ରାଜ୍ୟ

ଶ୍ରୀଜୀଉଙ୍କ ସକାଳ ସାଢେ ୯ଟାରୁ ନୀତି ବନ୍ଦ: ହେଲାନି ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର, ୧।୩(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୦୧୫ରୁ ବନ୍ଦ ରହିଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତବର୍ଷ ସମ୍ପାଦନ ପାଇଁ ପ୍ରଶାସନର ସମସ୍ତ ଚେଷ୍ଟା ବିଫଳ ହୋଇଛି। ପ୍ରତ୍ୟେକ ବର୍ଷ ମହାଶିବରାତ୍ରି ପରେ ପ୍ରଥମ ଶନିବାର ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା…

ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ୩ୟ :ସଫଳତା ପରେ ଡିଜିପିଙ୍କୁ ଭେଟିଲା ପୋଲିସ ବ୍ୟାଣ୍ଡ୍‌ ଦଳ

କଟକ ଅଫିସ,୧।୩: ରେଳ ସୁରକ୍ଷା ବଳ ଆନୁକୂଲ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦ୍‌ସ୍ଥିତ ରେଳ ସୁରକ୍ଷା ବଳ ସ୍ପୋର୍ଟସ କମ୍ପ୍ଳେକ୍ସଠାରେ ଗତ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ୨୦ତମ ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗନେଇଥିବା ଓଡ଼ିଶା ଦଳ ତୃତୀୟ ସ୍ଥାନ…

ଟ୍ରେନ୍‌, ଷ୍ଟେଶନରେ ବଢୁଛି ଟିଟିଇ, ଟିସିଙ୍କ ଉତ୍ପାତ: ଟ୍ରେନ୍‌ ଯାତ୍ରୀଙ୍କୁ ଟିସିଙ୍କ ତଣ୍ଟିଆ, ଷ୍ଟେଶନରେ ଉତ୍ତେଜନା

ଭୁବନେଶ୍ୱର,୧।୩(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ଟିକେଟ ଚେକିଂ ନାଁରେ ଯାତ୍ରୀଙ୍କୁ ନାନା ପ୍ରକାର ହଇରାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଶନିବାର ଭୁବନେଶ୍ୱର ରେଳ ଷ୍ଟେଶନ ମୁଖ୍ୟ ଫାଟକରେ ଜଣେ ଯାତ୍ରୀଙ୍କୁ ଟିକେଟ କଲେକ୍ଟର (ଟିସି) ଦୁର୍ବ୍ୟବହାର କରିବା ସହ…

ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ଲୋକାର୍ପିତ; ସ୍ବାସ୍ଥ୍ୟସେବାରେ ଓଡ଼ିଶାବାସୀଙ୍କୁ ବିଶେଷ ସହାୟକ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧।୩(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଦ୍ୱାରା ଶନିବାର ଅତ୍ୟାଧୁନିକ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର(ସମ୍ମମ୍‌) ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ହସ୍ପିଟାଲକୁ ଲୋକାର୍ପିତ…

୬୯୨୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର,୧।୩(ବ୍ୟୁରୋ): ରାଜ୍ୟ ସରକାର ୬୯୨୩.୨୬ କୋଟି ଟଙ୍କାର ପୁଞ୍ଜିନିବେଶକୁ ଶନିବାର ଅନୁମୋଦନ କରିଛନ୍ତି। ୩ ପ୍ରକଳ୍ପ ମାଧ୍ୟମରେ ଏହି ନିବେଶ ଦ୍ୱାରା ୪୬୩୮ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା…

ଦିଲ୍ଲୀ ଜଳୁଥିବା ବେଳେ ସିଏଏ ସପକ୍ଷ ରାଲି ଦୁର୍ଭାଗ୍ୟଜନକ: ସୁରେଶ

ଭୁବନେଶ୍ୱର,୧।୩(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଭାଜପା ପକ୍ଷରୁ ଆୟୋଜିତ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସପକ୍ଷ ରାଲିରେ ଉଦ୍‌ବୋଧନ ଦେଇଥିଲା। ଶାହା ନିଜର ୧୬ ମିନିଟ୍‌ର ବକ୍ତବ୍ୟରେ ବିରୋଧୀ କଂଗ୍ରେସକୁ ସର୍ବାଧିକ ଟାର୍ଗେଟ…

ଡିଡିଓଙ୍କୁ ଅର୍ଥ ବିଭାଗର ଚେତାବନୀ: ବ୍ୟାଙ୍କରେ ଅଯଥା ସରକାରୀ ଅର୍ଥ ରଖିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଆର୍ଥିକବର୍ଷ ଶେଷକୁ ଖର୍ଚ୍ଚ ନ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅର୍ଥ ବିଭାଗ ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା…

ଉନ୍ନତି ଭବନ ଲୋକାର୍ପିତ: ଓଏମ୍‌ଏସ୍‌, ଓଏମ୍‌ପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୧।୩(ବ୍ୟୁରୋ): ନୂତନ ଭାବେ ଚୟନ ହୋଇଥିବା ଓଡିଶା ପୌର କ୍ୟାଡର ଅନ୍ତଭୁର୍କ୍ତ ଓଡିଶା ପୌର ପ୍ରଶାସନ ସେବା (ଓଏମ୍‌ଏସ୍‌) ଏବଂ ଓଡିଶା ପୌର ଯୋଜନା ସେବା (ଓଏମ୍‌ପିଏସ) ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟନଗରଠାରେ ଗୃହ…

ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ମାଲିକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ସାଧାରଣ ଜନତା ନିଜକୁ ସଶକ୍ତ ମନେକରିବା ଉଚିତ। ସାଧାରଣ ଜନତା ହିଁ ଗଣତନ୍ତ୍ରରେ ମାଲିକ ଏକଥା ସେମାନେ ସବୁବେଳେ ଅନୁଭବ କରିବା ଉଚିତ। ଜନତା ପ୍ରକୃତ ଗଣତାନ୍ତ୍ରିକ ପରିବେଶରେ ରହୁଥିବା ଅନୁଭବ କରିବା ଆବଶ୍ୟକ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ…

ଆଉ ମାସେ ବଢ଼ିବ ସର୍ବକ୍ଷମା ଯୋଜନା: କଟକ-ଭୁବନେଶ୍ୱରରେ ସର୍ବାଧିକ ଆବେଦନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନ କିମ୍ବା ଅନୁମୋଦନ ନେଇ ନିୟମ ଉଲ୍ଲଂଘନ କରି ଗଢିଉଠିଥିବା ବେଆଇନ ଆବାସିକ କୋଠାଘର, ବ୍ୟବସାୟିକ ଗୃହ ଏବଂ ଅଟ୍ଟାଳିକାଗୁଡିକୁ ଜରିମାନା ଦେଇ ନିୟମିତ (ରେଗୁଲାର) କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ…

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ବନ୍ଦ: ରୋଗୀ ହନ୍ତସନ୍ତ

ବଣାଇ, ୧।୩(ସ୍ବ.ପ୍ର)- ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛିଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି। ଏଥିଯୋଗୁ ରୋଗୀ ହନ୍ତସନ୍ତ ହେଉଥିବା ଜଣାପଡିଛି। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଠାକୁ ଅଧିକ ଗାଡ଼ି…

ଶିକ୍ଷକ ନିଯୁକ୍ତି ଦାବିରେ ୩ଦିନ ହେଲା ସ୍କୁଲରେ ତାଲା

ଦେବଗଡ଼,୧।୩(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତ ଅନ୍ତର୍ଗତ ନବଡିହି କରଡାପାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ତିନିଦିନ ହେଲାଣି ବିଦ୍ୟାଳୟ ଫାଟକରେ ତାଲା ପଡିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri