ରାଜ୍ୟ

ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌ସକୁ ହସ୍ତାନ୍ତର

ବାରଙ୍ଗ,୨୫ା୧୦(ଡି.ଏନ୍‌.ଏ.) : ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମେଣ୍ଢାଶାଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଜୁଆସ୍ଥିତ ଏମ୍‌ସ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଗୁରୁବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ଦିଲୀପ ଷଡ଼ଙ୍ଗୀ, ଖୋର୍ଦ୍ଧା ଏଡିଏମଓ...

ଟ୍ରେନ୍‌ରେ ବାଣ ନେଲେ ୩ବର୍ଷ ଜେଲ : ଦୀପାବଳି ପାଇଁ ଯାଞ୍ଚ, ଯାତ୍ରୀଙ୍କୁ ସଚେତନ କଲା ରେଲ୍‌ଓ୍ବେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ଆସନ୍ତା ରବିବାର ଦୀପାବଳି। ଏଥିପାଇଁ ବାଣ ଓ ବିସ୍ଫୋରକ ଟ୍ରେନ୍‌ ଯୋଗେ ବେଆଇନ ଭାବେ ପରିବହନ କରାଯିବାର ଆଶଙ୍କା ରହିଛି। ଏଥିଯୋଗୁ ସମ୍ଭାବ୍ୟ ବିସ୍ଫୋରଣଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରେଲ୍‌ଓ୍ବେ ପକ୍ଷରୁ ଯାଞ୍ଚ ସହ ସ୍ବତନ୍ତ୍ର ସଚେତନତା ଅଭିଯାନ...

ଠିକ୍‌ ସମୟରେ ବିଫଳ : ରାଜଧାନୀ ଜଳମୟ

ଭୁବନେଶ୍ୱର,୨୫ା୧୦ : ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱର ଜଳମୟ ହୋଇପଡ଼ିଛି। ଠିକ୍‌ ସମୟରେ ଯୋଜନା ବିଫଳ ହୋଇଥିବାବେଳେ ଗୁରୁବାର ସହରର...

ଗୁମୁଡୁମାହା ଗୁଳିକାଣ୍ଡ ମାମଲା : ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଦେବାକୁ ସରକାର ବାଧ୍ୟ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ) : କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତକଙ୍କ ପରିବାରକୁ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁକମ୍ପାମୂଳକ କ୍ଷତିପୂରଣ ସର୍ବାଧିକ ୭ଲକ୍ଷ ଟଙ୍କା ହୋଇଥିବାରୁ...

ବିଶ୍ୱଭୂଷଣଙ୍କ ରେକର୍ଡ ଭାଙ୍ଗିଲେ ରୀତା : ମୁଖ୍ୟମନ୍ତ୍ରୀଙ୍କ ଭୋଟ ବ୍ୟବଧାନକୁ ଟପିଲେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ୯୭,୯୯୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହା ଓଡ଼ିଶା ରାଜନୀତିରେ କୌଣସି ବିଧାନସଭା ନିର୍ବାଚନରେ ସର୍ବକାଳୀନ ବୃହତ୍‌ ବ୍ୟବଧାନ। ପୂର୍ବରୁ ଏହି ରେକର୍ଡ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ...

ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦଳର ଏହି ସଫଳତା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗୁରୁବାର...

ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ ହୋଇଛି ସବୁଜ ବିଦ୍ୟାଳୟ ପରିଯୋଜନା। ନୂଆଦିଲ୍ଲୀସ୍ଥିତ ଶକ୍ତି ଓ ସମ୍ବଳ ଶିକ୍ଷାନୁଷ୍ଠାନ ସହଭାଗିତାରେ...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ ମନମାନି କରୁଛନ୍ତି ଡାକ୍ତର। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କଥାକୁ ବି କେହି ଖାତିର କରୁନାହାନ୍ତି।...

ରେକର୍ଡ ରଚିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର/ଭୁବନେଶ୍ୱର(ବ୍ୟୁରୋ)୨୫-୧୦:ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ ଆଣିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭା...

୫ଜିଲାକୁ ୟେଲୋ ଓ୍ବାର୍ନିଂ:ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୫-୧୦(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ପୁରୀ, ଗଞ୍ଜାମ, ବାରିପଦା ଆଦି ଜିଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଶୁକ୍ରବାର ମଧ୍ୟ ଦିନତମାମ...

ଗାଁ ଜଳାର୍ଣ୍ଣବ, ଧୋଇଗଲା ଅସ୍ଥାୟୀ ପୋଲ

ପାଟପୁର,୨୫ା୧୦(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସକାଳୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ପୋଚକା ନାଳ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗୁରୁବାର ସକାଳ ୭ଟାରେ ବୁଦ୍ଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ...

ଭାଙ୍ଗିଦେଇ ଭୁଲିଗଲା ବିଏମ୍‌ସି

ବ୍ରହ୍ମପୁର ଅଫିସ୍‌,୨୫ା୧୦- ବ୍ରହ୍ମପୁର ମହାନଗର ନିଗମର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସହରବାସୀ କେମିତି ହନ୍ତସନ୍ତ ହେଉଛନ୍ତି, ତାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଜଗବନ୍ଧୁ ସାହିରେ ରାସ୍ତା କଡ଼ରୁ ଜବରଦଖଲ ହଟିଲା। ହେଲେ ଆବର୍ଜନା ସଫା କରାଗଲା ନାହିଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri