ପ୍ରଦର୍ଶନୀ ପଡ଼ିଆ ଏବେ ଜନଜାତି ଗାଁ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଓଡ଼ିଆ ସଂସ୍କୃତିରେ ଜନଜାତି କଳା, ନୃତ୍ୟ ଓ ସଙ୍ଗୀତର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ଆଦିବାସୀ ସଂସ୍କୃତିର ବିବିଧତା ଆମ ସଂସ୍କୃତିକୁ ଅଧିକ ଆକର୍ଷଣୀୟ କରିଛି। ଜନଜାତିଙ୍କ ବିକାଶ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନ ଜୀବିକାର ଉନ୍ନତି ହେଉଛି ମୁଖ୍ୟ ଲକ୍ଷ୍ୟ। ଏ ଦିଗରେ ଆମର ଉଦ୍ୟମ ଜାରି ରହିଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୦କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ମେଳାରେ ଉପଲବ୍ଧ ଜୈବିକ ଦ୍ରବ୍ୟର ଚାହିଦା ବେଶ୍‌ ଅଧିକ। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମେଳା ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨ଟି ପୁସ୍ତିକା ‘ଆଦିବାସୀ’ ଓ ‘ବନଜା’ର ଉନ୍ମୋଚନ କରିଥିଲେ। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗ ଉପଦେଷ୍ଟା ସୁଜିତ୍‌ କୁମାର, ମୁନ୍ନା ଖାଁ, ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଏସ୍‌.ଆର୍‌. ଯାଦବ ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଯୋଗଦେଇଥିଲେ। ଚଳିତବର୍ଷ ମେଳା ପରିସରକୁ ୮ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ବିଭାଗ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ ପ୍ରାଙ୍ଗଣ ଏବଂ ଚଳିତବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ଆଦିବାସୀ କଳାଗ୍ରାମ ରହିଛି। ଏଥର ୨୬୨ ଷ୍ଟଲ୍‌ ନିର୍ମାଣ କରାଯାଇଛି। ଆଦିବାସୀ ଗ୍ରାମରେ ୨୧ ଆଇଟିଡିଏ ଓ ୩ ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କ ୨୪ ପାରମ୍ପରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି। ଆଦିବାସୀ ହାଟର ୩୩ ପିଣ୍ଡିରେ ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି। ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ବିଭାଗରେ ୩୯ ଷ୍ଟଲ୍‌ରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯାଉଛି। ସେହିଭଳି ଆଦିବାସୀ ଚିତ୍ରକଳା, କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ୪୨ ଷ୍ଟଲ୍‌ ଖୋଲାଯାଇଛି। ଆଦିବାସୀ କାରିଗରମାନେ କଳାଗ୍ରାମର ୨୭ ଷ୍ଟଲ୍‌ରେ ସେମାନଙ୍କ ସାମଗ୍ରୀ ବିକ୍ରି କରୁଛନ୍ତି। ୨୪ ଆଦିବାସୀ ଖାଦ୍ୟ ଷ୍ଟଲ୍‌ରେ ୧୪ ରାଜ୍ୟର ଖାଦ୍ୟସାମଗ୍ରୀ ବିକ୍ରି କରାଯାଉଛି। ପ୍ରତ୍ୟହ ସନ୍ଧ୍ୟାରେ ମେଳାରେ ପାରମ୍ପରିକ ନୃତ୍ୟ, ସଙ୍ଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଛି। ଜାନୁୟାରୀ ୩୧, ଫେବୃୟାରୀ ୧ ଓ ୨ରେ ବିଭିନ୍ନ ରାଜ୍ୟର ଆଦିବାସୀ ନୃତ୍ୟ, ଫେବୃୟାରୀ ୭ରେ ଜନଜାତିଙ୍କ ସମସ୍ୟା ଉପରେ ଆଧାରିତ ନାଟକ ପ୍ରଦର୍ଶିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫେବୃୟାରୀ ୯ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ମେଳା ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ୩୩ ଦିନ ଧରି ଚାଲିବ…

ଭୁବନେଶ୍ୱର, ୨୮।୧୦: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର…

କୋଟିଆରୁ ଫେରିବା ବାଟରେ ଧସିଲା ପାହାଡ଼: ଫସି ରହିଛନ୍ତି ୩ ଶିଶୁ ବିକାଶ ସୁପ୍ରଭାଇଜର, ଉଦ୍ଧାର କାର୍ଯ୍ୟ ଜାରି

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ରେ ପାହାଡ଼ ଧସିବା କାରଣରୁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। କୋଟିଆ…

ଗୁରୁବାର ଏହି ସବୁ ଜିଲାରେ ପ୍ରବଳ ବର୍ଷା! ଜାରି ହେଲା ଆଲର୍ଟ, ପବନର ବେଗ ରହିବ…

ଭୁବନେଶ୍ୱର, ୨୮।୧୦ (ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’…

ବରଗଡ଼ ଧନୁଯାତ୍ରା: ନଭେମ୍ବର ୧ରୁ କଂସ ଚୟନ ପ୍ରକ୍ରିୟା ଆରମ୍ଭ, ଉଠିଲା ବୟସ କଟକଣା

ବରଗଡ଼, ୨୮।୧୦(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୧୧…

ରାତିରେ ଋଷିକୁଲ୍ୟାରେ ବନ୍ୟାପାଣି ପଶି ଆସିବା ଆଶଙ୍କା: ପୁରୁଷୋତ୍ତମପୁରବାସୀଙ୍କୁ ସତର୍କ କଲା ପ୍ରଶାସନ,ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର,୨୮।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ହୁ…

ଅତି ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଭବାନୀପାଟଣା, ୨୮।୧୦(ଉତ୍ତମ କୁମାର ଦାଶ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ଏହି ପୂର୍ବାନୁମାନକୁ ଦୃଷ୍ଟିରେ…

ବୈଭବଙ୍କ ବ୍ୟାଟିଂ ଦେଖି ଗାଁରେ କ’ଣ ଚର୍ଚ୍ଚା? ଅଭିଷେକଙ୍କ ସହ କଥାବେଳେ କଲେ ଖୁଲାସା, କହିଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତୀୟ କ୍ରିକେଟ ଦଳ ସିରିଜରେ ଅପରାଜେୟ ଅଗ୍ରଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?