ରାଜ୍ୟ

ଶ୍ରୀଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ମାପଚୁପ

ପୁରୁଣା ଭୁବନେଶ୍ୱର,୬ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ, ବିକାଶ କାମ ଜାରି ରହିଛି। ହେଲେ ଠାକୁରଙ୍କ ବହୁସ୍ଥାନରେ ଥିବା ଜମିକୁ ଜବରଦଖଲକାରୀମାନେ କବ୍‌ଜାରେ ରଖଛନ୍ତି। ଏହି ଭୂସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ମୂଳା ପଡିଆ,…

ଓଟିଇଟି ବିଭ୍ରାଟ: ୧୪ରେ ବୋର୍ଡ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଟିଇଟି ପ୍ରଶ୍ନ ଓ ଫଳ ପ୍ରକାଶନ ବିଭ୍ରାଟକୁ ନେଇ ଏକ୍ସ କ୍ୟାଡର ଶିକ୍ଷକ ମହାସଂଘ ପକ୍ଷରୁ ପୁଣିଥରେ ରାଜ୍ୟସ୍ତରୀୟ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରାଯିବ। ବର୍ଷକୁ ଦୁଇଥର ପରୀକ୍ଷା ନ ହେବା, ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ଼ କର୍ତ୍ତୃପକ୍ଷ…

ଖୋଲିଲା ରାଜଭବନ ଉଦ୍ୟାନ: ପ୍ରଥମ ଦିନରେ ବୁଲିଲେ ୪ହଜାର ଦର୍ଶକ

ଭୁବନେଶ୍ୱର,୬ା୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ରବିବାର ରାଜଭବନ ଉଦ୍ୟାନ ଖୋଲାଯାଇଛି। ଗୋଲାପ ଉଦ୍ୟାନଠାରୁ ଆରମ୍ଭ କରି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଗ୍ଲାଡିଓଲି, ଡାଲିଆ, ଜିନିଆ, କାନୁନ୍‌ଡୋଲା, ସାଲ୍‌ଭିଆ ଭଳି ୩୯ କିସମର ଫୁଲର ସମ୍ଭାର ଦେଖିବାକୁ ମିଳିଥିଲା। ଏହାସହ…

ପିଆଜ ପରେ ଆଳୁ ଚଡ଼କ: ଦର ଛୁଇଁଲା ୩୦

ଭୁବନେଶ୍ୱର,୬ା୧(ବ୍ୟୁରୋ): ପିଆଜ ପରେ ଏବେ ଆଳୁ ଦର ବଢ଼ିଛି। ୧୮ରୁ ୨୦ ଟଙ୍କା ଦରରେ ମିଳୁଥିବା ଆଳୁ ଏବେ ୩୦ଟଙ୍କା ଛୁଇଁଛି। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ସହ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହ୍ରାସ ପାଇବାରୁ ଦର ହଠାତ୍‌ ବୃଦ୍ଧି…

୧୧ରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଅଲ୍‌ ଓଡିଶା ଲ ଅଫିସର୍ସ ଆସୋସିଏଶନ ପକ୍ଷରୁ ଆସନ୍ତା ୧୧ ତାରିଖରେ ଇଡ୍‌କଲ ଅଡିଟୋରିୟମରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ ହେବ। ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟ କରୁଥିବା ସରକାରୀ ଓକିଲ(ଦଓ୍ବୋନୀ ଓ ଫୌଜଦାରୀ)ମାନେ ଯୋଗଦେବେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ଆରମ୍ଭ ହେବ ସ୍ବଚ୍ଛ ସର୍ବେକ୍ଷଣ ଲିଗ୍‌

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାର ସହରାଞ୍ଚଳଗୁଡିକ କେତେ ସଫାସୁତୁରା ରହିଛି ତାହା ଜାଣିବା ଲାଗି ପ୍ରଥମଥର ସାରା ରାଜ୍ୟରେ ସ୍ବଚ୍ଛ ସର୍ବେକ୍ଷଣ (ଏସ୍‌ଏସ୍‌) ଲିଗ୍‌ ୨୦୨୦ ଆରମ୍ଭ ହେବ। ତରଳ, କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ସହ ସ୍ବଚ୍ଛତା କ୍ଷେତ୍ରରେ ସମସ୍ତ ୧୧୪…

ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆଶା ଉଜ୍ଜ୍ୱଳ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବା ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି। ଆସନ୍ତା ୨୨ ତାରିଖରେ ଓଡ଼ିଶାରେ ୧୫ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥାର ସିଇଓଙ୍କ ବୈଠକ ଅନୁଷ୍ଠିତ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ…

ସରିଲା ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା: ଫେବୃୟାରୀ ପ୍ରଥମ ସପ୍ତାହରେ ପରୀକ୍ଷାଫଳ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଭୁବନେଶ୍ୱର ଏବଂ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଓଡ଼ିଶାର ୮ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରବେଶିକା ପରୀକ୍ଷାରେ ସୈନିକ ସ୍କୁଲ ଭୁବନେଶ୍ୱର ନିମନ୍ତେ ଷଷ୍ଠ…

ଜମି ଅଧିଗ୍ରହଣରେ ଅଟକିଛି ଅଧିକାଂଶ ରେଳ ପ୍ରକଳ୍ପ

ଭୁବନେଶ୍ୱର,୬ା୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାରେ ଚାଲୁଥିବା ନୂଆ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧିମେଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କ୍ଷେତ୍ରରେ ଉପୁଜିଥିବା କେତେକ ସମସ୍ୟା ଯୋଗୁ ପ୍ରକଳ୍ପ ସରିବାରେ ବିଳମ୍ବ ହେଉଛି। ପୁଣି ଓଡ଼ିଶା ସରକାରଙ୍କ ଅଂଶ…

ଲେଉଟିବ ଶୀତ: ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ପୁଣି ଥରେ ବଢ଼ିବ ଶୀତ। ସୋମବାରଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କିଛିଦିନ ହେବ ରାଜ୍ୟରେ ବର୍ଷା ପାଗ ରହୁଥିବାରୁ…

ଶ୍ରୀ ଜଂଘା ବଡ଼ଦେଓ ବାର୍ଷିକ ପୂଜା: ବିଧାୟକଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଚର୍ଚ୍ଚା

ବଇଣ୍ଡା, ୫।୧(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ଗ୍ରାମରେ ରବିବାର ଅନୁଷ୍ଠିତ ଶ୍ରୀ ଜଂଘା ବଡ଼ଦେଓଙ୍କ ବାର୍ଷିକ ପୂଜା ଉତ୍ସବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂଜା ଉତ୍ସବ ଉପଲକ୍ଷେ କଳସ…

‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’

ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ ଜନିତ ସଚେତନତା ଉପରେ ଶନିବାର ‘ଏକ୍ସଟ୍ରା ମୁରାଲ ବକ୍ତୃତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri