ନିଦରୁ ଉଠିଲେ ମହାପ୍ରଭୁ, ଆରମ୍ଭ ହେଲା ଶୁଭକାଳ
ପୁରୀ ଅଫିସ, ୯ା୧୧: ରଥଯାତ୍ରା ପରେ ହରିଶୟନ ଏକାଦଶୀରେ ନିଦ୍ରା ଯାଇଥିଲେ ମହାପ୍ରଭୁ। ଚାରି ମାସ ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିଛନ୍ତି। ଏହି କାର୍ତ୍ତିକ ଶୁକ୍ଳ ଏକାଦଶୀକୁ ହରି ଉତ୍ଥାପନ ଏକାଦଶୀ କୁହାଯାଏ। ଶ୍ରୀମନ୍ଦିରରେ ଶୁକ୍ରବାର ହରି…
ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଫ୍ୟାମିଲ ପେନ୍ସନ୍ ପ୍ରଦାନ ମାମଲା: ୩ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ଅଫିସ,୯ା୧୧: ସ୍ବାଧୀନତା ସଂଗ୍ରାମୀଙ୍କ ବିଧବା ସ୍ତ୍ରୀଙ୍କୁ ପେନ୍ସନ୍ ପ୍ରଦାନ ସମ୍ପର୍କିତ ଏକ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ୩ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ରାଜ୍ୟ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବିକାଶ ଦାସଙ୍କ ପକ୍ଷରୁ…
ବସ୍-କାର୍ ମୁହଁ।ମୁହିଁ ଧକ୍କା, ୧୫ ଆହତ
ଗୋପ,୯ା୧୧(ଡି.ଏନ୍.ଏ.): ନିମାପଡ଼ା-ଗୋପ ରାସ୍ତାର କୁଶୁପୁର ଗାଁ ଛକ ନିକଟରେ ଶୁକ୍ରବାର ଏକ ବସ୍ ଓ କାର୍ ମୁହଁ।ମୁହିଁ ଧକ୍କା ହେବାରୁ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସ୍ଥାନୀୟ ଅଗ୍ନିଶମ ବିଭାଗ ଆହତମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।…
ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା
ଭୁବନେଶ୍ୱର,୮।୧୧: ଇଣ୍ଡିଆନ୍ ଅଏଲ ପକ୍ଷରୁ ବାଲିଅନ୍ତା ବ୍ଲକ ଉମାଦେଇପୁର ବ୍ରହ୍ମପୁର ପଞ୍ଚାୟତର ଅନ୍ତର୍ଗତ ନାଗପୁର ଗ୍ରାମର କୁମର ରାଉତ(୭୦) ଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। କମ୍ପାନୀର ମହାପ୍ରବନ୍ଧକ ଦେବୀ ପ୍ରସାଦ ଶତପଥୀ ଏବଂ ମୁଖ୍ୟ ପ୍ରବନ୍ଧକ ଶ୍ରୀନିବାସ ପାତ୍ର ଏହି ସାଇକେଲକୁ…
ଡିସେମ୍ବର ୨ରୁ ‘ମିଶନ ଇନ୍ଦ୍ରଧନୁଷ୍ ୨.୦’: ୧୧ ରୋଗ ପାଇଁ ହେବ ଟିକାକରଣ
ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଶିଶୁଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ଲାଗି ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ମସ୍ତିଷ୍କ ଜ୍ୱର ନିରାକରଣ ପାଇଁ ନଭେମ୍ବର ୧୧ରୁ ଟିକାକରଣ ଓ ଇଣ୍ଟେନ୍ସିିଫାଇଡ୍ ‘ମିଶନ ଇନ୍ଦ୍ରଧନୁଷ ୨.୦’ କାର୍ଯ୍ୟକ୍ରମ ଡିସେମ୍ବର ୨ରୁ…
ସ୍କର୍ପିଓ ସହ ଅପହୃତ ଯୁବକ ଉଦ୍ଧାର: ୩ ଗିରଫ
ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଇନ୍ଫୋସିଟି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ସମେତ ସ୍କର୍ପିଓ ଗାଡ଼ିକୁ ଶୁକ୍ରବାର ପୋଲିସ ରାଜଧାନୀ ଉପକଣ୍ଠରୁ ଉଦ୍ଧାର କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ…
ବୁଲ୍ବୁଲ୍ ପାଇଁ ରେଳପଥ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ହେଲ୍ପ୍ଲାଇନ ନମ୍ବର ଜାରି
ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିସହ ଯାତ୍ରୀମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ୮୪୫୫୮୮୫୯୩୯, ୦୬୭୪-୨୩୦୩୫୬୪ ନମ୍ବରରେ ଯାତ୍ରୀମାନେ ଯୋଗାଯୋଗ କରିପାରିବେ। ଏଥିସହ ପ୍ରମୁଖ ଅଧିକାରୀମାନଙ୍କୁ…
ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା
କଟକ ଅଫିସ,୯ା୧୧: ଆସନ୍ତା ୧୨ରେ କଟକ ବାଲିଯାତ୍ରା। ଏଠାରେ ବୁଲିବା ସହ ଚଟ୍ପଟି ଖାଦ୍ୟର ମଜା ନେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ସମାଗମ ହୋଇଥାଏ। ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ…
ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା
ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍ବୁଲ୍କୁ ନେଇ ବେଶ୍ ଚିନ୍ତିତ ହୋଇପଡିଛନ୍ତି। ଯଦିଓ ବୁଲ୍ବୁଲ୍ ଓଡ଼ିଶାକୁ ଛୁଇଁବ ନାହିଁ କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ। ବିଶେଷକରି…
ଦୂରହୋଇପାରୁନି ଭୟ
ପୁରୀ ଅଫିସ,୯ା୧୧: ବାତ୍ୟା ବୁଲ୍ବୁଲ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ କିନ୍ତୁ ଏହାର ପ୍ରଭାବ ପଡିବ। ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ବର୍ଷା ଓ ପବନ ହେବ। ବୁଲ୍ବୁଲକୁ ନେଇ ପାଣିପାଗ ବିଭାଗ ଏଭଳି ଆକଳନ କରିଥିଲେ ମଧ୍ୟ ଉପକୂଳବର୍ତ୍ତୀ ପୁରୀ ଜିଲାବାସୀ…
ଆପ୍ରେଣ୍ଟିସ୍ଶିପ୍ ପ୍ରଶିକ୍ଷଣ ନେବେ ୭ହଜାର ଯୁବତୀଯୁବକ
ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ୭ହଜାର ଆପ୍ରେଣ୍ଟିସ୍ଶିପ୍ ବା ଶିକ୍ଷାନବିସ୍୍ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୮୩୫ ଆପ୍ରେଣ୍ଟିସ୍ଶିପ୍ ସଂସ୍ଥା ପଞ୍ଜୀକୃତ ଅଛନ୍ତି। ଆଇଟିଆଇରେ ୩୩% ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି। ବୈଷୟିକ କ୍ଷେତ୍ରରେ ସେମାନଙ୍କୁ…
ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ପୁରୁଣା ଭୁବନେଶ୍ୱର,୯ା୧୧ (ଡି.ଏନ.ଏ.): ଖଣି ଓ ସଂସଦୀୟ ବ୍ୟାପର କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିଲେ। ତାଙ୍କ ସହ ନାଲ୍କୋ ସିଏମ୍ଡି ତପନ କୁମାର ଚାନ୍ଦ ଥିଲେ। ଉଭୟଙ୍କୁ ସକାଳ ୯ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନିକ ଅଧିକାରୀ…

