ଆପ୍ରେଣ୍ଟିସ୍‌ଶିପ୍‌ ପ୍ରଶିକ୍ଷଣ ନେବେ ୭ହଜାର ଯୁବତୀଯୁବକ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ୭ହଜାର ଆପ୍ରେଣ୍ଟିସ୍‌ଶିପ୍‌ ବା ଶିକ୍ଷାନବିସ୍‌୍‌ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୮୩୫ ଆପ୍ରେଣ୍ଟିସ୍‌ଶିପ୍‌ ସଂସ୍ଥା ପଞ୍ଜୀକୃତ ଅଛନ୍ତି। ଆଇଟିଆଇରେ ୩୩% ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି। ବୈଷୟିକ କ୍ଷେତ୍ରରେ ସେମାନଙ୍କୁ ଦକ୍ଷ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ମହିଳାମାନେ ପାରମ୍ପରିକ ଦକ୍ଷତା ପ୍ରଶିକ୍ଷଣ ମଧ୍ୟରେ ସୀମିତ ନ ରହି କିଭଳି ପୁରୁଷଙ୍କ ଆଧିପତ୍ୟ ଥିବା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ ସେଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।
ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଟିଇଟି) ଏବଂ ରାଜ୍ୟ ଶିକ୍ଷାନବିସ୍‌ ପରାମର୍ଶଦାତାଙ୍କ ଦ୍ୱାରା ଶୁକ୍ରବାର ସ୍ଥାନୀୟ ଗୋପବନ୍ଧୁ ଏକାଡେମୀଠାରେ ଆପ୍ରେଣ୍ଟିସ୍‌ ଆକ୍ଟ-୧୯୬୧ ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ନାୟକ ଯୋଗଦେଇଥିଲେ। ଶିଳ୍ପାନୁଷ୍ଠାନଗୁଡ଼ିକ ଗୁଣାତ୍ମକ ଶିକ୍ଷାନବିସ୍‌ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଗୁରୁତ୍ୱାରୋପ କରିଥିଲେ। ଯୁବଗୋଷ୍ଠୀ ତଥା ଆଇଟିଆଇ ତାଲିମପ୍ରାପ୍ତ ଝିଅ ଓ ପୁଅମାନେ ଉକ୍ତ ଅଭିଜ୍ଞତାକୁ ନେଇ ବିଶ୍ୱସ୍ତରରେ ନିଯୁକ୍ତିଯୋଗ୍ୟ ହୋଇପାରିବେ ବୋଲି ସେ କହିଥିଲେ। କଟକ ଏମ୍‌ପି ତଥା ସଂସଦୀୟ ଶ୍ରମ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ କହିଥିଲେ, ଓଡ଼ିଶାର ଦକ୍ଷଶିଳ୍ପୀ ବିଶ୍ୱ ଦରବାରରେ ପ୍ରଶଂସିତ। ପାରମ୍ପରିକ ଦକ୍ଷତା ବ୍ୟତୀତ ବୈଷୟିକ ଜ୍ଞାନ ଓ ଦକ୍ଷତାପୂର୍ଣ୍ଣ ଯୁବଗୋଷ୍ଠୀଙ୍କୁ ଶିକ୍ଷାନବିସ୍‌ ପ୍ରଶିକ୍ଷଣ ଜରିଆରେ ଅଧିକ କୁଶଳୀ କାରିଗର ଭାବେ ଗଢ଼ି ତୋଳିବାକୁ ସେ ଉପସ୍ଥିତ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ନାଲ୍‌କୋ, ପିପିଏଲ୍‌, ହିଣ୍ଡାଲ୍‌କୋ ଓ ଉତ୍କଳ ଆଲୁମିନା ସହ ଆପ୍ରେଣ୍ଟିସ୍‌ଶିପ୍‌୍‌ ନିମନ୍ତେ ଥିବା ସମସ୍ୟା, ଆହ୍ବାନ ଏବଂ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ନିମନ୍ତେ ଆଲୋଚନା ହୋଇଥିଲା। ଏଥିରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରେଘୁ ଜି. ଅଧ୍ୟକ୍ଷତା କରିଥିବାବେଳେ ଉପନିର୍ଦ୍ଦେଶକ ଅଜୟ ପଣ୍ଡା ପରିଚାଳନା କରିଥିଲେ। ଶ୍ରମ କମିଶନର ନିରଞ୍ଜନ ସାହୁ, ନିୟୋଜନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?