କମିଶନ୍‌ରେଟ ପୋଲିସର ଅଭିନବ ଟ୍ରାଫିକ ସଚେତନତା: ଜରିମାନା ନେଲେ, ହେଲ୍‌ମେଟ ଦେଲେ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା ନ ଥାଇ ନୂଆ ମୋଟର ଯାନ ଆଇନ-୨୦୧୯ ଲାଗୁକୁ ରାଜ୍ୟବ୍ୟାପୀ ବିରୋଧ କରାଯିବାରୁ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି କମିଶନରେଟ ପୋଲିସ ଓ ଆର୍‌ଟିଓ। ରବିବାରଠାରୁ ପୋଲିସ ଅଭିନବ ଉପାୟରେ ସଚେତନତା ଆରମ୍ଭ କରିଛି। ନିୟମ ଉଲ୍ଲଂଘନକାରୀଙ୍କୁ ଚକୋଲେଟ ଓ ଗୋଲାପ ଦେଇ ସଚେତନ କରୁଥିବାବେଳେ ନିୟମ ପାଳନକାରୀଙ୍କୁ ଧନ୍ୟବାଦ କାର୍ଡ ଦେଇ ପ୍ରଶଂସା କରାଯାଉଛି। ତେବେ ମଙ୍ଗଳବାର ଟ୍ରାଫିକ ପୋଲିସ ପକ୍ଷରୁ ଆଉ ଏକ ଭିନ୍ନ ପନ୍ଥା ଆପଣାଇଛି। ହେଲ୍‌ମେଟ୍‌ ପିନ୍ଧି ନ ଥିବା ବାଇକ୍‌ ଚାଳକଙ୍କୁ ୫ଶହ ଟଙ୍କା ଜରିମାନା କରିବା ସହ ହେଲ୍‌ମେଟ ଦେଇ ସଚେତନ କରିଛି ଟ୍ରାଫିକ ପୋଲିସ।
କଳ୍ପନା ଓ ନାଲ୍‌କୋ ଛକରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଟ୍ରାଫିକ ଡିସିପି ସାଗରିକା ନାଥ, ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଉପସ୍ଥିତି ରହି ହେଲ୍‌ମେଟ ପିନ୍ଧି ନ ଥିବା ଗାଡ଼ିଚାଳକଙ୍କଠାରୁ ଜରିମାନା ନେଇ ହଳଦିଆ ରଙ୍ଗର ନୂଆ ହେଲମେଟ ପିନ୍ଧାଇଥିଲେ। ତେବେ ଯେଉଁମାନେ ହେଲ୍‌ମେଟ ନେବାକୁ ଚାହିଁ ନ ଥିଲେ ସେମାନେ କେବଳ ଜରିମାନା ଦେଇ ଚାଲିଯାଇଥିଲେ। ନିୟମକୁ ମାନୁଥିବା ଗାଡିଚାଳକଙ୍କୁ ଟ୍ରାଫିକ ଡିସିପି ନାଥ ଓ ଅନ୍ୟ ଅଧିକାରୀମାନେ ଥ୍ୟାଙ୍କ୍‌ ୟୁ କାର୍ଡ ବାଣ୍ଟି ପ୍ରଶଂସା କରିଥିଲେ। ସ୍ଥାନ ଛାଡ଼ିବାବେଳେ ଲୋକଙ୍କୁ ଅଧିକାରୀମାନେ ହାତଯୋଡ଼ି ବିଦାୟ ଦେବା ଦୃଶ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା।
ଟ୍ରାଫିକ ଡିସିପି ନାଥ କହିଛନ୍ତି, ଅନେକ ଲୋକ ସଚେତନ ହେଲେଣି। ତେଣୁ ସେମାନଙ୍କୁ ଆମେ ଧନ୍ୟବାଦ ଦେଉଛୁ। ସେମାନେ ଟ୍ରାଫିକ ନିୟମ ମାନି ସୁନ୍ଦର ଭୁବନେଶ୍ୱରକୁ ଆହୁରି ଆଗକୁ ନିଅନ୍ତୁ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଲୋକଙ୍କୁ ସଚେତନ କରିବା, ଜରିମାନା କାଟିବା ନୁହେଁ। ଆମେ ଯେଉଁ ୫ଟି ନିୟମ ଉପରେ ଅଧିକ ଗୁରୁତ୍ୱ ଦେଉଛୁ ତାହାକୁ ଫଲୋ କରିବାକୁ ଲୋକଙ୍କୁ କହୁଛୁ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକେ ୧୦ ବର୍ଷରେ ଯାହା ହୋଇପାରି ନ ଥିଲେ ୧୦ ଦିନରେ ବଦଳି ଯାଇଛନ୍ତି। ପ୍ରାୟ ୯୬ ପ୍ରତିଶତ ଗାଡିଚାଳକ ହେଲ୍‌ମେଟ ପିନ୍ଧି ଗାଡି ଚଳାଉଥିବାରୁ ଖୁସି ଲାଗୁଛି। ଲାଇସେନ୍ସ ସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ଓ ହେଲ୍‌ମେଟ ସହ ଅଭ୍ୟସ୍ତ ହେବାକୁ ୩ ମାସ ସମୟ ରହିଛି। ଏହା ମଧ୍ୟରେ ଯେଉଁମାନେ ସବୁକିଛି ଠିକ୍‌ ନ ରଖିବେ ସେମାନେ ହିଁ ଅସୁବିଧାରେ ପଡ଼ିବେ। ଜରିମାନା ଦେବାବେଳେ ଗାଡ଼ିର ଇନ୍‌ସ୍ୟୁରାନ୍ସ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ମଧ୍ୟ ଏକ କମ୍ପାନୀ ସହ ଆଲୋଚନା ଚାଲିଛି। ଯଦି କମ୍ପାନୀ ରାଜିହେବ ତେବେ ଶୀଘ୍ର ଏହି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ। ତେବେ ସୋସିଆଲ ମିଡିଆ ଗୁଜବକୁ ଗୁରୁତ୍ୱ ନ ଦେଲେ ଲୋକେ ଟ୍ରାଫିକ ନିୟମ ମାନିଲେ କେହି ଅଟକାଇବାକୁ ସାହସ କରିବେ ନାହିଁ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri