ବସ୍ତାନି ବୋଝ ଯାଞ୍ଚ: ରାଜଧାନୀର ୨ ସ୍କୁଲରେ ପହଞ୍ଚିଲେ ସ୍ବତନ୍ତ୍ର ସ୍କ୍ବାଡ୍
ଭୁବନେଶ୍ୱର, ୧୧।୯(ବ୍ୟୁରୋ): ସ୍କୁଲ ପିଲାଙ୍କ ବ୍ୟାଗ ବୋଝ ନେଇ ଆରମ୍ଭ ହୋଇଛି ତତ୍ପରତା। ଏ ନେଇ ବୁଧବାର ରାଜଧାନୀରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍ ପହଞ୍ଚି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ଜଣାପଡ଼ିଛି। ବ୍ୟାଗ ଓଜନ କମ୍ କରିବା ଦିଗରେ...
ବିଦ୍ୟୁତ୍ ତାରରେ ଝୁଲୁଛି ଜୀବନ ଡୋରୀ
ଚନ୍ଦ୍ରଗିରି,୧୧।୯(ଡି.ଏନ୍.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଗରଡ଼ମା ପଞ୍ଚାୟତର ରାଜଖମା ଗାଁ। ମୋହନାଠାରୁ ପ୍ରାୟ...
ଦେବଗଡ଼ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଂଘର୍ଷ ସଂଘ
ଦେବଗଡ଼,୧୧।୯(ଡି.ଏନ୍.ଏ.): ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିିସ ଘେରାଉ କରାଯାଇଛି। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ କୃଷକମାନେ ଜିଲାପାଳଙ୍କ ଅଫିସରେ...
ଓଡ଼ିଆ ଆଇଏଏସ୍ ଅଫିସର ପି.କେ. ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର, ୧୧।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦାୟିତ୍ୱ ନେଇଛନ୍ତି ଓଡ଼ିଆ ଆଇଏଏସ୍ ଅଫିସର ପ୍ରମୋଦ କୁମାର ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପି.କେ. ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨...
ବାଲିମେଳାରେ ଆତଙ୍କ ସୃଷ୍ଟି କରୁଥିଲା ଭାଲୁ, କାବୁ କଲା ବନବିଭାଗ
କୋରୁକୋଣ୍ଡା, ୧୧।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଗତ କିଛି ଦିନ ହେବ ଭାଲୁ ଆତଙ୍କ ସୃଷ୍ଟି କରୁଥିଲା। ଚିତ୍ରକୋଣ୍ଡା ଛକ ନିକଟବର୍ତ୍ତୀ ଅଞ୍ଚଳରେ ସନ୍ଧ୍ୟା ହେଲେ ଭାଲୁ ଆସି ବୁଲିବା ସହ ସେଠାରେ ଥିବା ଦୋକାନଗୁଡିକୁ...
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ଜିଲା ପ୍ରଶାସନର ସହାୟତା ଲୋଡ଼ିଲେ ବାପା
କୋରୁକୋଣ୍ଡା, ୧୧।୯(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି ୩ ପଞ୍ଚାୟତ ଏମ୍ଭି ୧୦୪ ଗ୍ରାମରେ ୪ ବର୍ଷ ପୂର୍ବେ ଅର୍ଜୁନ କୀର୍ତ୍ତନିଆ ଓ ସ୍ତ୍ରୀ ମାଧୁରୀଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। କିଛି ଦିନ ମଧ୍ୟରେ ସେମାନେ...
ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି, ଉପକୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ
କାକଟପୁର,୧୧।୯(ଡି.ଏନ୍.ଏ.): ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍ରୁ ବନ୍ୟାଜଳ ନିଷ୍କାସନ ହେବା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି...
ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ୧୨ଟି ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୧୨ଟି ଜିଲାକୁ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅନୁଗୋଳ,...
କମିଟି ସଦସ୍ୟ-ପୋଲିସର ବୈଠକ:ଏଥର ବାଜିବନି ଡିଜେ, ଅଶ୍ଳୀଳ ଗୀତ
ଭୁବନେଶ୍ୱର,୧୧-୯(ବ୍ୟୁରୋ):ଦୁର୍ଗାପୂଜାରେ ଏଥର ବାଜିବନି ଛାତି ଥରାଇଦେଉଥିବା ଡିଜେ ସାଉଣ୍ଡ୍। ଡିଜେରେ ପ୍ରତିଯୋଗିତା ବି ଚାଲିବନି। କେବଳ ୪ଟି ଲେଖାଏ ମାଇକ୍ ଓ ବକ୍ସ ଲଗାଇବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ମଙ୍ଗଳବାର କମିଶନରେଟ ପୋଲିସ...
କମିଶନ୍ରେଟ ପୋଲିସର ଅଭିନବ ଟ୍ରାଫିକ ସଚେତନତା: ଜରିମାନା ନେଲେ, ହେଲ୍ମେଟ ଦେଲେ
ଭୁବନେଶ୍ୱର,୧୧-୯(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା ନ ଥାଇ ନୂଆ ମୋଟର ଯାନ ଆଇନ-୨୦୧୯ ଲାଗୁକୁ...
ପୁରୀ ପୋଲିସର ଡବଲ ଏନ୍କାଉଣ୍ଟର:ମୋଷ୍ଟ ଓ୍ବାଣ୍ଟେଡ ଟିକି ଖାଁ, ବିଶ୍ୱରଞ୍ଜନ ସାହୁ ଆହତ
ପୁରୀ ଅଫିସ, ୧୧-୯:ପୁରୀର ବିକାଶ ପାଇଁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରାଧୀ କ୍ଲିନ୍ ଡ୍ରାଇଭ୍। ହାର୍ଡକୋର ଅପରାଧୀଙ୍କୁ ଦମନ କରିବା ଲାଗି ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ...
ଦୁଇ ରୋଡ୍ ରୋମିଓଙ୍କୁ ସାବାଡ୍ କରିବା ଘଟଣା: ସାହସୀ ବେବିନାଙ୍କୁ ପୁରସ୍କୃତ କଲେ ପୋଲିସ କମିଶନର
ଭୁବନେଶ୍ୱର ୧୧-୯(ବ୍ୟୁରୋ): ରବିବାର ଅପରାହ୍ନରେ ମଞ୍ଚେଶ୍ୱର ଥାନା ଜଗନ୍ନାଥନଗରରେ ଦୁଇଜଣ ରୋଡ୍ ରୋମିଓଙ୍କୁ ଇଞ୍ଜିନିୟରିଂ ଛାତ୍ରୀ ବେବିନା ମହାଲିକ ମାଡ଼ ମାିରିବା ସହ ବସ୍ଉଠ୍ କରି ସାବଡ୍ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ...
Archives


