ଆପ୍ରେଣ୍ଟିସ୍‌ଶିପ୍‌ ପ୍ରଶିକ୍ଷଣ ନେବେ ୭ହଜାର ଯୁବତୀଯୁବକ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ୭ହଜାର ଆପ୍ରେଣ୍ଟିସ୍‌ଶିପ୍‌ ବା ଶିକ୍ଷାନବିସ୍‌୍‌ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୮୩୫ ଆପ୍ରେଣ୍ଟିସ୍‌ଶିପ୍‌ ସଂସ୍ଥା ପଞ୍ଜୀକୃତ ଅଛନ୍ତି। ଆଇଟିଆଇରେ ୩୩% ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି। ବୈଷୟିକ କ୍ଷେତ୍ରରେ ସେମାନଙ୍କୁ ଦକ୍ଷ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ମହିଳାମାନେ ପାରମ୍ପରିକ ଦକ୍ଷତା ପ୍ରଶିକ୍ଷଣ ମଧ୍ୟରେ ସୀମିତ ନ ରହି କିଭଳି ପୁରୁଷଙ୍କ ଆଧିପତ୍ୟ ଥିବା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ ସେଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।
ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଟିଇଟି) ଏବଂ ରାଜ୍ୟ ଶିକ୍ଷାନବିସ୍‌ ପରାମର୍ଶଦାତାଙ୍କ ଦ୍ୱାରା ଶୁକ୍ରବାର ସ୍ଥାନୀୟ ଗୋପବନ୍ଧୁ ଏକାଡେମୀଠାରେ ଆପ୍ରେଣ୍ଟିସ୍‌ ଆକ୍ଟ-୧୯୬୧ ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ନାୟକ ଯୋଗଦେଇଥିଲେ। ଶିଳ୍ପାନୁଷ୍ଠାନଗୁଡ଼ିକ ଗୁଣାତ୍ମକ ଶିକ୍ଷାନବିସ୍‌ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଗୁରୁତ୍ୱାରୋପ କରିଥିଲେ। ଯୁବଗୋଷ୍ଠୀ ତଥା ଆଇଟିଆଇ ତାଲିମପ୍ରାପ୍ତ ଝିଅ ଓ ପୁଅମାନେ ଉକ୍ତ ଅଭିଜ୍ଞତାକୁ ନେଇ ବିଶ୍ୱସ୍ତରରେ ନିଯୁକ୍ତିଯୋଗ୍ୟ ହୋଇପାରିବେ ବୋଲି ସେ କହିଥିଲେ। କଟକ ଏମ୍‌ପି ତଥା ସଂସଦୀୟ ଶ୍ରମ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ କହିଥିଲେ, ଓଡ଼ିଶାର ଦକ୍ଷଶିଳ୍ପୀ ବିଶ୍ୱ ଦରବାରରେ ପ୍ରଶଂସିତ। ପାରମ୍ପରିକ ଦକ୍ଷତା ବ୍ୟତୀତ ବୈଷୟିକ ଜ୍ଞାନ ଓ ଦକ୍ଷତାପୂର୍ଣ୍ଣ ଯୁବଗୋଷ୍ଠୀଙ୍କୁ ଶିକ୍ଷାନବିସ୍‌ ପ୍ରଶିକ୍ଷଣ ଜରିଆରେ ଅଧିକ କୁଶଳୀ କାରିଗର ଭାବେ ଗଢ଼ି ତୋଳିବାକୁ ସେ ଉପସ୍ଥିତ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ନାଲ୍‌କୋ, ପିପିଏଲ୍‌, ହିଣ୍ଡାଲ୍‌କୋ ଓ ଉତ୍କଳ ଆଲୁମିନା ସହ ଆପ୍ରେଣ୍ଟିସ୍‌ଶିପ୍‌୍‌ ନିମନ୍ତେ ଥିବା ସମସ୍ୟା, ଆହ୍ବାନ ଏବଂ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ନିମନ୍ତେ ଆଲୋଚନା ହୋଇଥିଲା। ଏଥିରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରେଘୁ ଜି. ଅଧ୍ୟକ୍ଷତା କରିଥିବାବେଳେ ଉପନିର୍ଦ୍ଦେଶକ ଅଜୟ ପଣ୍ଡା ପରିଚାଳନା କରିଥିଲେ। ଶ୍ରମ କମିଶନର ନିରଞ୍ଜନ ସାହୁ, ନିୟୋଜନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri