ଟ୍ରେନ୍‌ରେ ବାଣ ନେଲେ ୩ବର୍ଷ ଜେଲ : ଦୀପାବଳି ପାଇଁ ଯାଞ୍ଚ, ଯାତ୍ରୀଙ୍କୁ ସଚେତନ କଲା ରେଲ୍‌ଓ୍ବେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ଆସନ୍ତା ରବିବାର ଦୀପାବଳି। ଏଥିପାଇଁ ବାଣ ଓ ବିସ୍ଫୋରକ ଟ୍ରେନ୍‌ ଯୋଗେ ବେଆଇନ ଭାବେ ପରିବହନ କରାଯିବାର ଆଶଙ୍କା ରହିଛି। ଏଥିଯୋଗୁ ସମ୍ଭାବ୍ୟ ବିସ୍ଫୋରଣଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରେଲ୍‌ଓ୍ବେ ପକ୍ଷରୁ ଯାଞ୍ଚ ସହ ସ୍ବତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଟ୍ରେନ୍‌ରେ ବାଣ, ବିସ୍ଫୋରକ ବା ଦହନଶୀଳ ପଦାର୍ଥ ପରିବହନ କରିବା ରେଲ୍‌ଓ୍ବେ ଆକ୍ଟ ୧୯୮୯ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଏଥିରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ଯାତ୍ରୀମାନେ ଟ୍ରେନରେ ଏଭଳି ସାମଗ୍ରୀ ନ ନେବାକୁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସଚେତନତା କରାଯାଉଛି। ଏହାସହ ଲଗେଜ, ପାର୍ସଲ ଭ୍ୟାନ ଆଦିକୁ ଯାଞ୍ଚ କରାଯାଉଛି। କୌଣସି ଯାତ୍ରୀ ବାଣ କିମ୍ବା ବିସ୍ଫୋରକ ସାମଗ୍ରୀ ନେଉଥିବା ଦେଖିଲେ ସହଯାତ୍ରୀମାନେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌)ର ହେଲ୍ପଲାଇନ ନଂ.୧୮୨ କିମ୍ବା ଆର୍‌ପିଏଫ୍‌, ଜିଆର୍‌ପି, ଟିଟିଇ, ଟ୍ରେନ୍‌ ଗାର୍ଡ, ଷ୍ଟେଶନ ମ୍ୟାନେଜର, କୋଚ୍‌ ଆଟେଣ୍ଡାଣ୍ଟଙ୍କୁ ସିଧାସଳଖ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନେ ଏଥିପ୍ରତି ଗୁରୁତ୍ୱ ଦେବା ସହ ବିପଜ୍ଜନକ ପଦାର୍ଥ ପରିବହନ ସଂକ୍ରାନ୍ତରେ ତୁରନ୍ତ ଖବର ଦେବାକୁ କୁହାଯାଇଛି। ପୂର୍ବତଟ ରେଳପଥର ସମସ୍ତ ୩ ଡିଭିଜନରେ ଚାଲିଥିବା ଏହି ସଚେତନତା ଅଭିଯାନରେ ଜିଆର୍‌ପି, ଆର୍‌ପିଏଫ୍‌ ଓ ସିଭିଲ ଡିଫେନ୍ସକୁ ସାମିଲ୍‌ କରାଯାଇଛି। କୌଣସି ଦୁର୍ଘଟଣାକୁ ଏଡାଇବାକୁ ଷ୍ଟେଶନ, ଗୁଡ୍‌ ସେଡ୍‌, ଗାର୍ଡ ବ୍ରେକ୍‌ ଭ୍ୟାନ୍‌, ଏସି କୋଚ୍‌, ପ୍ୟାଣ୍ଟ୍ରି କାର ଏବଂ ଲୋକୋମୋଟିଭରେ ଯଥେଷ୍ଟ ଅଗ୍ନି ନିର୍ବାପନ ବ୍ୟବସ୍ଥା ହୋଇଛି ବୋଲି ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri