ଶିଶୁପୁତ୍ରକୁ ୧୦ହଜାର ଟଙ୍କାରେ ବିକ୍ରି କରିବା ଘଟଣା: ବାପାଙ୍କ ସହ ୪ ଗିରଫ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ବସ୍ତିରେ ଅଭାବ ଅନଟନରେ ଦିନ କାଟୁଥିବା ଜଣେ ମା’ ନିଜର ୧୯ ଦିନର ଶିଶୁପୁତ୍ରକୁୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଶିଶୁର ବାପା ଓ ବିକ୍ରିରେ ମଧ୍ୟସ୍ଥତା କରିଥିବା...
କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ: ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଲେ ସୁଦର୍ଶନ
ପୁରୀ ଅଫିସ,୨୮।୨: ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ। ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ପୂର୍ବରୁ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ।...
ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା, ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ପ୍ରଦାନ କରାଯାଉ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା। ଏଥିଲାଗି ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ପ୍ରଦାନ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ କନ୍ଭେନଶନ ହଲ୍ରେ ଶୁକ୍ରବାର ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଜୋନ୍ ପରିଷଦ(ଇଜେଡ୍ସି)...
ଓଡ଼ିଶାରେ ଶାହା: ପୂର୍ବାଞ୍ଚଳ ଜୋନ୍ ପରିଷଦ ବୈଠକରେ ଯୋଗ ଦେଲେ
ଭୁବନେଶ୍ୱର, ୨୭।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେଇଛଛନ୍ତି। ବିମାନ ବନ୍ଦରରୁ ସିଧା ଲୋକସେବା ଭବନ ଅଭିମୁଖେ ଶାହା ଯାତ୍ରା କରିଛନ୍ତି। ୨୪ତମ ପୂର୍ବାଞ୍ଚଳ...
ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି
ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ ଡେରି ହେଉଛି। ଫଳରେ ବିଭିନ୍ନ ସମୟରେ ଭକ୍ତ ଅବଢା ନ ପାଇ ଫେରିବାକୁ...
ସ୍ବାଇନ୍ ଫ୍ଲୁ ପାଇଁ ପ୍ରସ୍ତୁତ ଏସ୍ସିବି ମେଡିକାଲ
କଟକ ଅଫିସ,୨୮।୨: ଏସ୍ସିବି ମେଡିକାଲ ଚକ୍ଷୁ ବିଭାଗର ତୃତୀୟ ମହଲାରେ ଖୋଲାଯାଇଥିବା ସ୍ବତନ୍ତ୍ର ସ୍ବାଇନ୍ ଫ୍ଲୁ ୱାର୍ଡରେ ତିନି ଜଣ ସନ୍ଦେହରେ ଚିକିତ୍ସିତ ହୋଇ ଫେରିଛନ୍ତି। ବର୍ତ୍ତମାନ କେହି ଚିକିତ୍ସିତ ହେଉ ନ ଥିବା ମେଡିକାଲ୍ ସୂତ୍ରରୁ ସୂଚନା ମିଳିଛି।...
ବିଭିନ୍ନ ଧର୍ମର ତୀର୍ଥସ୍ଥଳୀ ବିକାଶ ପାଇଁ ୨୩ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଧର୍ମର ୨୩ଟି ତୀର୍ଥସ୍ଥଳୀର ବିକାଶ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡରୁ ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା...
ଓଟିଡିସି ଆରମ୍ଭ କଲା ‘ଗୋ ଗ୍ଲୋବାଲ’
ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନକୁ ଆଉପାଦେ ଆଗକୁ ନେବାକୁ ପଦକ୍ଷେପ ନେଇଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)। ଡେଷ୍ଟିନେଶନ ଓ୍ବେଡିଂ ପ୍ୟାକେଜ୍ ପରେ ପ୍ରଥମଥର ଲାଗି ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣ ପ୍ୟାକେଜ୍ ‘ଗୋ ଗ୍ଲୋବାଲ’ର ଶୁଭାରମ୍ଭ କରାଯାଇଛି। ଥାଇଲାଣ୍ଡ, ମାଲେସିଆ,...
ଚତୁର୍ଥ ଆସନ କାହାର
ଭୁବନେଶ୍ୱର,୨୮।୨(ବ୍ୟୁରୋ): ଦେଶର ୫୫ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ଏଥିଲାଗି ଆସନ୍ତା ୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କ୍ରମରେ ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ...
ସମଲେଶ୍ୱରୀଙ୍କ ପୀଠରେ ଖୁବ୍ଶୀଘ୍ର ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’
ଭୁବନେଶ୍ୱର,୨୮|୨(ବ୍ୟୁରୋ): ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ଥିବା ପ୍ରମୁଖ ଧାର୍ମିକ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର...
ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଓଡ଼ିଶାକୁ ପ୍ରଥମ ପୁରସ୍କାର
ଭୁବନେଶ୍ୱର,୨୮।୨: ଅଣୁ,କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଓଡ଼ିଶା ଏମ୍ଏସ୍ଏମ୍ଇ ବିଭାଗ ଜାତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡକରୀଙ୍କଠାରୁ ରାଜ୍ୟ ପ୍ରମୁଖ ଶାସନ...
ଏସ୍ସିବି ଅଧୀକ୍ଷକ ହେବେ ଅନ୍ନଦା ପଟ୍ଟନାୟକ
କଟକ ଅଫିସ୍,୨୮।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍ସିବି)ର ନୂଆ ଅଧୀକ୍ଷକ ଭାବେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଅନ୍ନଦା ପଟ୍ଟାନାୟକଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
Archives


