Posted inରାଜ୍ୟ

ଭୋଟ ଗଣତି ପାଇଁ ସରିଲା ପ୍ରସ୍ତୁତି: ମୋଟ୍‌ ୧୬ ଟେବୁଲ ପାଇଁ କର୍ମଚାରୀ ନିୟୋଜିତ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ତାରିଖର ଭୋଟ ଗଣତି ପାଇଁ ଆବଶ୍ୟକ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଅଣୁ ପର୍ଯ୍ୟବେକ୍ଷକ ଓ ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକମାନଙ୍କ ରାଣ୍ଡୋମାଇଜେଶନ କାର୍ଯ୍ୟ ମଙ୍ଗଳବାର ଏନ୍‌ଆଇସି ଭିଡିଓ କନ୍‌ଫରେନ୍ସ ହଲରେ ସମ୍ପୂର୍ଣ୍ଣ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଓ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର କାଉଣ୍ଟିଂ ପର୍ଯ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ଦ୍ୱିତୀୟ ରାଉଣ୍ଡ ରାଣ୍ଡୋମାଇଜେଶନ କରାଯାଇ କର୍ମଚାରୀମାନଙ୍କୁ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିୟୋଜିତ କରଯାଇଛି।
ପୂର୍ବାହ୍ନ ୮ଟାରୁ ଆରମ୍ଭ ହେଉଥିବା ଭୋଟ ଗଣତି ପାଇଁ ଆବଶ୍ୟକ କର୍ମଚାରୀମାନଙ୍କ ନାମ ତାଲିକାକୁ ଏନ୍‌ଆଇସି ସଫ୍ଟୱେର ମାଧ୍ୟମରେ ଜିଲାର ୫ଟି ବିଧାନସଭା ଗଣତି କେନ୍ଦ୍ରରେ ସାମିଲ କରାଯାଇଥିଲା। ୨୩ ତାରିଖ ସକାଳ ୬ଟାରେ ସମ୍ପୃକ୍ତ କାଉଣ୍ଟିଂ ପର୍ଯ୍ୟବେକ୍ଷକମାନେ ନିୟୋଜିତ କର୍ମଚାରୀମାନଙ୍କୁ ଟେବୁଲ ଆବଣ୍ଟନ କରିବା ପରେ ୮ ଘଟିକା ସମୟରେ ଗଣନା କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ୫ଟି ଗଣତି କେନ୍ଦ୍ରରେ ୧୬ଟି ଲେଖାଏ ଟେବୁଲ ମଧ୍ୟରୁ ୮ଟିରେ ବିଧାନସଭା ଓ ଅନ୍ୟ ୮ଟି ଟେବୁଲରେ ଲୋକ ସଭା ନିର୍ବାଚନମଣ୍ଡଳୀ ଭୋଟ ଗଣନା ହେବ। ଭୋଟ ଗଣତି କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ ପାଇଁ ସମସ୍ତ ଗଣତି କେନ୍ଦ୍ରରେ ମେଡିଆ ସେଲ ପ୍ରତିଷ୍ଠା କରାଯାଇଛି। ପାଲଲହଡ଼ା ପାଇଁ ୩୦ ଜଣ କାଉଣ୍ଟିଂ ସୁପରଭାଇଜର, ୩୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୨ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସେହିପରି ତାଳଚେର ପାଇଁ ୩୦ ଜଣ କାଉଣ୍ଟିଂ ସୁପରଭାଇଜର, ୩୨ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୨ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିବାବେଳେ ଅନୁଗୋଳ ପାଇଁ ୩୨ କାଉଣ୍ଟିଂ ସୁପରଭାଇଜର, ୩୨ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୨ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଛେଣ୍ଡିପଦା (ସଂରକ୍ଷିତ) ପାଇଁ ୨୮ ଜଣ କାଉଣ୍ଟିଂ ସୁପରଭାଇଜର, ୨୭ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୩ ଜଣ ଅଣୁପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ପାଇଁ ୩୧ ଜଣ କାଉଣ୍ଟିଂ ସୁପରଭାଇଜର, ୩୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୯ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅନୁଗୋଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣନା ହେବ। ତାଳଚେର ପାଇଁ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ, ଆଠମଲ୍ଲିକ ପାଇଁ ଆଠମଲ୍ଲିକ ମହାବିଦ୍ୟାଳୟ ଓ ପାଲଲହଡ଼ା ପାଇଁ ପାଲଲହଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣନା କାର୍ଯ୍ୟ ହେବ। ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟ ଗଣନା ପାଇଁ ରମେଶ ବର୍ମା, ଅନୁଗୋଳ ପାଇଁ ଏନ୍‌.ସି. ସାହୁ, ତାଳଚେର ପାଇଁ ଜେ.ପି. ଦେବାଗନ୍‌ ଓ ଛେଣ୍ଡିପଦା ପାଇଁ ଯୋଗେନ୍ଦ୍ର ରାମଙ୍କୁ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର (ନିର୍ବାଚନ) ଲମ୍ବୋଦର ମାରାଣ୍ଡି, ଡେପୁଟି କଲେକ୍ଟର ବୈତୁରା ଦୀପ୍‌ଙ୍କ ସମେତ ଏନ୍‌ଆଇସିର କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri