ରାଜ୍ୟ

୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ଼ ଜମିଥିଲା। ଚରମ୍ପା ଷ୍ଟେଶନ ରୋଡ୍‌, ଡାହାଣୀଗଡ଼ିଆ ଛକଠାରୁ ଆର୍‌ଟିଓ କାର୍ଯ୍ୟାଳୟ…

ବକେୟା ଦରମା ନ ମିଳିଲେ ଆମାତ୍ହୂତି ଚେତାବନୀ

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଜିଲା ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀର କର୍ମଚାରୀମାନେ ଶୁକ୍ରବାର ଜିଲାପାଳ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ଅଫିସ୍‌ ଘେରାଉ କରିବା ସହ ବକେୟା ଦରମା ନ ମିଳିଲେ ଆମାତ୍ହୂତି ଦେବାର ଚେତାବନୀ ଦେଇଛନ୍ତି। ସାରା ବିଶ୍ୱରେ ଅଟୋ…

ଗାନ୍ଧୀବାଦର ମୂଲ୍ୟ ସମସ୍ୟାର ସମାଧାନ: ରାଧା ଭଟ୍ଟ

ବାଲେଶ୍ୱର ଅଫିସ, ୨।୧୧-ସାମ୍ପ୍ରତିକ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାର ସମାଧାନ ଗାନ୍ଧୀବାଦ ମଧ୍ୟରେ ନିହିତ ରହିଛି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆୟୋଜିତ ଏକ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାଧା ଭଟ୍ଟ…

ଖୋଲିଲା କୁଲଡ଼ିହା: ପ୍ରଥମ ଦିନରେ ୪୯ ପର୍ଯ୍ୟଟକ

ସଜନାଗଡ଼, ୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟକୁ ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍‌ ୧୫ତାରିଖରୁ ବନ୍ଦ ରଖାଯାଇଥିଲା। ଶୀତଋତୁ ଆଗମନରେ ଅଭୟାରଣ୍ୟକୁ ନଭେମ୍ବର ୧ ତାରିଖ ତଥା ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ପର୍ଯ୍ୟଟକଙ୍କ ପାଇଁ…

ରାଜପଥରେ ମହିଳାଙ୍କ ଭ୍ୟାନିଟ୍‌ ଛଡ଼ାଇନେଲେ ଦୁର୍ବୃତ୍ତ

ବୋଲଗଡ,୨।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ଥାନା ସୀମାନ୍ତରେ ଥିବା ବିଜୁପୁର ଗେଟ୍‌ ନିକଟ ୫୭ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ପୁଅ ସହ ବାଇକରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଦୁର୍ବୃତ୍ତମାନେ ଭ୍ୟାନିଟ ଛଡାଇ ନେଇଛନ୍ତି। ଉକ୍ତ ଭ୍ୟାନିଟ୍‌ରେ ୧୦ହଜାର ଟଙ୍କା…

ଭାଟସାହିରେ ଚୋର ଧରିବା ପାଇଁ ବୁଲିଲା ଖଟ: ଗାଁକୁ ୩ ଥର ଯାଇ ଖଟବୁଲାଳିଙ୍କୁ ଧରିପାରିଲାନି ପୋଲିସ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର ଭାଟସାହି ଗ୍ରାମରେ ଶୁକ୍ରବାର ଗ୍ରାମବାସୀ ଚୋର ଧରିବା ପାଇଁ ଖଟ ବୁଲାଇଥିଲେ। ଖବର ପାଇ ପୋଲିସ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କୁ ମନା କରି ଫେରି ଆସିବା…

ନବଜାତ ଶିଶୁ ବିକ୍ରି ସନ୍ଦେହ: ପଚାରିବାରୁ ମାରିଦେବାକୁ ଧମକ ଦେଲେ ମା’

ନୂଆଗାଁ,୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲୀ ପଞ୍ଚାୟତ ତଥା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଧୀନ ବେତନଟୀ ଗ୍ରାମର ଜଣେ ବିଧବା ମହିଳା ବାହାଡାଝୋଲା ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ସୁଦ୍ଧା ଖାଲି ହାତରେ ଗ୍ରାମକୁ…

କନ୍ଧମାଳରେ ପୁଣି ଲଜ୍ଜା :୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ବାଲିଗୁଡା,୨ା୧୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ୪ ବର୍ଷର ଶିଶୁକନ୍ୟାଙ୍କୁ ଗୁରୁବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ଅଭିଯୋଗ ପରେ ପୋଲିସ ନଂ.୧୪୮/୧୯ରେ ଏକ ମାମଲା ରୁଜୁ…

ରୋଡ୍‌ ରୋମିଓଙ୍କ ଦୌରାତ୍ମ୍ୟରେ ଛାତ୍ରୀ ଅତିଷ୍ଠ: ଉପଜିଲାପାଳ, ଥାନାଧିକାରୀଙ୍କୁ ଦାବିପତ୍ର

ଭଞ୍ଜନଗର,୨।୧୧(ଡି.ଏନ.ଏ.)-ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଷ୍ଟ୍ରିଟ ରୋମିଓମାନେ ଘୂରି ବୁଲୁଛନ୍ତି। ଛାତ୍ରୀମାନଙ୍କୁ ଯିବାଆସିବାବେଳେ କମେଣ୍ଟ ମାରୁଛନ୍ତି, ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ସମ୍ମୁଖ ରାସ୍ତାଟି ସହରର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବାବେଳେ ଉକ୍ତ…

ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର ୱାର୍ଡ଼ ବାସିନ୍ଦା ତୀବ୍ର ବିରୋଧ କରୁଛନ୍ତି। ଏନେଇ ଏକ ଦାବିପତ୍ର ସେମାନେ ଅବକାରୀ କମିଶନର୍‌…

ଜବତ ମାଙ୍କଡ଼ା ବୋଝେଇ ୩ ଟ୍ରକ ଛଡାଇନେଲେ: ତହସିଲଦାରଙ୍କ ପାଖରେ ନାହିଁ ଖବର

ରଣପୁର,୨ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ପଟିଆ ଗଁ।ରେ ଗୁରୁବାର ରାତିରେ ଫୋର୍ସଙ୍କ ଉପସ୍ଥିତିରେ ଜବତ ହୋଇଥିବା ୪ ମାଙ୍କଡା ପଥର ବୋଝେଇ ଟ୍ରକ ମଧ୍ୟରୁ ୩ଟିକୁ ପଥର ଚୋର ଛଡାଇ ନେଇଛନ୍ତି। ପରେ ଚାନ୍ଦପୁର ଥାନା ପୋଲିସ ସହାୟତାରେ ରାଜସ୍ବ…

ବସ୍‌ ଚକାତଳେ ଚାପି ହୋଇ ସ୍କୁଟି ଆରୋହୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଖଲ୍ଲିକୋଟ,୨ା୧୧(ଡି.ଏନ.ଏ.)-ଖଲ୍ଲିକୋଟ ସହର କରଣ ସାହି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ବସ୍‌ ଚକାତଳେ ଚାପିହୋଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋଦଳା ମାଗୁରା ସାହିର ସୂର୍ଯ୍ୟମଣି ମୁନି। ଏ ନେଇ ୩୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri