ରାଜ୍ୟ

ଜେଡ୍‌ଏସ୍‌ଆଇ ସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଏମ୍‌ଓୟୁ: ଉଚ୍ଚଶିକ୍ଷା ପାଇଁ ବାଟ ଫିଟିଲା

କଟକ ଅଫିସ,୧୨ା୧: ଭାରତର ଏକ ପୁରାତନ ତଥା ୧୦୩ ବର୍ଷର ସଂସ୍ଥା ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନିକଟରୁ ଶିକ୍ଷା ହାସଲ କରିବାର ସୁଯୋଗ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ପାଇବେ। ଏ ନେଇ ଜେଡ୍‌ଏସ୍‌ଆଇ ଓ ରେଭେନ୍‌ଶା…

ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ହେଲେ ସେଭଳି କିଛି ଆଶାନୁରୂପ ସୁଫଳ ମିଳୁନାହିଁ।…

ମା’ବାପାଙ୍କ ପ୍ରେରଣା ସଫଳତା ଦେଲା : ଅଂଶୁମାନ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆଇଇଏସ୍‌ ୨୦୧୯ର ରେଜଲ୍ଟ ବାହାରିବା ପରେ ଅଂଶୁମାନ ବହୁ ଖୁସି ବ୍ୟକ୍ତ କରିବା ସହିତ ଏହାର ଶ୍ରେୟ ମା’ବାପା, ଅଜା, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ଦୁଇଥର ବିଫଳ ହେବା ପରେ ତୃତୀୟ ଚେଷ୍ଟାରେ ସେ ଏହି ସଫଳତା…

୯୮୩ ରେଳ ଷ୍ଟେଶନ ଜଗିବ ଆଇପି କ୍ୟାମେରା

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେଶନଗୁଡ଼ିକରେ ଖୁବ୍‌ଶୀଘ୍ର ସୁରକ୍ଷା ବ୍ୟବସ୍ଥା ବଢ଼ିବ। ରାଜ୍ୟର ବଡ଼ ରେଳ ଷ୍ଟେଶନରେ ଆଇପି ସର୍ଭେଲାନ୍ସ କ୍ୟାମେରା ଲାଗିବ। ଏଥିପାଇଁ ରେଲ୍‌ଓ୍ବେ ବୋର୍ଡ଼ ଅନୁମତି ଦେଇସାରିଛି। ଷ୍ଟେଶନ ପ୍ରତୀକ୍ଷାଳୟ, ଟିକଟ କାଉଣ୍ଟର, ପାର୍କିଂ, ପ୍ରବେଶ ଦ୍ୱାର,…

ବଢ଼ିଲା ଶୀତ, ଆଉ ଦୁଇଦିନ

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ରାଜ୍ୟର ୮ଟି ଜିଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୬.୮…

ସ୍ବତନ୍ତ୍ର ସଂକଳ୍ପକୁ କ୍ୟାବିନେଟ ମୋହର: ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ସାମାଜିକ, ଆର୍ଥିକ ଏବଂ ଜାତିଭିତ୍ତିକ ଜନଗଣନା ହେବ। ୨୦୨୧ ଜନସଂଖ୍ୟା ଗଣନା ବେଳେ ଏକା ସାଙ୍ଗରେ ଏହି ଗଣନା କରାଯିବ। ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସଇବିସି), ଏସ୍‌ସି/ଏସ୍‌ଟିଙ୍କର ସ୍ବତନ୍ତ୍ର ଗଣନା କରିବେ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଘଟଣ: ରୋଗୀଙ୍କ ଉପରେ ପଡ଼ିଲା କଂକ୍ରିଟ୍‌ ଖଣ୍ଡ, ୩ ଆହତ

ନିମାପଡ଼ା,୧୨ା୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଓ୍ବାର୍ଡର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସିପଡ଼ିବା ଯୋଗୁ ୨ ଜଣ ମହିଳା ରୋଗୀଙ୍କ ସହ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ…

ରଙ୍ଗିନ ଫୁଲରେ ଝଲସୁଛି ଏକାମ୍ର କାନନ, ପ୍ରଦର୍ଶିତ ହେଉଛି ୪୦୦ପ୍ରଜାତିର ଫୁଲ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ)- ଭଳିକିଭଳି ଫୁଲରେ ଝଲସୁଛି ସ୍ଥାନୀୟ ଏକାମ୍ର କାନନ। ଲାଲ୍‌, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ଫ୍ଲୋରିବୁଣ୍ଡା ଏବଂ ପଲିଆନ୍ଥା ଭଳି ବିଦେଶୀ କିସମର ଗୋଲାପ ଲୋକଙ୍କୁ ଆକର୍ଷିତ କରୁଛି। ଏଭଳି ପ୍ରାୟ ୪୦୦…

ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ କଂସ: ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ

ପୁରୀ ଅଫିସ, ୧୨ା୧: ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶନିବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ ସାରି ପ୍ରାୟଶ୍ଚିତ୍ତ କରିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳାରାମଙ୍କ ଉଦ୍ଦେଶ୍ୟରେ ଦେଇଥିବା…

ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗାଗଲା ରମାମଣି ଲଜ୍‌

ପୁରୀ ଅଫିସ,୧୨ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜୋର୍‌ ଧରିଛି ଉଚ୍ଛେଦ ଅଭିଯାନ। ପ୍ରଶାସନ ପକ୍ଷରୁ ଶୁକ୍ରବାର ଉତ୍ତର ଏବଂ ପଶ୍ଚିମ ଦ୍ୱାର ନିକଟରେ ୬ଟି ଘରୋଇ ପ୍ଲଟ ଭଙ୍ଗାଯାଇଥିବାବେଳେ ଶନିବାର ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଚ୍ଛେଦ କରାଯାଇଛି। ଦକ୍ଷିଣ…

ଭାରତୀୟ ନୌସେନା ବିଭାଗ : ୨୯୮୩ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂଆଉଟ୍‌ ପରେଡ୍‌

ବାଲୁଗାଁ,୧୨।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ୍‌ କେନ୍ଦ୍ରରେ ଶନିବାର ୨୯୮୩ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହାସହ ସେମାନଙ୍କୁ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ଦୀର୍ଘ ୨୧ ସପ୍ତାହ ଧରି ନାବିକଙ୍କ ଏହି ମୂଳ ପ୍ରଶିକ୍ଷଣର…

ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅବ୍ୟବସ୍ଥାରେ ପରୀକ୍ଷା ଦେଇଛନ୍ତି। ଶ୍ରେଣୀ ଗୃହ ଅଭାବ, ଡେସ୍କ ବେଞ୍ଚର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri