ଦୁତିଆ ଓଷା ଭାର ନେଇ ଯାଉଥିଲେ: ମାମୁ, ଭଣଜାଙ୍କୁ ଚପିଦେଲା ଟ୍ରକ
ରସୁଲପୁର, ୧୦।୯ (ଡି.ଏନ୍.ଏ.)ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ୬ ନଂ. ଜାତୀୟ ରାଜପଥର ଖଣ୍ଡିତର ନିକଟସ୍ଥ ଖରସ୍ରୋତା ପୋଲ ଉପରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟକ୍ତ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଭୁବନେଶ୍ୱରର ୨୩ ମାସର ଶିଶୁ ଦୀୟା: ଜାଣନ୍ତୁ କାହିଁକି…
କଟକ ଅଫିସ,୧୦ା୯: ବୟସ ୨୩ ମାସ। ଏହି କୋମଳ ବୟସରେ ସେ ରଚିଛନ୍ତି ଏକ ଇତିହାସ। ଏହି ଶିଶୁଜଣଙ୍କ ହେଲେ ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ପ୍ରସନ୍ନଜିତ ମହାନ୍ତି ଓ ଶୁଭଶ୍ରୀ ବିଶ୍ୱାଳଙ୍କ ଝିଅ ଜାନଭି ମହାନ୍ତି ଓରଫ ଦୀୟା ା ଓଡ଼ିଶାର…
ସୁସ୍ଥ ହେଲେ ୨୭୦୬ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ପଢନ୍ତୁ
ଭୁବନେଶ୍ୱର,୧୦।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୪୧୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡ଼ରୁ ୧୫୨, ବରଗଡ଼ରୁ ୧୩୯, ପୁରୀରୁ ୧୩୨, ରାୟଗଡ଼ାରୁ ୧୦୧, ଝାରସୁଗୁଡ଼ାରୁ…
ଭୁବନେଶ୍ୱରରୁ ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୪୦୫
ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୭୫ ରହିଛି। ସେହିପରି ଭୁବନେଶ୍ୱରରୁ ୪୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଦିନକୁ ଦିନ ସ୍ଥିତି ଗମ୍ଭୀର: ଭୁବନେଶ୍ୱରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା
ଭୁବନେଶ୍ୱର,୧୦।୯(ବ୍ୟୁରୋ): ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ କରୋନା ସ୍ଥିତି ଗମ୍ଭୀର। ଫଳରେ ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ…
ଏବର୍ଷ କେବଳ ପରମ୍ପରା ବଜାୟ ରଖିବା ପାଇଁ ହେବ ପୂଜା: ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି
ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗୁରୁବାର ଗାଇଡଲାଇନ୍ ଜାରି କରାଯାଇଛି। ଆଗକୁ ଆସୁଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀପୂଜା ପାଳନ ନେଇ ଗାଇଡ୍ଲାଇନ୍ ଜାରି କରାଯାଇଛି। ମଣ୍ଡପରେ ପୂଜା ପାଇଁ ଜିଲାପାଳ, କମିଶନରଙ୍କଠାରୁ…
ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କ ସହଯୋଗ ଲୋଡ଼ିଲେ ନୀତିଶ
ଭୁବନେଶ୍ୱର,୧୦।୯(ବ୍ୟୁରୋ): ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ। ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ତାଙ୍କୁ ସମର୍ଥନ କରିବାକୁ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର…
ଆଜି ଆଉ ୧୧ ଜୀବନ ନେଲା କରୋନା, ୫୯୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା, କଟକ ଓ…
CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୯୯୧ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୬୭୬ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
କଟକଣା ସହ ଆରମ୍ଭ ହେବ ଡିଏଲ୍, ଏଲ୍ଏଲ୍ ଟେଷ୍ଟିଂ
ଭୁବନେଶ୍ୱର,୧୦ା୯(ବ୍ୟୁରୋ): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଡିଏଲ ଓ ଏଲଏଲ ପାଇଁ ବନ୍ଦ ହୋଇଯାଇଥିବା ଡ୍ରାଇଭିଂ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ଡିଏଲ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଟେଷ୍ଟ ଆରମ୍ଭ ହେବ…
ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଓଡ଼ିଶା ଜନ୍ମିତ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ବୁଧବାର ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ସେ…
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୨…
Archives


