ଲକ୍ଡାଉନ୍: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ
କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ କରି ଜିଲାର ସମସ୍ତ ମାଛ ବ୍ୟବସାୟୀ ଏହି ସମୟରେ ଦର ବଢ଼ାଇ ଚାଲିଛନ୍ତି।...
ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଶିଳ୍ପସଂସ୍ଥା: କାମ ହରାଇ ଦୁର୍ଦ୍ଦିନରେ ଶ୍ରମିକ ପରିବାର
ଯାଜପୁର ଅଫିସ,୧ା୪: କରୋନା ସଂକ୍ରମଣ ରୋକିବା ନିମେନ୍ତ ଦେଶ ଲକ୍ଡାଉନ୍ କରାଯାଇଥିବାରୁ କୌଣସି ଶ୍ରମିକ ଓ କର୍ମଚାରୀଙ୍କୁ କାର୍ଯ୍ୟଚ୍ୟୁତ କିମ୍ବା ମଜୁରିରୁ ବଞ୍ଚିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ହୋଇଛି। କିନ୍ତୁ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର...
ନିଜାମୁଦ୍ଦିନ୍ ଧର୍ମସଭାରେ ଥିଲେ କୋରାପୁଟର୨
ଜୟପୁର,୧ା୪(ନି.ପ୍ର./ଡି.ଏନ୍.ଏ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍ଠାରେ ହୋଇଥିବା ମୁସଲମାନ୍ ଧର୍ମସଭାରେ ଦେଶବିଦେଶରୁ ଲୋକ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହି ସଭାରେ ଓଡ଼ିଶାର ୧୫ଜଣ ଯୋଗ ଦେଇଥିବାବେଳେ କୋରାପୁଟ ଜିଲାର ଜୟପୁର ଏବଂ କୋଟପାଡ଼ ଅଞ୍ଚଳର ୨...
ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି ହୋଇପାରନ୍ତି କରୋନା ସଂକ୍ରମିତ: ବାଗ୍ଚୀ
ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ଏଭଳି ଏକ ରୋଗ ଯାହାକି ଧର୍ମ, ଜାତି, ଧନି, ଗରିବ,ବର୍ଣ୍ଣ ନିର୍ବିଶେଷରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହା ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ। କାନାଡ଼ାର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରିନ୍ସ...
କରୋନା ନେଇ ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଭୁବନେଶ୍ୱର,୧।୪(ବ୍ୟୁରୋ): ଦେଶ, ସମାଜ ଏବଂ ରାଜ୍ୟ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଆଗାମୀ ଦିନରେ କରେନା ସହ ଲଢ଼ିବା ପାଇଁ ପ୍ରତିଟି ବୁନ୍ଦା ସାହସ, ଶକ୍ତି ବଜାୟ ରଖିବାକୁ ପଡ଼ିବ। ହେଲେ କିଛି ଦାୟିତ୍ୱହୀନ ବ୍ୟକ୍ତି ଗୁଜବ...
ଦୁବାଇରୁ ଭାୟା କୋଲକାତା ଦେଇ ଭଦ୍ରକ ଆସିଥିଲେ ୪ର୍ଥ କରୋନା ଆକ୍ରାନ୍ତ: ବାଗ୍ଚୀ
ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ର୍ଥ କରୋନା ସଂକ୍ରମିତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ...
ଚତୁର୍ଥ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ୭ଜଣ
ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି। ବୁଧବାର ସୁଦ୍ଧା ୬୧୦ ନମୂନା ପରୀକ୍ଷାର ରିପୋର୍ଟ ଆସିଥିବା ବେଳେ ସେଥିରୁ ପଜିଟିଭ୍ ଅଛନ୍ତି ୪ଜଣ। ପ୍ରଥମ ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫ ଥିବା ବେଳେ ତୃତୀୟ...
ଆସନ୍ତା ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ, କରୋନାଠାରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ: ବାଗ୍ଚୀ
ଭୁବନେଶ୍ୱର,୧।୪(ବ୍ୟୁରୋ): ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ୨୦୦ ଦେଶରେ କରୋନାର ଚିହ୍ନଟ ହୋଇଥିବା ବେଳେ ବୁଧବାର ଅପରାହ୍ନ ୩ଟା ସୁଦ୍ଧା ଏହା ୨୦୩ଟି ଦେଶ ଏବଂ ୨ ଜାହାଜରେ ପହଞ୍ଚିଲାଣି। ବିଶ୍ୱସ୍ତରରେ...
ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାର ଖାଉଟି, ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ନୁହେଁ ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କୁମାର
ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍ଡାଉନ୍ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍...
ଉତ୍କଳ ଦିବସରେ କୋଭିଡ-୧୯ ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ’
ଭୁବନେଶ୍ୱର,୧।୪(ବ୍ୟୁରୋ): ଆଜି ଉତ୍କଳ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ବାଭିମାନୀପଣିଆ...
କରୋନା ସହାୟତା: ଗୋଟିଏ ଦିନର ଦରମା ଦେଲେ ଏନ୍ଏଲ୍ୟୁ କର୍ମଚାରୀ
କଟକ ଅଫିସ, ୧।୪: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ସହାୟତା ମିଳିବାରେ ଲାଗିଛି। ଏହି କ୍ରମରେ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍ଏଲ୍ୟୁ)ର ଶିକ୍ଷକ...
ଆଜି ଉତ୍କଳ ଦିବସ: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା
ପୁରୀ ଅଫିସ,୧।୪: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନିଜ ବାଲୁକାକଳା ଜରିଆରେ ସୁଦର୍ଶନ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ କରୋନା ମୁକାବିଲା ନେଇ ଏବେ ସବୁଆଡେ ଲକ୍ଡାଉନ୍ ସ୍ଥିତି...
Archives


