କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ ମନମାନି କରୁଛନ୍ତି ଡାକ୍ତର। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କଥାକୁ ବି କେହି ଖାତିର କରୁନାହାନ୍ତି। ଓଲଟି ଲମ୍ବା ଛୁଟିରେ ପଳାଇଯିବାକୁ ଧମକ ଦେଉଛନ୍ତି। ପଦବୀ ପୂରଣ ହେଉ ନ ଥିବାରୁ ରୋଗୀ ବିଶେଷଜ୍ଞଙ୍କ ଅଭାବ ଅନୁଭବ କରୁଥିବାବେଳେ ଏଠାରେ ମିଳୁଥିବା ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ ବୋଲି ସାଧାରଣରେ ଆଲୋଚନା ହେଉଛି।
ଜଣେ ଉପନିର୍ଦ୍ଦେଶକ ପାହ୍ୟାର ଡାକ୍ତର ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ଭେଷଜ, ଆଖି, ଅସ୍ଥିଶଲ୍ୟ, ରେଡିଓଲୋଜି, ନିଦାନ ବିଭାଗ ସମେତ ୨ ସହକାରୀ ଚିକିତ୍ସକ ପଦବୀ ଫାଙ୍କା ପଡ଼ିଛି। ଏଠାରେ ନିଯୁକ୍ତି ପାଇଥିବା ଶଲ୍ୟ ବିଶେଷଜ୍ଞ ଏବଂ ନିଶ୍ଚେତକ ବିଭାଗର ଦୁଇଜଣ ଡାକ୍ତର ସରକାରଙ୍କ ନିର୍ଦ୍ଦେଶରେ ଅନ୍ୟ ଡାକ୍ତରଖାନାରେ କାମ କରୁଛନ୍ତି। ହେଲେ ସେମାନେ ଦରମା ଉପଖଣ୍ଡ ଚିକିତ୍ସାଳୟରୁ ହିଁ ନେଉଛନ୍ତି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୩ ବିଶେଷଜ୍ଞଙ୍କ ସ୍ଥାନରେ ମାତ୍ର ଜଣେ ଅଛନ୍ତି। ଗୋଟିଏ ପଦବୀ ଖାଲି ଥିବାବେଳେ ଅନ୍ୟ ଜଣେ ଡେପୁଟେଶନରେ ବାହାରକୁ ଯାଉଛନ୍ତି। ଏବେ ଶିଶୁ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ୩ଜଣ ବରିଷ୍ଠ ଚିକିତ୍ସକଙ୍କ ସହ ଜଣେ ଦନ୍ତ ଚିକିତ୍ସକ ଭାଗ ବାଣ୍ଟି ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ୪ ବ୍ଲକର ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଛନ୍ତି। ବ୍ଲକ ଦେଇ ଯାଇଥିବା ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବୁହାହୋଇ ଆସୁଥିବା ଗୁରୁତର ରୋଗୀ ତୁରନ୍ତ ଚିକିତ୍ସିତ ହୋଇପାରୁ ନ ଥିବାରୁ ସେମାନଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି। ଅନ୍ୟପଟେ ରେଡିଓଲୋଜି ବିଭାଗରେ କେହି ନ ଥିବାରୁ ଦୁର୍ଘଟଣାଗ୍ରସ୍ତ ରୋଗୀ, ଟିବି ରୋଗୀଙ୍କ ଏକ୍ସ-ରେ ହୋଇପାରୁନାହିଁ। ଅଧିକାଂଶ ସମୟରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦିଆଯାଉଛି। ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଚଳ ହୋଇପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳ ରୂପାୟନ ହୋଇପାରୁନାହିଁ। ଅପେକ୍ଷା ଗୃହ ନ ଥିବାରୁ ପ୍ରସୂତିମାନେ ଅସ୍ବାସ୍ଥ୍ୟକର ପରିବେଶରେ ବାରଣ୍ଡାରେ ପଡ଼ିରହୁଛନ୍ତି। ଯକ୍ଷ୍ମା ରୋଗର ନିଦାନ ଲାଗି ସ୍ବତନ୍ତ୍ର ଓ୍ବାର୍ଡ ନ ଥିବାରୁ ବିଭାଗୀୟ କର୍ମଚାରୀ ଏଠିସେଠି ବସି କାମ ଚଳାଉଛନ୍ତି।
ରାଜ୍ୟରେ ରୁଗ୍‌ଣ ସ୍ବାସ୍ଥ୍ୟସେବାକୁ ନୂଆ ଦିଶା ଦେଖାଇବାକୁ ସରକାରଙ୍କ ପକ୍ଷରୁ ‘୫-ଟି’ କାର୍ଯ୍ୟକାରୀ କରାଯାଉଛି। ସଚିବମାନେ ମାରାଥନ ଗସ୍ତ କରି ଭିତ୍ତିଭୂମି ପରଖୁଛନ୍ତି। କାମରେ ଖିଲାପ କରୁଥିବା ଅଧିକାରୀଙ୍କୁ ଦଣ୍ଡିତ କରୁଛନ୍ତି। ହେଲେ ଉପଖଣ୍ଡ ଚିକିତ୍ସାଳୟରେ ଏହା କାମ କରୁ ନ ଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରତ୍ନାକର ସାମଲ କୁହନ୍ତି, ସମସ୍ୟା କେବଳ ଏହି ଡାକ୍ତରଖାନାର ନୁହେଁ, ଏହା ରାଜ୍ୟର ସମସ୍ୟା। ସରକାର ଚାହିଁଲେ ଏହାର ସମାଧାନ ହୋଇପାରିବ। ବର୍ତ୍ତମାନ ସମସ୍ୟା ବେଶି ବଢ଼ିଯାଇଛି। ହାତଗଣତି ଡାକ୍ତର ଥିବାରୁ କାହାରିକୁ କିଛି କହିହେଉନାହିଁ। ତାଗିଦ୍‌ କଲେ ସେମାନେ ଛୁଟିରେ ପଳାଇଯିବାକୁ ଧମକ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri