବୁଥ୍‌ ଧର୍ମଗୁଳା ଦ୍ୱାରା ଚୟନ କରାଯିବାର ବ୍ୟବସ୍ଥା ହୋଇଛି। ତ୍ରିସ୍ତରୀୟ ନିରାପତ୍ତା ଭିତରେ ଇଭିଏମ୍‌ ଖୋଲିବାଠାରୁ ଆରମ୍ଭ କରି ଗଣତି ସରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଭିଡିଓ ଶୁଟିଂ କରାଯିବ। ଇଭିଏମ୍‌କୁ ଜଗିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିବା ବେଳେ ଗଣତି ହଲ୍‌ରେ ରାଜ୍ୟ ଆର୍ମ ପୋଲିସ ଦାୟିତ୍ୱରେ ରହିଛନ୍ତି। ସେହିପରି ପରିସର ସୁରକ୍ଷା ଦାୟିତ୍ୱ ଜିଲା ପୋଲିସ ଦାୟିତ୍ୱ ନେଇଛି। ଗଣତି ବେଳେ ପ୍ରତି ରାଉଣ୍ଡ ଫଳାଫଳ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ଅବଗତ କରାଇବା ସହ ତୁରନ୍ତ ସରକାରୀ ୱେବସାଇଟ୍‌ରେ ଅପଲୋଡ୍‌ କରାଯିବ। ଏହା ଏଲ୍‌ଇଡି ଡିସ୍‌ପ୍ଲେରେ ଜନସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଫଟୋ ଓ ଭିଡିଓ ପାଇଁ ପର୍ଯ୍ୟାୟକ୍ରମେ ସୁଯୋଗ ମିଳିବାର ବ୍ୟବସ୍ଥା ହୋଇଛି। ଭୋଟ ଗଣତି ସମୟରେ ଅଧିକ ଜନସାଧାରଣ ଗହଳିକୁ ଦୃଷ୍ଟିରେ ରଖି ଗଣତି କେନ୍ଦ୍ର ଅର୍ଥାତ୍‌ ଜିଲାପାଳ କାର୍ଯ୍ୟାଳୟ ପାର୍ଶ୍ୱ ରାସ୍ତାଗୁଡ଼ିକରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଫାଣ୍ଡିଛକରୁ ଟେକ୍ନିକାଲ ସ୍କୁଲଛକ, ଝାଡ଼େଶ୍ୱର ମନ୍ଦିରରୁ କଚେରି ଛକ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଜନଗହଳିକୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ୨୩ତାରିଖ ଭୋଟ ଗଣତିକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
ଜିଲା ସହକାରୀ ନିର୍ବାଚନ ଅଧିକାରୀ ମନୋଜ କୁମାର ସେନାପତିଙ୍କ କହିବାନୁସାରେ ସାରା ଭାରତରେ ୨୩ ତାରିଖରେ ଏକକାଳୀନ ଭୋଟ ଗଣତି କରାଯାଉଛି। ବାଲେଶ୍ୱର ଜିଲାରେ ୨ଟି ସ୍ଥାନରେ ଭୋଟ ଗଣତି ବ୍ୟବସ୍ଥା ହୋଇଛି। ସୁବିଧା ଓ ସହଜରେ ଗଣତି ହେବା ଏବଂ ଶୀଘ୍ର ଫଳାଫଳ ପ୍ରକାଶିତ ହେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହୋଇଛି। ଗଣତି କେନ୍ଦ୍ରକୁ କେବଳ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନୁମତିପତ୍ରଧାରୀ ବ୍ୟକ୍ତିଙ୍କୁ ପ୍ରବେଶ କରାଯିବାର ନିଷ୍ପତ୍ତି ସହିତ ଗଣତି ହଲ୍‌ ଭିତରକୁ ମୋବାଇଲ୍‌ ନିଷେଧ କରାଯାଇଛି ବୋଲି ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri