Posted inରାଜ୍ୟ

ଭୋଟ ଗଣତି ପାଇଁ ସରିଲା ପ୍ରସ୍ତୁତି: ମୋଟ୍‌ ୧୬ ଟେବୁଲ ପାଇଁ କର୍ମଚାରୀ ନିୟୋଜିତ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ତାରିଖର ଭୋଟ ଗଣତି ପାଇଁ ଆବଶ୍ୟକ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଅଣୁ ପର୍ଯ୍ୟବେକ୍ଷକ ଓ ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକମାନଙ୍କ ରାଣ୍ଡୋମାଇଜେଶନ କାର୍ଯ୍ୟ ମଙ୍ଗଳବାର ଏନ୍‌ଆଇସି ଭିଡିଓ କନ୍‌ଫରେନ୍ସ ହଲରେ ସମ୍ପୂର୍ଣ୍ଣ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଓ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର କାଉଣ୍ଟିଂ ପର୍ଯ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ଦ୍ୱିତୀୟ ରାଉଣ୍ଡ ରାଣ୍ଡୋମାଇଜେଶନ କରାଯାଇ କର୍ମଚାରୀମାନଙ୍କୁ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିୟୋଜିତ କରଯାଇଛି।
ପୂର୍ବାହ୍ନ ୮ଟାରୁ ଆରମ୍ଭ ହେଉଥିବା ଭୋଟ ଗଣତି ପାଇଁ ଆବଶ୍ୟକ କର୍ମଚାରୀମାନଙ୍କ ନାମ ତାଲିକାକୁ ଏନ୍‌ଆଇସି ସଫ୍ଟୱେର ମାଧ୍ୟମରେ ଜିଲାର ୫ଟି ବିଧାନସଭା ଗଣତି କେନ୍ଦ୍ରରେ ସାମିଲ କରାଯାଇଥିଲା। ୨୩ ତାରିଖ ସକାଳ ୬ଟାରେ ସମ୍ପୃକ୍ତ କାଉଣ୍ଟିଂ ପର୍ଯ୍ୟବେକ୍ଷକମାନେ ନିୟୋଜିତ କର୍ମଚାରୀମାନଙ୍କୁ ଟେବୁଲ ଆବଣ୍ଟନ କରିବା ପରେ ୮ ଘଟିକା ସମୟରେ ଗଣନା କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ୫ଟି ଗଣତି କେନ୍ଦ୍ରରେ ୧୬ଟି ଲେଖାଏ ଟେବୁଲ ମଧ୍ୟରୁ ୮ଟିରେ ବିଧାନସଭା ଓ ଅନ୍ୟ ୮ଟି ଟେବୁଲରେ ଲୋକ ସଭା ନିର୍ବାଚନମଣ୍ଡଳୀ ଭୋଟ ଗଣନା ହେବ। ଭୋଟ ଗଣତି କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ ପାଇଁ ସମସ୍ତ ଗଣତି କେନ୍ଦ୍ରରେ ମେଡିଆ ସେଲ ପ୍ରତିଷ୍ଠା କରାଯାଇଛି। ପାଲଲହଡ଼ା ପାଇଁ ୩୦ ଜଣ କାଉଣ୍ଟିଂ ସୁପରଭାଇଜର, ୩୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୨ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସେହିପରି ତାଳଚେର ପାଇଁ ୩୦ ଜଣ କାଉଣ୍ଟିଂ ସୁପରଭାଇଜର, ୩୨ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୨ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିବାବେଳେ ଅନୁଗୋଳ ପାଇଁ ୩୨ କାଉଣ୍ଟିଂ ସୁପରଭାଇଜର, ୩୨ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୨ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଛେଣ୍ଡିପଦା (ସଂରକ୍ଷିତ) ପାଇଁ ୨୮ ଜଣ କାଉଣ୍ଟିଂ ସୁପରଭାଇଜର, ୨୭ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୩ ଜଣ ଅଣୁପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ପାଇଁ ୩୧ ଜଣ କାଉଣ୍ଟିଂ ସୁପରଭାଇଜର, ୩୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୯ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅନୁଗୋଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣନା ହେବ। ତାଳଚେର ପାଇଁ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ, ଆଠମଲ୍ଲିକ ପାଇଁ ଆଠମଲ୍ଲିକ ମହାବିଦ୍ୟାଳୟ ଓ ପାଲଲହଡ଼ା ପାଇଁ ପାଲଲହଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣନା କାର୍ଯ୍ୟ ହେବ। ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟ ଗଣନା ପାଇଁ ରମେଶ ବର୍ମା, ଅନୁଗୋଳ ପାଇଁ ଏନ୍‌.ସି. ସାହୁ, ତାଳଚେର ପାଇଁ ଜେ.ପି. ଦେବାଗନ୍‌ ଓ ଛେଣ୍ଡିପଦା ପାଇଁ ଯୋଗେନ୍ଦ୍ର ରାମଙ୍କୁ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର (ନିର୍ବାଚନ) ଲମ୍ବୋଦର ମାରାଣ୍ଡି, ଡେପୁଟି କଲେକ୍ଟର ବୈତୁରା ଦୀପ୍‌ଙ୍କ ସମେତ ଏନ୍‌ଆଇସିର କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?