କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ ମନମାନି କରୁଛନ୍ତି ଡାକ୍ତର। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କଥାକୁ ବି କେହି ଖାତିର କରୁନାହାନ୍ତି। ଓଲଟି ଲମ୍ବା ଛୁଟିରେ ପଳାଇଯିବାକୁ ଧମକ ଦେଉଛନ୍ତି। ପଦବୀ ପୂରଣ ହେଉ ନ ଥିବାରୁ ରୋଗୀ ବିଶେଷଜ୍ଞଙ୍କ ଅଭାବ ଅନୁଭବ କରୁଥିବାବେଳେ ଏଠାରେ ମିଳୁଥିବା ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ ବୋଲି ସାଧାରଣରେ ଆଲୋଚନା ହେଉଛି।
ଜଣେ ଉପନିର୍ଦ୍ଦେଶକ ପାହ୍ୟାର ଡାକ୍ତର ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ଭେଷଜ, ଆଖି, ଅସ୍ଥିଶଲ୍ୟ, ରେଡିଓଲୋଜି, ନିଦାନ ବିଭାଗ ସମେତ ୨ ସହକାରୀ ଚିକିତ୍ସକ ପଦବୀ ଫାଙ୍କା ପଡ଼ିଛି। ଏଠାରେ ନିଯୁକ୍ତି ପାଇଥିବା ଶଲ୍ୟ ବିଶେଷଜ୍ଞ ଏବଂ ନିଶ୍ଚେତକ ବିଭାଗର ଦୁଇଜଣ ଡାକ୍ତର ସରକାରଙ୍କ ନିର୍ଦ୍ଦେଶରେ ଅନ୍ୟ ଡାକ୍ତରଖାନାରେ କାମ କରୁଛନ୍ତି। ହେଲେ ସେମାନେ ଦରମା ଉପଖଣ୍ଡ ଚିକିତ୍ସାଳୟରୁ ହିଁ ନେଉଛନ୍ତି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୩ ବିଶେଷଜ୍ଞଙ୍କ ସ୍ଥାନରେ ମାତ୍ର ଜଣେ ଅଛନ୍ତି। ଗୋଟିଏ ପଦବୀ ଖାଲି ଥିବାବେଳେ ଅନ୍ୟ ଜଣେ ଡେପୁଟେଶନରେ ବାହାରକୁ ଯାଉଛନ୍ତି। ଏବେ ଶିଶୁ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ୩ଜଣ ବରିଷ୍ଠ ଚିକିତ୍ସକଙ୍କ ସହ ଜଣେ ଦନ୍ତ ଚିକିତ୍ସକ ଭାଗ ବାଣ୍ଟି ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ୪ ବ୍ଲକର ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଛନ୍ତି। ବ୍ଲକ ଦେଇ ଯାଇଥିବା ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବୁହାହୋଇ ଆସୁଥିବା ଗୁରୁତର ରୋଗୀ ତୁରନ୍ତ ଚିକିତ୍ସିତ ହୋଇପାରୁ ନ ଥିବାରୁ ସେମାନଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି। ଅନ୍ୟପଟେ ରେଡିଓଲୋଜି ବିଭାଗରେ କେହି ନ ଥିବାରୁ ଦୁର୍ଘଟଣାଗ୍ରସ୍ତ ରୋଗୀ, ଟିବି ରୋଗୀଙ୍କ ଏକ୍ସ-ରେ ହୋଇପାରୁନାହିଁ। ଅଧିକାଂଶ ସମୟରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦିଆଯାଉଛି। ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଚଳ ହୋଇପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳ ରୂପାୟନ ହୋଇପାରୁନାହିଁ। ଅପେକ୍ଷା ଗୃହ ନ ଥିବାରୁ ପ୍ରସୂତିମାନେ ଅସ୍ବାସ୍ଥ୍ୟକର ପରିବେଶରେ ବାରଣ୍ଡାରେ ପଡ଼ିରହୁଛନ୍ତି। ଯକ୍ଷ୍ମା ରୋଗର ନିଦାନ ଲାଗି ସ୍ବତନ୍ତ୍ର ଓ୍ବାର୍ଡ ନ ଥିବାରୁ ବିଭାଗୀୟ କର୍ମଚାରୀ ଏଠିସେଠି ବସି କାମ ଚଳାଉଛନ୍ତି।
ରାଜ୍ୟରେ ରୁଗ୍‌ଣ ସ୍ବାସ୍ଥ୍ୟସେବାକୁ ନୂଆ ଦିଶା ଦେଖାଇବାକୁ ସରକାରଙ୍କ ପକ୍ଷରୁ ‘୫-ଟି’ କାର୍ଯ୍ୟକାରୀ କରାଯାଉଛି। ସଚିବମାନେ ମାରାଥନ ଗସ୍ତ କରି ଭିତ୍ତିଭୂମି ପରଖୁଛନ୍ତି। କାମରେ ଖିଲାପ କରୁଥିବା ଅଧିକାରୀଙ୍କୁ ଦଣ୍ଡିତ କରୁଛନ୍ତି। ହେଲେ ଉପଖଣ୍ଡ ଚିକିତ୍ସାଳୟରେ ଏହା କାମ କରୁ ନ ଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରତ୍ନାକର ସାମଲ କୁହନ୍ତି, ସମସ୍ୟା କେବଳ ଏହି ଡାକ୍ତରଖାନାର ନୁହେଁ, ଏହା ରାଜ୍ୟର ସମସ୍ୟା। ସରକାର ଚାହିଁଲେ ଏହାର ସମାଧାନ ହୋଇପାରିବ। ବର୍ତ୍ତମାନ ସମସ୍ୟା ବେଶି ବଢ଼ିଯାଇଛି। ହାତଗଣତି ଡାକ୍ତର ଥିବାରୁ କାହାରିକୁ କିଛି କହିହେଉନାହିଁ। ତାଗିଦ୍‌ କଲେ ସେମାନେ ଛୁଟିରେ ପଳାଇଯିବାକୁ ଧମକ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri