୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୨।୭ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଓ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ବୁଧବାର ସୂଚନା ଦିଆଇଛି। ଏଥିସହ ମହିଳା ଓ ଶିଶୁ…
ଶିଳ୍ପାଞ୍ଚଳରେ ୬୪% କମ୍ ବର୍ଷା
ଯାଜପୁର ଅଫିସ୍, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା ଜିଲାରେ ମଧ୍ୟ ୨୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶା ରେନଫଲ ମନିଟରିଂ…
ଉତ୍ତପ୍ତ ହେଉଛି ସମୁଦ୍ର
ଭୁବନେଶ୍ୱର,୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଲାଣି। ଗ୍ରୀନ୍ ହାଉସ୍ ଗ୍ୟାସ ବୃଦ୍ଧି ଯୋଗୁ କେବଳ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ହେଉ ନାହିଁ ଏହା ଦୁଇ ତୃତୀୟାଂଶ ଜଳ ଭାଗକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି। ପରିବେଶକୁ ଉତ୍ତପ୍ତ କଲାଭଳି…
ମିଳୁନି ସରକାରୀ ବିହନ, ଚାଷୀ ହଇରାଣ
କେନ୍ଦୁଝର,୨।୭ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଚାଷୀଙ୍କୁ ମିଳୁନି ସରକାରୀ ବିହନ। ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ି କ୍ଷେତ ପ୍ରସ୍ତୁତ କରି ସାରିଥିବା ବେଳେ ବିହନ ମିଳୁ ନ ଥିବାରୁ ଚିନ୍ତାରେ ରହିଛନ୍ତି। ବିକ୍ରୟ କେନ୍ଦ୍ର ତଥା ଲ୍ୟାମ୍ପ୍ସରୁ ବିହନ ନ ପାଇ…
ସିଲିଣ୍ଡର ପିଛା ୧ ଟଙ୍କା ବଢ଼ିଲା ଏଲ୍ପିଜି
ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହି ସମୟରେ ଲଗାତର ଦରଦାମ ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦର ବଢିବା ପରେ ୨ ଦିନ ହେବ…
ସୁବାସ ନଗର ବସ୍ତିରୁ ହଟିଲା ଆବଦ୍ଧାଞ୍ଚଳ କଟକଣା
ଭୁବନେଶ୍ୱର,୧।୭(ବ୍ୟୁରୋ)-୧୨ ଦିନ ପରେ ଡୁମୁଡୁମା ସୁବାସ ନଗର ବସ୍ତିରୁୁ କଣ୍ଟେନମେଣ୍ଟ (ଆବଦ୍ଧାଞ୍ଚଳ) କଟକଣା ହଟିଛି। ଉକ୍ତ ବସ୍ତିରୁ ଏକାଧିକ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଗତ ୨୦ରେ ବସ୍ତିର ୩୧୭ଘର ସିଲ୍ କରି ଦିଆଯାଇଥିଲା। ବିଏମ୍ସି ଏହାର ପ୍ରମୁଖ ପ୍ରବେଶ…
ବ୍ୟାଙ୍କ କଲୋନୀକୁ ଶଟ୍ଡାଉନ୍ କଲେ ସରପଞ୍ଚ
ଛତ୍ରପୁର,୧ା୭(ଡି.ଏନ୍.ଏ.)-ଛତ୍ରପୁର ଏନ୍ଏସିରେ ୬ ଦିନିଆ ଶଟ୍ଡାଉନ୍ ବଳବତ୍ତର ରହିଛି ା ବୁଧବାର ଶଟ୍ଡାଉନ୍ର ଦ୍ୱିତୀୟ ଦିବସରେ ମଧ୍ୟ ହାତଗଣତି ଔଷଧ ଦୋକାନ ଖୋଲାରହିଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ା ଲୋକେ ଘରୁ ବାହାରି ନ ଥିବା…
ଲୋକଙ୍କ ଜୀବନ ସୁରକ୍ଷା ପାଇଁ କାମ କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୭(ବ୍ୟୁରୋ)-ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମହାମାରୀ ମୁକାବିଲା ପାଇଁ ବିଜେଡି ବିଧାୟକମାନଙ୍କୁ ୮ ସୂତ୍ରୀ କୋଭିଡ୍ ମୁକାବିଲା ମନ୍ତ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ ବିଧାୟକମାନଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ମାନବଜାତି ଏକ ଅଭୂତପୂର୍ବ ସଙ୍କଟ…
କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ
ଦିଗପହଣ୍ଡି,୧୭ା୭(ଡି.ଏନ୍.ଏ.)-ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମର ସୀମାଞ୍ଚଳ ସେଠୀ ରାଜ୍ୟ ବାହାରୁ ଫେରି ୧୦ଦିନ ହେଲା ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି। ବୁଧବାର ବାପା ବିଶ୍ୱନାଥ ସେଠୀଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିଲା। ସମିତିସଭ୍ୟ ପ୍ରତିନିଧି ପି. ବାଲାଜୀ…
ବାହାର ଦେଶକୁ କରୁଥିଲେ ବଜ୍ରକାପ୍ତା ଚୋରାଚାଲାଣ: ବନ୍ଧା ହେଲେ ପ୍ରଧାନଶିକ୍ଷକ
ଖୁଣ୍ଟୁଣୀ,୧ା୭(ଡି.ଏନ୍.ଏ)-ଆଠଗଡ଼ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି। ସେ ହେଲେ ବଡ଼ମ୍ବା ଥାନା ଗୋପପୁରର ଶ୍ୟାମସୁନ୍ଦର ବେହେରା। ସେ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ୟୁପି ସ୍କୁଲରେ ପ୍ରଧାନଶିକ୍ଷକ…
ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା: କିଲୋମିଟର ପିଛା ନୂଆ ଦର କେତେ ହେଲା ଜାଣନ୍ତୁ…
ଭୁବନେଶ୍ୱର,୧ା୭(ବ୍ୟୁରୋ)-ରାଜ୍ୟରେ ପୁଣି ବସ୍ ଭଡ଼ା ବୃଦ୍ଧି ପାଇଛି। ୧୫ ଦିନ ମଧ୍ୟରେ ଦୁଇଥର ବସ୍ ଭଡ଼ା ବଢିଲାଣି। ୨୦୨୦ ଜୁନ୍ ୧୬ ତାରିଖରେ ରାଜ୍ୟ ସରକାର ଭଡ଼ା ବୃଦ୍ଧି କରିଥିଲେ। ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ୨୨…
ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ରଥ
ପୁରୀ ଅଫିସ,୧।୭-ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ତିନିଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ଶେଷ ହୋଇଛି ବାହୁଡା ଯାତ୍ରା। ସେବାୟତମାନେ ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଆଣିଥିଲେ।…
Archives


