ରାଜ୍ୟ

ନିମ୍ନମାନର ମଧ୍ୟାହ୍ନଭୋଜନ: ଖାଉନାହାନ୍ତି ଛାତ୍ରୀ

କବିସୂର୍ଯ୍ୟନଗର,୧୧ା୯- କବିସୂର୍ଯ୍ୟନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସରକାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେଉଥିବାବେଳେ ଏଠାରେ ଛାତ୍ରୀମାନେ ଘରୁ ଆଣି ଖୋଲା ପଡିଆରେ ବସି ଖାଉଛନ୍ତି। ମୋଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୫୯୭ ଜଣ…

ଧାନ ବିକିବାକୁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ରାଶନ କାର୍ଡ ପରେ ଏବେ ଚାଷୀ ପଞ୍ଜୀକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀ ଧାନ ବିକ୍ରି କରିବେ ସେମାନେ ନାମ ପଞ୍ଜୀକରଣ ବେଳେ ଆଧାର କାର୍ଡ ଦେବେ। ଏହାଦ୍ୱାରା ଚାଷୀ ପଞ୍ଜୀକରଣରେ ଜାଲିଆତି ହୋଇପାରିବ ନାହିଁ। ବିଗତ ବର୍ଷଗୁଡ଼ିକରେ…

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା:ଦୋଷୀଙ୍କୁ ଫାଶୀଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧୧-୯:ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା(୯)ଙ୍କୁ ୨୦୧୮ ମାର୍ଚ୍ଚ ୨୦ରେ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଜଗତ୍‌ସିଂହପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ…

ମରଣଯନ୍ତା ପାଲଟିଛି ସର୍ଭିସ ରୋଡ

ଆନନ୍ଦପୁର,୧୧। ୯(ସ୍ବ.ପ୍ର.)- ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ସର୍ଭିସ୍‌ ରୋଡ ମାସ ମାସ ଧରି ମରଣଯନ୍ତା ପାଲଟିଛି। ବିଶେଷକରି ବହୁ ଗୁରୁତ୍ୱପୂର୍ଣ୍ଣ ଶାଳପଡା ବାଇପାସ୍‌ର ସର୍ଭିସ୍‌ ରୋଡର ଅବସ୍ଥା ଶୋଚନୀୟ ରହିଛି। ଯାତାୟାତ କ୍ଷେତ୍ରରେ ଏହି ରାସ୍ତାର…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜମୁଛି ପାଣି

କେନ୍ଦୁଝର, ୧୧ା୯(ସ୍ବ.ପ୍ର.)-ଐତିହ୍ୟ ସମ୍ପନ୍ନ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ପାଣି ଜମୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ା ଫଳରେ ବିଶେଷ କରି ଚାଲି ଚାଲି…

ଛୁଟିଦିନରେ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ ୧୦ ଗୁଣା ଜରିମାନା ଆଦାୟ କରାଗଲା। ଏନେଇ ବିଭିନ୍ନ ପ୍ରକାର ପ୍ରତିବାଦ ଓ ଅପ୍ରୀତିକର…

ସରକାରୀ ନିର୍ଦ୍ଦେଶକୁ ବେଖାାତିର: ସ୍କୁଲ ବ୍ୟାଗ୍‌ର ଓଜନ କମିଲାନି

ବଡବିଲ, ୧୧।୯(ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବ୍ୟାଗର ଓଜନ କମାଇବାକୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ ହେଉ ନ ଥିବା ଅଭିଯୋଗ ହୋଇଛି। ଖାସକରି କେନ୍ଦୁଝର ଜିଲା ଯୋଡା-ବଡବିଲ ଅଞ୍ଚଳରେ ଥିବା ଘରୋଇ ସ୍କୁଲ ଗୁଡିକ ଏହି…

ଗ୍ରାମୀଣ ହସ୍ତକଳାର ପୁନରୁଦ୍ଧାର ସମ୍ଭବ

ବନ୍ତ,୧୧।୯(ଡି.ଏନ୍‌.ଏ.)-ଗ୍ରାମୀଣ ତଥା ପାରମ୍ପରିକ ହସ୍ତକଳାର ପୁନରୁଦ୍ଧାର ଲାଗି ପ୍ରୟାସ ଚଳାଇ କଳା ଶିକ୍ଷକ ପଦ୍ମନାଭ ସେଠୀ ଚର୍ଚ୍ଚାକୁ ଆସିଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ବିଟିପୁର ଅଞ୍ଚଳରେ ତାଙ୍କ ଘର। ପୁରୁଷଣ୍ଢ ନୋଡାଲ ଉପ୍ରା ବିଦ୍ୟାଳୟରେ ଗତ ୨୦୧୩…

ଶିକ୍ଷକ ବଦଳିକୁ ନେଇ ଉତ୍ତେଜନା: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଖୁଣ୍ଟା,୧୧ା୯(ଡି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ସୋନପୋଖରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବଦଳିକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଗ୍ରାମବାସୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଏକ ମାସ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର: ବାଇକ୍‌ ଚାଳକଙ୍କୁ ଜରିମାନା ୧୮,୫୦୦ ଟଙ୍କା

ବେତନଟୀ,୧୧ା୯(ଡି.ଏନ୍‌.ଏ.)- ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ମାତ୍ର ଏହି ଘୋଷଣାର ଦିନକ ପରେ ଜଣେ ବାଇକ ଚାଳକଙ୍କ ଉପରେ ୧୮ହଜାର ୫ଶହ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିବା…

ପଲ୍ୟୁସନ ଟେଷ୍ଟିଂ ଗାଡ଼ିିକୁ ହଟାଇଲେ ଲୋକେ

ବାରିପଦା ଅଫିସ,୧୧ା୯- ନୂତନ ମୋଟରଯାନ ଆଇନରେ ପରିବର୍ତ୍ତନ ହେବା ପରେ ଜରିମାନା ଭୟରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ରାଜ୍ୟ ସରକାର ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ଜରିମାନା ଆଦାୟକୁ ୩ ମାସ ପାଇଁ କୋହଳ କରିଛନ୍ତିି। ତଥାପିି…

ଥମୁନି ହାତୀ ଉପଦ୍ରବ

ଔପଦା, ୧୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଓ ଭରଡ଼ାବାଟି ଗ୍ରାମରେ ହାତୀ ଉପଦ୍ରବ ଥମିବାର ନଁା ଧରୁନି। ଫଳରେ ଚାଷୀମାନେ ଅସନ୍ତୁଷ୍ଟ ହୋଇ ଚାଷ ଛାଡିଦେବେ ବୋଲି ଚେତାବନୀ ଦେଇଛନ୍ତି। କୁଲଡ଼ିହା ହାତୀ ଅଭୟାରଣ୍ୟ ସଂଲଗ୍ନ ପାହାଡ଼ିତଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri