ରାଜ୍ୟ

ରାଇଘର ଅଞ୍ଚଳରେ ମାଓବାଦୀ ପୋଷ୍ଟର, ଦିନିକିଆ ବନ୍ଦ ଡାକରା ସଫଳ କରିବାକୁ ଆହ୍ବାନ

ରାଇଘର, ୨୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋଣା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର୍‌ ଦେଖିବାକୁ ମିଳିଛି। ଅକ୍ଟୋବର ୨୫, ଶୁକ୍ରବାର ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ଲାଗି ଛତିଶଗଡ଼ ମୈନପୁର ଓ ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ…

ବଢ଼ୁଛି ବୈତରଣୀ

ଭଣ୍ଡାରିପୋଖରୀ, ୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବୈତରଣୀ ନଦୀର ଜଳସ୍ତର ବଢିବା ଆରମ୍ଭ କରିଛି। ଆଖୁଆପଦାଠାରେ ନଦୀର ଜଳସ୍ତର ଶୁକ୍ରବାର ସକାଳ ୮ ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ଜଳସ୍ତର…

୧୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି

କଟକ ଅଫିସ,୨୫ା୧୦ : ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ପକ୍ଷରୁ ଓପିଏସ୍‌ସ୍ତରରେ ୧୦ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲାରେ ଅବସ୍ଥାପିତ କରାଯାଇଥିବା ଗୁରୁବାର ପୋଲିସ ମୁଖ୍ୟାଳୟ…

ଆଇନଜୀବୀଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ : ହାଇକୋର୍ଟ ବାର୍‌ ସଭାପତି, ଓଡ଼ିଶା ବାର୍‌ କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ନୋଟିସ

କଟକ ଅଫିସ,୨୫ା୧୦ : ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଗୁରୁବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କିଶାନ କୌଲ ଓ ବିଚାରପତି କେ.ଏମ୍‌. ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟ…

ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌ସକୁ ହସ୍ତାନ୍ତର

ବାରଙ୍ଗ,୨୫ା୧୦(ଡି.ଏନ୍‌.ଏ.) : ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମେଣ୍ଢାଶାଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଜୁଆସ୍ଥିତ ଏମ୍‌ସ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଗୁରୁବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ଦିଲୀପ ଷଡ଼ଙ୍ଗୀ, ଖୋର୍ଦ୍ଧା ଏଡିଏମଓ ଡ.ଦ୍ୱାରିକାନାଥ…

ଟ୍ରେନ୍‌ରେ ବାଣ ନେଲେ ୩ବର୍ଷ ଜେଲ : ଦୀପାବଳି ପାଇଁ ଯାଞ୍ଚ, ଯାତ୍ରୀଙ୍କୁ ସଚେତନ କଲା ରେଲ୍‌ଓ୍ବେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ଆସନ୍ତା ରବିବାର ଦୀପାବଳି। ଏଥିପାଇଁ ବାଣ ଓ ବିସ୍ଫୋରକ ଟ୍ରେନ୍‌ ଯୋଗେ ବେଆଇନ ଭାବେ ପରିବହନ କରାଯିବାର ଆଶଙ୍କା ରହିଛି। ଏଥିଯୋଗୁ ସମ୍ଭାବ୍ୟ ବିସ୍ଫୋରଣଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରେଲ୍‌ଓ୍ବେ ପକ୍ଷରୁ ଯାଞ୍ଚ ସହ ସ୍ବତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ…

ଠିକ୍‌ ସମୟରେ ବିଫଳ : ରାଜଧାନୀ ଜଳମୟ

ଭୁବନେଶ୍ୱର,୨୫ା୧୦ : ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱର ଜଳମୟ ହୋଇପଡ଼ିଛି। ଠିକ୍‌ ସମୟରେ ଯୋଜନା ବିଫଳ ହୋଇଥିବାବେଳେ ଗୁରୁବାର ସହରର ଜୀବନଯାତ୍ରା…

ଗୁମୁଡୁମାହା ଗୁଳିକାଣ୍ଡ ମାମଲା : ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଦେବାକୁ ସରକାର ବାଧ୍ୟ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ) : କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତକଙ୍କ ପରିବାରକୁ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁକମ୍ପାମୂଳକ କ୍ଷତିପୂରଣ ସର୍ବାଧିକ ୭ଲକ୍ଷ ଟଙ୍କା ହୋଇଥିବାରୁ ଏହାର…

ବିଶ୍ୱଭୂଷଣଙ୍କ ରେକର୍ଡ ଭାଙ୍ଗିଲେ ରୀତା : ମୁଖ୍ୟମନ୍ତ୍ରୀଙ୍କ ଭୋଟ ବ୍ୟବଧାନକୁ ଟପିଲେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ୯୭,୯୯୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହା ଓଡ଼ିଶା ରାଜନୀତିରେ କୌଣସି ବିଧାନସଭା ନିର୍ବାଚନରେ ସର୍ବକାଳୀନ ବୃହତ୍‌ ବ୍ୟବଧାନ। ପୂର୍ବରୁ ଏହି ରେକର୍ଡ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ…

ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦଳର ଏହି ସଫଳତା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗୁରୁବାର ପୂର୍ବାହ୍ନରେ…

ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ ହୋଇଛି ସବୁଜ ବିଦ୍ୟାଳୟ ପରିଯୋଜନା। ନୂଆଦିଲ୍ଲୀସ୍ଥିତ ଶକ୍ତି ଓ ସମ୍ବଳ ଶିକ୍ଷାନୁଷ୍ଠାନ ସହଭାଗିତାରେ ଅନୁଗୋଳ…

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ ମନମାନି କରୁଛନ୍ତି ଡାକ୍ତର। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କଥାକୁ ବି କେହି ଖାତିର କରୁନାହାନ୍ତି। ଓଲଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri