ସୁଦର୍ଶନଙ୍କ ବାଲୁକା କଳାରେ କେରଳ ଗର୍ଭିଣୀ ହାତୀ ମୃତ୍ୟୁର କରୁଣ ଚିତ୍ର
ପୁରୀ ଅଫିସ,୫।୬- କେରଳରେ ବାଣଭର୍ତ୍ତି ସପୁରି ଖୁଆଇ ଏକ ଗର୍ଭିଣୀ ହାତୀକୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ପଶୁପ୍ରେମୀମାନେ ନିନ୍ଦା କରୁଥିବାବେଳେ ବାଲୁକା କଳା ମାଧ୍ୟମରେ ମଧ୍ୟ ଏହି ଦୁଃଖଦ...
ଶ୍ରମିକ ଟ୍ରେନ୍ରେ ପ୍ରବାସୀ ମହିଳାଙ୍କ ପ୍ରସବ; ତେଲଙ୍ଗାନାରୁ ବଲାଙ୍ଗୀର ଫେରୁଥିଲେ
ଟିଟିଲାଗଡ଼, ୫।୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ଠାରେ ଲିଙ୍ଗମପାଲିରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଶୁକ୍ରବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ସନ୍ତାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସୂଚନାନୁଯାୟୀ, ଜିଲାର ବେଳପଡା...
ଭୁବନେଶ୍ୱରରୁ ଆଉ ୧୩ ପଜିଟିଭ୍ ଚିହ୍ନଟ: ହୋମ କ୍ୱାରାଣ୍ଟାଇନ୍ର ୭, ଲୋକାଲ କେସ୍ ୬
ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୬ ଲୋକାଲ କେସ୍ ରହିଛି। ଏନେଇ ବିଏମ୍ସି ପକ୍ଷରୁ ଟୁଇଟ...
ପୁରୀରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା
ପୁରୀ ଅଫିସ, ୫।୬: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୧ଜଣ ସୁସ୍ଥ ହୋଇଥିବା ବେଳେ ୧୮ଜଣ ଚିକିତ୍ସିତ ହେଉଛନ୍ତି।...
ଛେରାପହଁରା କଲେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ
ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ ଜଳଲାଗି ପରେ ନିର୍ଦ୍ଧାରିତ ସମୟରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରାପହଁରା କରିଛନ୍ତି।...
CORONAVIRUS UPDATE: ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ଛୁଇଁଲା
ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା...
୨୧ ଜିଲାରୁ ୧୩୦ କରୋନା ପଜିଟିଭ ଚିହ୍ନଟ: ସର୍ବାଧିକ କଟକରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ କରୋନା ଆକ୍ରାନ୍ତ ୨୧ଟି ଜିିଲାର। ତେବେ କଟକରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୨୨ଜଣ ଲେଖାଏ ରହିଛନ୍ତି। ସେହିପରି ଗଞ୍ଜାମରୁ ୧୨, ସୁନ୍ଦରଗଡ଼...
CORONAVIRUS UPDATE: ରାଜ୍ୟରେ ପୁଣି ୧୩୦ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଲା
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ପୁଣି ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି। ତେବେ ନୂଆ ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ...
ସ୍ନାନ ବେଦୀରେ ଦାରୁଦିଅଁ
ପୁରୀ ଅଫିସ୍,୫।୬: ଶେଷ ହୋଇଛି ପ୍ରତୀକ୍ଷା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ନିର୍ଘଣ୍ଟ ସମୟରେ ଠାକୁରଙ୍କ ରାତି ୩ଟା ୧୦ରେ ପହଣ୍ଡି ହୋଇଥିଲା। ସ୍ନାନବେଦୀରେ ବିଜେ କରିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି। ମଙ୍ଗଳାର୍ପଣ ରାତି...
ଆଜି ସ୍ନାନଯାତ୍ରା
ପୁରୀ ଅଫିସ, ୫ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ଏଥିପାଇଁ ଦାରୁଦିଅଁଙ୍କୁ ଅପେକ୍ଷା...
ଆସୁଛି ଲଘୁଚାପ
ଭୁବନେଶ୍ୱର,୫ା୬(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଦୁଇ ତିନି ଦିନଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୯ ତାରିଖ ସନ୍ଧ୍ୟାରୁ...
‘ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ’
ଭୁବନେଶ୍ୱର,୫ା୬(ବ୍ୟୁରୋ):ଜୀବନ ଓ ଜୀବିକା ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥରେ ରହିଲେ ଜୀବିକା ଆଗକୁ ବଢ଼ିବ। ଜୀବିକା ଗୁରୁତ୍ୱପୂର୍ଣ୍ଣ ବୋଲି ଲକ୍ଡାଉନ କୋହଳ କରାଯାଇଛି। ଜୀବନ ପ୍ରତି ଯେପରି ବିପଦ ସୃଷ୍ଟି ନ ହେବ ସେଥିପ୍ରତି ସାବଧାନ ରହିବା ଜରୁରୀ। ଆତ୍ମସଂଯମ...
Archives


