ପରିବେଶ ଉପଯୋଗୀ କାର୍ତ୍ତିକ ପୂର୍ଣ୍ଣିମା ଚିନ୍ତା : ସୋଲ, ଜରି ଡଙ୍ଗା ଉପରେ ଲାଗୁନି କଟକଣା

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ) : ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ଏହି ଦିନ ସକାଳୁ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ଡଙ୍ଗା ଭସାଇ ଲୋକେ ଓଡ଼ିଶାର ପ୍ରାଚୁର୍ଯ୍ୟ ଐତିହ୍ୟକୁ ମନେପକାଇଥାନ୍ତି। ସାଧାରଣତଃ କଦଳୀ ବାସୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ ଥୋଇ ଏହି ଉତ୍ସବ ପାଳନ କରିବାର ନିୟମ ରହିଛି। ହେଲେ ଧୀରେ ଧୀରେ ସୋଲ, ଜରି ଓ କାଗଜ ପ୍ରସ୍ତୁତ ଡଙ୍ଗା କଦଳୀ ବାସୁଙ୍ଗା ଡଙ୍ଗାର ସ୍ଥାନ ନେବାକୁ ବସିଲାଣି, ଯାହାର କୁପ୍ରଭାବ ସିଧାସଳଖ ପରିବେଶ ଉପରେ ପଡ଼ୁଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସରିବା ପରେ କୁଢ଼ କୁଢ଼ ଆବର୍ଜନା ନଦୀ, ସମୁଦ୍ର ସହ ବିଭିନ୍ନ ଜଳଉତ୍ସରେ ଜମାହୋଇ ରହୁଛି। ପରିବେଶ ଉପଯୋଗୀ କଦଳୀ ବାସୁଙ୍ଗା ଡଙ୍ଗା ବଜାରରେ ଉପଲବ୍ଧ ହେଉ ନ ଥିବାବେଳେ ଯଦି ମିଳୁଛି, ତାହାର ଦାମ୍‌ ଅଧିକ ରହୁଛି। ତେଣୁ କମ୍‌ ଦାମ୍‌ରେ ମିଳୁଥିବା ସୋଲ ଓ ଜରିରେ ପ୍ରସ୍ତୁତ ଡଙ୍ଗା ନେବାକୁ ଲୋକେ ପସନ୍ଦ କରୁଛନ୍ତି। ଚଳିତବର୍ଷ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ସୋଲ୍‌ ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ପ୍ରତିବର୍ଷ ଭଳି ଗଦା ଗଦା ସୋଲ ଓ ଜରି ନିର୍ମିତ ଡଙ୍ଗା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ କିଛି ସାମାଜିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷ ଗ୍ରୀନ୍‌ ହୋଲି ଓ ଗ୍ରୀନ୍‌ ଦୀପାବଳି ଭଳି ଚଳିତବର୍ଷ ନିଆରା ଭାବେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବାକୁ ଯୋଜନା କରିଛନ୍ତି। ସୋଲ ଓ ଜରିରେ ପ୍ରସ୍ତୁତ ଡଙ୍ଗା ପରିବର୍ତ୍ତେ କଦଳୀ ବାସୁଙ୍ଗା ଡଙ୍ଗା ଭସାଇ ଏହି ପାରମ୍ପରିକ ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବେଶ ଉପଯୋଗୀ ଡଙ୍ଗା ଭସାଇ ଜଳଉତ୍ସକୁ ପ୍ରଦୂଷଣମୁକ୍ତ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ଏହାଛଡ଼ା କେତେକ ସଂସ୍ଥା ଏବଂ ଛାତ୍ରୀଛାତ୍ର ପୂର୍ଣ୍ଣିମା ପରଦିନ ଜଳଉତ୍ସ ପରିସରକୁ ସଫା କରିବାକୁ
ସ୍ଥିର କରିଛନ୍ତି। ଐତିହାସିକ ଦୟାନଦୀ କୂଳରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋଚ୍‌) ପକ୍ଷରୁୁ ଚଳିତବର୍ଷ ‘୮ମ ଦୟାନଦୀ ବୋଇତ ବନ୍ଦାଣ ଉସତ୍ବ’ ପାଳନ ହେବାକୁ ଥିବାବେଳେ ସୋଲ ଓ ପ୍ଲାଷ୍ଟିକ ଡଙ୍ଗା ବଦଳରେ ପାରମ୍ପରିକ କଦଳୀ ବାସୁଙ୍ଗା ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ। ଏଥିପାଇଁ ମାଗଣାରେ କଦଳୀ ବାସୁଙ୍ଗା ଡଙ୍ଗା ଯୋଗାଇ ଦିଆଯିବାକୁ ମଧ୍ୟ ସ୍ଥିର ହୋଇଛି। ସେହିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ନଦୀ କୂଳରେ ବାଣ ନ ଫୁଟାଇବା ନିମନ୍ତେ ଶ୍ରଦ୍ଧାଳୁଙ୍କୁ କାପୋଚ୍‌ ଅନୁରୋଧ କରିବ। ଏହାବ୍ୟତୀତ ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ସୁସଜ୍ଜିତ କାଠ ନିର୍ମିତ ଡଙ୍ଗାରେ ବୋଇତ ବନ୍ଦାଣ ଉସତ୍ବ ଅନୁଷ୍ଠିତ ହେବା ସହ ପୂର୍ଣ୍ଣିମା ପରଦିନ ଅନୁଷ୍ଠାନ ତରଫରୁ ଘାଟ ସଫେଇ କରାଯିବ।

ଆବର୍ଜନାରୁ ଡଙ୍ଗା

ଚଳିତବର୍ଷ ନିଆରା ଶୈଳୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସପ୍ତମ ବାଟାଲିୟନ୍‌ର ଅବସରପ୍ରାପ୍ତ ସୈନିକ ଭାଗୀରଥି ଦଳସିଂହରାୟ। ଦିନେ ଦେଶ ପାଇଁ ବନ୍ଧୁକ ଧରିଥିବା ଭାଗୀରଥିଙ୍କ ବୟସ ଆସି ୭୨ ଟପିଥିଲେ ମଧ୍ୟ ଦେଶସେବା ପାଇଁ ଏବେ ବି ସେ ଯବାନ ଅଛନ୍ତି। ରାସ୍ତାଘାଟରେ ପଡ଼ି ପ୍ରଦୂଷଣ କରୁଥିବା ଥର୍ମୋକଲ ବା ସୋଲକୁ ଗୋଟାଇ ସେଥିରୁ ସେ ବିଭିନ୍ନ ଡିଜାଇନ୍‌ର ଡଙ୍ଗା ପ୍ରସ୍ତୁତ କରୁଛନ୍ତି। ନୂଆ ସୋଲ କିଣି ଡଙ୍ଗା ପ୍ରସ୍ତୁତ କରିବା ପରିବର୍ତ୍ତେ ଯାହା ଆଗରୁ ପରିବେଶକୁ ପ୍ରଦୂଷଣ କରିଛି ତାହାକୁ ସଂଗ୍ରହ କରି ଡଙ୍ଗା ତିଆରି କରି ବିକିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଲର ଆକାର ଅନୁଯାୟୀ ଡଙ୍ଗା ତିଆରି ହେଉଥିବାବେଳେ ତାଙ୍କର ପ୍ରତ୍ୟେକ ଡଙ୍ଗାରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳିଥାଏ। ଜାତୀୟ ପତାକାରୁ ଆରମ୍ଭ କରି ତ୍ରିରଙ୍ଗା ରଙ୍ଗରେ ସଜାଯାଇଥିବା ଡଙ୍ଗା ବିଶେଷ ଆକର୍ଷଣ ସାଜୁଛି। ସେହିଭଳି ବିଭିନ୍ନ ଦେବଦେବୀଙ୍କୁ ସେ ଡଙ୍ଗାରେ ସ୍ଥାନୀତ କରିବା ସହ ନୂଆ ନୂଆ ଡିଜାଇନ୍‌ ପ୍ରସ୍ତୁତ କରୁଛନ୍ତି। ୟୁନିଟ୍‌-୧ ହାଟ ଏବଂ ବିଡିଏ ମାକେର୍ଟରେ ବିକ୍ରି ହେଉଥିବା ଏହି ଡଙ୍ଗାର ମୂଲ୍ୟ ୫ଟଙ୍କାରୁ ଆରମ୍ଭକରି ୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?