ଓଡ଼ିଶାର ୧୪ଜଣ ପାଇବେ ପୋଲିସ ମେଡାଲ, ଜାଣନ୍ତୁ ସବିଶେଷ..
ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗୋଟିଏ ଦିନପରେ ସ୍ବାଧୀନତା ଦିବସ। ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ ପଦକ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୧୪ଜଣ ପୋଲିସ ରାଷ୍ଟ୍ରପତି ପଦକ, ପୋଲିସ ପଦକ ପାଇବେ ବୋଲି ଜଣାପଡ଼ିଛି। ବିଶିଷ୍ଟ ସେବା…
ଆଜି ଆଉ ୧୦ ଜୀବନ ନେଲା କରୋନା: ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ ଗଞ୍ଜାମରୁ ୪…
CORONAVIRUS UPDATE: ରାଜ୍ୟରେ ୫୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୭୭
ଭୁବନେଶ୍ୱର,୧୪ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୨୪୧…
ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଓଟିଡିସିର ନୂଆ ଭିଡିଓ
ଭୁବନେଶ୍ୱର(ବ୍ୟୁରୋ),୧୪ା୮: କରୋନା ସଂକଟରେ ଫସିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ କ୍ରିୟାଶୀଳ କରିବାକୁ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀର୍ଘ ୬ ମାସ ଧରି ପର୍ଯ୍ୟଟନ ଶିଳ୍ପ ବିପୁଳ କ୍ଷତି ସହିଥିବାବେଳେ ଆଗାମୀ ଦିନରେ ସୁଦୃଢ଼ କରିବାକୁ…
କଟକ ଷ୍ଟେଶନରେ ଶହେ ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା
କଟକ ଅଫିସ,୧୪ା୮: କଟକ ରେଳଷ୍ଟେଶନ ନିକଟରେ ଗୁରୁବାର ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିଛି। ହାଇକୋର୍ଟ ପରେ ରେଳଷ୍ଟେଶନଠାରେ ପ୍ରଥମ ଥର ପାଇଁ ଏହି ଉଚ୍ଚତମ ପତାକା ଲଗାଯାଇଛି। ତ୍ରିରଙ୍ଗାର ଦୈର୍ଘ୍ୟ ୩୦ ବର୍ଗଫୁଟ ଓ ପ୍ରସ୍ଥ ୨୦ ବର୍ଗଫୁଟ।…
ଓୟୁଏଟି ଓ ଆଇଆଇଟି ଦିଲ୍ଲୀ ମଧ୍ୟରେ ଏମ୍ଓୟୁ
ଭୁବନେଶ୍ୱର,୧୪ା୮(ବ୍ୟୁରୋ): କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଶିକ୍ଷା ଓ ଗବେଷଣାକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଏବଂ ଆଇଆଇଟି ଦିଲ୍ଲୀ ମଧ୍ୟରେ ଗୁରୁବାର ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ଏମ୍ଓୟୁ ଦ୍ୱାରା କୃଷି କ୍ଷେତ୍ରରେ ସେନ୍ସର…
ନନ୍ଦିଘୋଷ ରଥ ଖୋଲା ଆରମ୍ଭ
ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଖୋଲା କାମ ଜାରି ରହିଛି। ବୁଧବାର ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଶେଷ ପରେ ଗୁରୁବାରଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖୋଲା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅଁଳା, କଳସ,…
ଗଞ୍ଜାମରେ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି
ଭୁବନେଶ୍ୱର ୧୪।୮(ବ୍ୟୁରୋ): ଗଞ୍ଜାମର ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭିଲାନ୍ସରୁ ଏହା ଜଣାପଡ଼ିଛି। ବ୍ରହ୍ମପୁରରେ ଗତ ୩ରୁ ୭ ତାରିଖ ମଧ୍ୟରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ରାଜ୍ୟ…
ପ୍ରବେଶ କର ଅନାଦାୟ ନେଇ ଜନସ୍ବାର୍ଥ ମାମଲା: ଅବହେଳାରୁ ୧୩୯ କୋଟି କ୍ଷତି
କଟକ ଅଫିସ,୧୪।୮: ଅବହେଳା ଯୋଗୁ ୧୩୯ କୋଟି ୧୫ଲକ୍ଷ ୮୦ ହଜାର ୫୦୪ ଟଙ୍କାର ପ୍ରବେଶ କର (ଏଣ୍ଟ୍ରି ଟ୍ୟାକ୍ସ) ଭୂଷଣ ପାୱାର୍ ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ କମ୍ପାନୀ ଠାରୁ ଆଦାୟ ହୋଇପାରିଲା ନାହିଁ। ଏଣୁ ଯେଉଁ ସରକାରୀ ଅଧିକାରୀମାନେ ନିଜ…
ଡିଫେନ୍ସ ରୋଡ୍ ନିର୍ମାଣରେ ବାଧକ ଜବରଦଖଲ
ବାଲେଶ୍ୱର ଅଫିସ,୧୪।୮- ବାଲେଶ୍ୱର ସହର ପୂର୍ବରୁ ଥିବା କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ (୯.୨ କି.ମି.) ପ୍ରତିରକ୍ଷା ବିଭାଗ ଦ୍ୱାରା ଏକ ସ୍ବତନ୍ତ୍ର ବାଇପାସ୍ ରାସ୍ତା ଚାନ୍ଦିପୁର ସ୍ଥିତ ଆଇଟିଆର୍ (ସମନ୍ବିତ ପରୀକ୍ଷା ପରିସର)କୁ ନିର୍ମାଣ କରାଯାଉଛି।…
ଛତ୍ରପୁର ଉପଖଣ୍ଡରେ ୮୩% ସୁସ୍ଥ
ଛତ୍ରପୁର,୧୪ା୮(ଡି.ଏନ୍.ଏ.)- ଛତ୍ରପୁର ଉପଖଣ୍ଡରେ ଥିବା ୮ ବ୍ଲକ ଓ ୯ ସହରାଞ୍ଚଳରେ ଟେଷ୍ଟ ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଜୁଲାଇ ୨୩ରୁ ଗତ ୧୧ ତାରିଖ ମଧ୍ୟରେ ଉପଖଣ୍ଡର ସ୍ଥିତି ଏକ ଗ୍ରାଫ ମାଧ୍ୟମରେ ଦିଆଯାଇଛି। ବର୍ତ୍ତମାନ…
ଅଙ୍ଗଦାନ ନେଇ ପ୍ରିୟଙ୍କାରାଣୀଙ୍କ ପରିବାରକୁ ମିଳିଲା ୫ ଲକ୍ଷ
ଛତ୍ରପୁର,୧୪ା୮(ଡି.ଏନ୍.ଏ.)- ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କୁ ମରଣୋତ୍ତର ସୁରଜ ସମ୍ମାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା…
Archives


