ଟ୍ରେନ୍‌ରେ ବାଣ ନେଲେ ୩ବର୍ଷ ଜେଲ : ଦୀପାବଳି ପାଇଁ ଯାଞ୍ଚ, ଯାତ୍ରୀଙ୍କୁ ସଚେତନ କଲା ରେଲ୍‌ଓ୍ବେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ଆସନ୍ତା ରବିବାର ଦୀପାବଳି। ଏଥିପାଇଁ ବାଣ ଓ ବିସ୍ଫୋରକ ଟ୍ରେନ୍‌ ଯୋଗେ ବେଆଇନ ଭାବେ ପରିବହନ କରାଯିବାର ଆଶଙ୍କା ରହିଛି। ଏଥିଯୋଗୁ ସମ୍ଭାବ୍ୟ ବିସ୍ଫୋରଣଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରେଲ୍‌ଓ୍ବେ ପକ୍ଷରୁ ଯାଞ୍ଚ ସହ ସ୍ବତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଟ୍ରେନ୍‌ରେ ବାଣ, ବିସ୍ଫୋରକ ବା ଦହନଶୀଳ ପଦାର୍ଥ ପରିବହନ କରିବା ରେଲ୍‌ଓ୍ବେ ଆକ୍ଟ ୧୯୮୯ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଏଥିରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ଯାତ୍ରୀମାନେ ଟ୍ରେନରେ ଏଭଳି ସାମଗ୍ରୀ ନ ନେବାକୁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସଚେତନତା କରାଯାଉଛି। ଏହାସହ ଲଗେଜ, ପାର୍ସଲ ଭ୍ୟାନ ଆଦିକୁ ଯାଞ୍ଚ କରାଯାଉଛି। କୌଣସି ଯାତ୍ରୀ ବାଣ କିମ୍ବା ବିସ୍ଫୋରକ ସାମଗ୍ରୀ ନେଉଥିବା ଦେଖିଲେ ସହଯାତ୍ରୀମାନେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌)ର ହେଲ୍ପଲାଇନ ନଂ.୧୮୨ କିମ୍ବା ଆର୍‌ପିଏଫ୍‌, ଜିଆର୍‌ପି, ଟିଟିଇ, ଟ୍ରେନ୍‌ ଗାର୍ଡ, ଷ୍ଟେଶନ ମ୍ୟାନେଜର, କୋଚ୍‌ ଆଟେଣ୍ଡାଣ୍ଟଙ୍କୁ ସିଧାସଳଖ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନେ ଏଥିପ୍ରତି ଗୁରୁତ୍ୱ ଦେବା ସହ ବିପଜ୍ଜନକ ପଦାର୍ଥ ପରିବହନ ସଂକ୍ରାନ୍ତରେ ତୁରନ୍ତ ଖବର ଦେବାକୁ କୁହାଯାଇଛି। ପୂର୍ବତଟ ରେଳପଥର ସମସ୍ତ ୩ ଡିଭିଜନରେ ଚାଲିଥିବା ଏହି ସଚେତନତା ଅଭିଯାନରେ ଜିଆର୍‌ପି, ଆର୍‌ପିଏଫ୍‌ ଓ ସିଭିଲ ଡିଫେନ୍ସକୁ ସାମିଲ୍‌ କରାଯାଇଛି। କୌଣସି ଦୁର୍ଘଟଣାକୁ ଏଡାଇବାକୁ ଷ୍ଟେଶନ, ଗୁଡ୍‌ ସେଡ୍‌, ଗାର୍ଡ ବ୍ରେକ୍‌ ଭ୍ୟାନ୍‌, ଏସି କୋଚ୍‌, ପ୍ୟାଣ୍ଟ୍ରି କାର ଏବଂ ଲୋକୋମୋଟିଭରେ ଯଥେଷ୍ଟ ଅଗ୍ନି ନିର୍ବାପନ ବ୍ୟବସ୍ଥା ହୋଇଛି ବୋଲି ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?