ରାଜ୍ୟ

ବରଗଡ଼-ବଲାଙ୍ଗୀର ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ବରଗଡ଼ ଅଫିସ, ୧୦।୧୦- ବରଗଡ଼-ବଲାଙ୍ଗୀର ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ (୨୬)। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିରେ ସେ ବ୍ୟବସାୟ କରୁଥିବା ସୂଚନା…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି, ଧକ୍କା ଦେଇ ଗାଡ଼ି ଫେରାର

କେନ୍ଦୁଝର/ପାଟଣା,୧୦/୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପିଙ୍କ ବୋଲେରୋକୁ ବାମ ପାର୍ଶ୍ୱରୁ ଏକ…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ମହିଳା, ଉଦ୍ଧାର କଲେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୦।୧୦: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗୁରୁବାର ଜଣେ ମହିଳା ଭାସି ଯାଇଥିଲେ। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ୍‌ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କ ହେଲେ ଭଦ୍ରକ ଜିଲା ତିହିଡ଼ିର ଲୀଳାବତୀ ସାହୁ। ସକାଳେ ଲୀଳାବତୀ ପରିବାର ସହ…

ଓଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, ଡିଏଫ୍‌ଓ ଥିବା ବେଳେ ପଡ଼ିଥିଲେ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗୁରୁବାର ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେ ହେଲେ ଓଏଫ୍‌ଏସ୍‌ ଅଫିସର ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର। ୨୦୧୬ରେ ଆଠଗଡ଼ ଡିଏଫ୍‌ଓ ଥିବା ବେଳେ ସୁଧାଂଶୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବର୍ହିଭୂତ…

ଗଛରେ ପିଟିହେଲା ପର୍ଯ୍ୟଟକଙ୍କ କାର୍‌: ୩ ଗୁରୁତର, ୨ ଆହତ

ଗୋପ,୧୦।୧୦(ଡି.ଏନ୍‌.ଏ.): ଗୋପ-କୋଣାର୍କ ରାସ୍ତାର ଜୁଣେଇ ନିକଟରେ ଗୁରୁବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। କୋଣାର୍କ ବୁଲିବାକୁ ଯାଉଥିବା ଭଦ୍ରକ ଅଞ୍ଚଳର ଏକ କାର୍‌(ଓଡି୨୨ଏଲ୍‌୪୫୫୫) ଗଛରେ ପିଟି ହେବା ଫଳରେ ଗାଡ଼ିରେ ଥିବା ୩ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନେ ହେଲେ…

ବ୍ରାହ୍ମଣବିଲ ବାଲୁଙ୍କେଶ୍ୱର ମନ୍ଦିରରୁ ହୁଣ୍ଡି ଚୋରି, ଛେଣ୍ଡିପଦା ଥାନାରେ ମାମଲା

ଛେଣ୍ତିପଦା,୧୦।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ ଗାଁର ବରାଳ ବାଲୁଙ୍କେଶ୍ବର ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ହୁଣ୍ଡି ବାକ୍ସ ଚୋରି ହୋଇଯାଇଛି। ଉକ୍ତ ହୁଣ୍ଡିରେ ସୁନା ସହ ୫୦ ହଜାରରୁ ଊଦ୍ଧର୍‌ବ ଟଙ୍କା ଥିବା ଗ୍ରାମବାସୀ କହିଛନ୍ତି। ଘଟଣା ସମ୍ପର୍କରେ…

ଏସ୍‌ସିବି ମେଡିକାଲରେ ୧୦୧ ଡେଙ୍ଗୁ ରୋଗୀ

କଟକ ଅଫିସ, ୧୦ା୧୦: ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। କିଛିଦିନ ଲଗାଣ ବର୍ଷା ହେବା ଯୋଗୁ ଡେଙ୍ଗୁ ଭୟଙ୍କର ରୂପ ନେବାରେ ଲାଗିଛି। ବୁଧବାର କଟକ ଏସ୍‌ସିବିରେ ମୋଟ୍‌ ୧୦୧ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ…

ଇ- ବିଧାନସଭା: ୪୭ ବିଧାୟକ କିଣିଲେ କମ୍ପ୍ୟୁଟର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ବିଧାୟକମାନେ ଆଉ କାଗଜପତ୍ର ନୁହେଁ କମ୍ପ୍ୟୁଟର ଜରିଆରେ ସମସ୍ତ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ଏପରି କି ବିଧାନସଭାକୁ ମଧ୍ୟ ଲାପଟପ୍‌ ଧରି ଆସି ପାରିବେ । ଅନ୍‌ଲାଇନରେ ସବୁ କିଛି ହେବ। ବିଧାୟକମାନେ ଯାହା କିଛି…

‘ମୋ ସରକାର’ ସମୀକ୍ଷା: ୩ ପ୍ରମୁଖ ଅଧିକାରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୧୦ା୧୦ (ଡି.ଏନ୍‌.ଏ.): ରାଜ୍ୟର ଶୀର୍ଷ ପ୍ରଶାସନରେ ନିଆଯାଉଥିବା ନିଷ୍ପତ୍ତି ତୃଣମୂଳରେ କିପରି କାର୍ଯ୍ୟକାରୀ ହେଉଛି , ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି- ଅର୍ଥ ବିଭାଗ…

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ ଅଫିସ,୧୦ା୧୦: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଅଞ୍ଚଳ। ଏହା ମଧ୍ୟରେ ଫଟୋ ଉଠାଇବା, ଭିଡିଓ ଉତ୍ତୋଳନ…

ପୂଜା ଭିଡ଼ରେ ମାତିଲେ ଲୁଟେରା: ଶେଷ ଦୁଇଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି, ଲୁଟ୍‌

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏଥର ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ପୂଜା ମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିସିଟିଭି ଲଗାଯିବା ସହ ପର୍ଯ୍ୟାପ୍ତ ପୋଲିସ ଓ ଏସ୍‌ପିଓ ମୁତୟନ ରହିଥିଲେ। ଏହାସତ୍ତ୍ୱେ ପୋଲିସକୁ…

ଉପ ଶାସନ ସଚିବଙ୍କୁ ସିଧା ଫାଇଲ ଦେବେ ଏଏସ୍‌ଓ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ସଚିବାଳୟରେ କାର୍ଯ୍ୟରତ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଫାଇଲ କାର୍ଯ୍ୟ ସମାପ୍ତ କରି ଉପବିଭାଗ ଅଧିକାରୀ(ଏସ୍‌ଓ) ଏବଂ ଡେସ୍କ ଅଫିସର(ଡିଓ)ଙ୍କୁ ଦାଖଲ କରିବେ ନାହିଁ। ଏଏସ୍‌ଓମାନେ ପାଇଥିବା କାର୍ଯ୍ୟକୁ ସ୍ବାଧୀନଭାବେ ଉପ/ଯୁଗ୍ମ/ଅତିରିକ୍ତ ସଚିବଙ୍କୁ ସିଧାସଳଖ ଦେବେ। ସେହିପରି ବିଭିନ୍ନ ଯୋଜନା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri