ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ ହୋଇଛି ସବୁଜ ବିଦ୍ୟାଳୟ ପରିଯୋଜନା। ନୂଆଦିଲ୍ଲୀସ୍ଥିତ ଶକ୍ତି ଓ ସମ୍ବଳ ଶିକ୍ଷାନୁଷ୍ଠାନ ସହଭାଗିତାରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନୂଆହାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ କରାଯାଇଛି।
ଉଦ୍‌ଘାଟନୀ ସମାରୋହରେ କମ୍ପାନୀର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ, ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ, ଓଡ଼ାପଡ଼ା ବିଇଓ ଅଭିମନ୍ୟୁ ସେଠୀ, ବଅଁରପାଳ ବିଇଓ ଲଳିତ ମୋହନ ସାହୁ, ଶକ୍ତି ଏବଂ ସମ୍ବଳ ଶିକ୍ଷାନୁଷ୍ଠାନର ସହକାରୀ ନିର୍ଦ୍ଦେଶକ ଲିଭଲିନ କେ. କେଲୋନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପରିବେଶଗତ ସମସ୍ୟା ସମ୍ପର୍କରେ ଅବଗତ କରାଇବା, ପରିବେଶ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରାଇବା ଦିଗରେ ଏହି ପରିଯୋଜନା କାର୍ଯ୍ୟ କରିବ। ଶକ୍ତି ଏବଂ ସମ୍ବଳ ଶିକ୍ଷାନୁଷ୍ଠାନ ପ୍ରଚେଷ୍ଟାରେ ଏପରି କାର୍ଯ୍ୟକ୍ରମ ଜାରି ରହିଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଦେଶର ୪୦ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର କୁଶୁପଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ, କୁରୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଣ୍ଟି ଏସ୍‌ଏସ୍‌ ଉଚ୍ଚ ବିଦ୍ୟାଳୟ, ନୂଆହାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଲିବେରେଣା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଖଲିବେରେଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି।
ଏହି ଅବସରରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ କର୍ପୋରେଟ ସେବା ମୁଖ୍ୟ ମଣିକାନ୍ତ କହିଲେ, ସୁନ୍ଦର ଭବିଷ୍ୟତ ଲାଗି କମ୍ପାନୀ ପକ୍ଷରୁ ୩ବର୍ଷ ଧରି ଏପରି ଅନେକ ଯୋଜନା ସଫଳତାର ସହ ରୂପାୟନ କରାଯାଇଛି। ପରିବେଶଭିତ୍ତିକ ସମସ୍ୟା ସମାଧାନ ଲାଗି ସବୁଜ ବିଦ୍ୟାଳୟ ପରିଯୋଜନା ଯୋଗସୂତ୍ର ସାଜିବ। ଏକବର୍ଷ ଧରି ୬ଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ଦକ୍ଷତାବୃଦ୍ଧି ଲାଗି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ। କୁଶୁପଙ୍ଗା ସରପଞ୍ଚ ପଙ୍କଜ ପ୍ରଧାନ, ନୂଆହାଟ ସରପଞ୍ଚ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ୪ସ୍କୁଲର ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri