ରାଜ୍ୟ

ଶ୍ରୀକ୍ଷେତ୍ରରେ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୩୦।୫: ରଥଖଳାରେ ତିନିରଥର ସମସ୍ତ ଚକ ଅଖ ଡେରା ସରିଛି। ବିଧି ଅନୁଯାୟୀ ଭଉଁରୀରେ ତିନିରଥର ୬ଟି ଚକ ଏବଂ ୩ଟି ଅଖ ଡେରା ହୋଇଥିଲା। ଏହାପରେ ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ପରଦିନ ପଞ୍ଚମହାଦେବ ରଥଖଳାରେ ପନ୍ତି…

ରାଜ୍ୟରେ ୧୮ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୧୮ ଜିଲାରୁ ୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା ୯୬ କରୋନା ସଂକ୍ରମିତ ୧୮ ଜିଲାର। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୦ ଜଣ ଲେଖାଏ କେନ୍ଦ୍ରାପଡ଼ା ଓ ଗଜପତି ଜିଲାର ରହି ରହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲାର ୯ ଜଣ ରହିଥିବା ବେଳେ…

CORONAVIRUS UPDATE: ରାଜ୍ୟରେ ପୁଣି ୯୬ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଲା

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୯୬ କରୋନା ପଜିଟିଭ ଚିହ୍ନଟ ହୋିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ତେବେ ସମସ୍ତ ନୂଆ ଆକ୍ରାନ୍ତ କ୍ୱାରାଣ୍ଟାଇନ କେନ୍ଦ୍ରର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

କେନ୍ଦୁଝର, ୩୦ା୫(ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା ବୈଠକରେ ଓଡ଼ିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରେମାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ବନ୍ତ, ୩୦।୫(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଆଗରପଡା ଥାନା ଅଞ୍ଚଳର ଜଣେ ଯୁବକ ବିବାହ ପ୍ରତିଶ୍ରୁତ ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ଗର୍ଭବତୀ ଅଛନ୍ତି ା…

ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି ସକାଳ ୫ଟା ୩୦ରେ ବାରିପଦା ଛାଡ଼ିଥିବା ବେଳେ ସେଥିରେ ୧୧ ଜଣ, ୧୦ଟା୪୫ରେ ଯାଇଥିବା…

ମାଛ ଚାଷ ଦେଇଛି ପରିଚୟ

ବାରିପଦା ଅଫିସ,୩୦ା୫- ବର୍ତ୍ତମାନ ସମୟରେ ଜୀବିକା ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରବାସୀମାନେ ଘରମୁହାଁ ହେଉଛନ୍ତି। ସେହିଭଳି ଅନେକ ସ୍ଥାନରେ ଯୁବତୀଯୁବକମାନେ ଚାକିରି ପଛରେ ଗୋଡ଼ାଇ ନ ପାରି ନିରାଶ ହୋଇ ଘରେ ବସି ରହୁଛନ୍ତି। ହେଲେ ମୟୂରଭଞ୍ଜ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ବ୍ଲକ ଘେରାଉ

ବାଙ୍ଗିରିପୋଷି,୩୦ା୫(ଡି.ଏନ.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା (ଆତନାବେଡା) ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସମସ୍ତ ଅଧିକାରୀଙ୍କୁ ତାଲାବନ୍ଦ କରି ଅଟକ…

‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ

ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…

ଘରୋଇ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ବାଲେଶ୍ୱର ଅଫିସ, ୩୦।୫-ବାଲେଶ୍ୱର ଜିଲା ତଥା ସହରରେ ଥିବା ଘରୋଇ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଥିବା କାରଣରୁ ଛାତ୍ରୀଛାତ୍ରଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଶିକ୍ଷା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେବା ସହିତ ଉକ୍ତ ସଂସ୍ଥାଗୁଡ଼ିକରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରେକର୍ଡ

ଢେଙ୍କାନାଳ ଅଫିସ, ୩୦ା୫ କରୋନା ସଙ୍କଟ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କୁ ସଫଳତାର ସହ କାର୍ଯ୍ୟକାରୀ କରି ନୂଆ ରେକର୍ଡ ସୃଷ୍ଟି କରିଛି ଢେଙ୍କାନାଳ ଜିଲା। କେବଳ ମେ’ ମାସରେ ଏହି ଯୋଜନାରେ ୪ଲକ୍ଷ…

କ୍ୱାରାଣ୍ଟାଇନ୍‌ରେ ସରିଯାଉଛି କର୍ତ୍ତବ୍ୟ

ଛେଣ୍ଡିପଦା,୩୦।୫(ସ୍ବ.ପ୍ର.) ମଜୁରି ନ ଦେଇ ଖାଲି ହାତରେ ମାଲିକ ବିଦା କରିଦେବା ପରେ ଓଡ଼ିଶା ସରକାରଙ୍କ ଭରସାରେ ସେମାନେ ତେଲଙ୍ଗାନାରୁ ଚାଲିବା ଆରମ୍ଭ କରିଥିଲେ। ବହୁ କଷ୍ଟରେ ଶହ ଶହ କିଲୋମିଟର ଅତିକ୍ରମ କରି ବୌଦ୍ଧ ଓ ଆଠମଲ୍ଲିକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri