ଉତ୍ତର ଉପକୂଳ ଆଡ଼କୁ ମୁହାଁଇଲା ଲଘୁଚାପ: ୨୪ଘଣ୍ଟା ପ୍ରବଳ ବର୍ଷିବ
ଭୁବନେଶ୍ୱର, ୭ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ଉପକୂଳ ଆଡ଼କୁ ମୁହାଁଇଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳରେ ମଧ୍ୟ ଲଘୁଚାପର ଏକ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଏକ ଟ୍ରଫ୍ ଲାଇନ ପୂର୍ବକେନ୍ଦ୍ର ବଙ୍ଗୀୟ ଉପକୂଳରେ ରହିଛି। ଏହା ପ୍ରଭାବରେ…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି
ପୁରୀ ଅଫିସ, ୭ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ଏହା ମହାପ୍ରଭୁ ଏବଂ ଶ୍ରୀଜଗନ୍ନାଥ…
ଶାଶ୍ୱତ ଯୋଶୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଭିଯୋଗ ଆଣିଲେ ଶିଷ୍ୟା
ଭୁବନେଶ୍ୱର, ୭ା୯(ବ୍ୟୁରୋ): ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଶିଷ୍ୟା। ଗୁରୁ ଶାଶ୍ୱତ ଦୁର୍ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଉଥିବା ନେଇ ଗୁରୁଦିବସ ଦିନ…
ଦିଲ୍ଲୀ ପ୍ରଦୂଷଣକୁ ନେଇ ଫିଲ୍ମ ହେବ
ଭୁବନେଶ୍ୱର,୭ା୯(ବ୍ୟୁରୋ): ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଚିନ୍ତା ଏବେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଏକ ଗମ୍ଭୀର ସମମ୍ୟାର ସମାଧାନ ଦିଗରେ ସ୍ବର ଉତ୍ତୋଳନ କରିବାକୁ ଏକାଠି ହୋଇଛନ୍ତି ଅନ୍ତର୍ଜାତୀୟସ୍ତରୀୟ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ସମୂହ।…
ଆଜି ଓଡ଼ିଶା ପହଞ୍ଚିବେ ଜଗା-କାଳିଆ
ଭୁବନେଶ୍ୱର/ କଟକ ଅଫିସ୍, ୭ା୯(ବ୍ୟୁରୋ): କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡ଼ିଶା ପହଞ୍ଚିବେ। ଶୁକ୍ରବାର ଜଗା-କାଳିଆଙ୍କୁୁ ଦିଲ୍ଲୀ ଏମ୍ସରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରେଳ ଷ୍ଟେଶନକୁ ନିଆଯାଇଥିଲା। ସେଠାରୁ ସେମାନେ ସନ୍ଧ୍ୟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଆସୁଛନ୍ତି।…
ଟ୍ରାଫିକ ସମନ୍ବୟ ବୈଠକ: ଜାତୀୟ ରାଜପଥରେ ଲେନ୍ ବ୍ୟବସ୍ଥା ହେବ
ଭୁବନେଶ୍ୱର, ୭ା୯(ବ୍ୟୁରୋ): ରାସ୍ତା ସମସ୍ୟା ଓ ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ନିମନ୍ତେ ଶୁକ୍ରବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସିପି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ନେଇ ଆଲୋଚନା…
ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରୁ ବୃଷଭ ମୂର୍ତ୍ତି ଗାଏବ ପ୍ରସଙ୍ଗ: ପୁଣି ସ୍ଥାପନ ପାଇଁ ଗଣାଯାଉଛି ଦିନ
ପୁରୁଣା ଭୁବନେଶ୍ୱର,୭ା୯(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡିକରେ ଥିବା ପୁରାତନ କୀର୍ତ୍ତିରାଜିଗୁଡ଼ିକର ଅବକ୍ଷୟ ହେଉଛି। ଏଭଳି ଏକ ଘଟଣା ମାସକ ତଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଥିଲା, ଯାହାକୁ ଅଦ୍ୟାବଧି ଏଏସଆଇ ସମ୍ପୂର୍ଣ୍ଣ କରି ନ ପାରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଶ୍ରୀଲିଙ୍ଗରାଜ ମନ୍ଦିର…
ନୂଆ ମୋଟର ଆଇନ ଲାଗୁ ପରେ ମଦ ବ୍ୟବସାୟ ମାନ୍ଦା: କମିଛି ୨୫% ବ୍ୟବସାୟ, ଚିନ୍ତାରେ ମାଲିକ
ଭୁବନେଶ୍ୱର, ୭ା୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। କାରଣ ଏହି ଆଇନ ଅନୁଯାୟୀ, ଜଣେ ଗାଡ଼ି ଚାଳକ ମଦ ପିଇ ଗାଡ଼ି ଚଲାଉଥିଲେ ପ୍ରଥମ…
ଭୁଶୁଡ଼ିଲା ବିଦ୍ୟାଳୟର ନବ ନିର୍ମିତ କୋଠା
ରଣପୁର, ୭।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟର ନବ ନିର୍ମିତ କୋଠାର ନିମିଟାଲ ଓ ତାଜା ଶନିବାର ସକାଳେ ହଠାତ୍ ଭୁଶୁଡି ପଡ଼ିଛି। ଏହି ଦୁର୍ଘଟଣାରୁ ଛାତ୍ରୀମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶନିବାର ସକାଳୁଆ ସ୍କୁଲ ଥିବାରୁ…
ଆମିକସ୍ କ୍ୟୁରିଙ୍କ ଶ୍ରୀମନ୍ଦିର ପରିଦର୍ଶନ
ପୁରୀ ଅଫିସ୍.୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ୍ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ସକାଳ ୭ଟା ୧୦ରେ ଉଭୟ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ…
‘ଦୋଳଗୋବିନ୍ଦ ଥିଲେ କଟକର ଦ୍ୱିତୀୟ ସୁଭାଷ ଚନ୍ଦ୍ର’
କଟକ ସଦର, ୭ା୯(ଡି.ଏନ୍.ଏ.): ସମାଜ ପାଇଁ ମହାପୁରୁଷମାନେ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି। ସେହିପରି ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନ ମଧ୍ୟ ଲୋକଙ୍କ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ। ସେଥିପାଇଁ ସେ କଟକର ଦ୍ୱିତୀୟ ସୁଭାଷ ଚନ୍ଦ୍ର ବୋଷ ବୋଲି ଶୁକ୍ରବାର ରାଜ୍ୟପାଳ…
ପୋଲିଓ ଖାଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ
ବ୍ରହ୍ମଗିରି,୭ା୯(ଡି.ଏନ୍.ଏ.): ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଢ଼େଇ ମାସର ଶିଶୁକନ୍ୟା ପୋଲିଓ ବୁନ୍ଦା ଖାଇ ଅସୁସ୍ଥ ହେବା ପରେ ଗୁରୁବାର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ପୋଲିଓ ଖାଇବାରୁ ଝିଅର…
Archives


