ପ୍ରଶଂସକଙ୍କ ସହଯୋଗ ଲୋଡିଲେ ଅନୁଭବ ମହାନ୍ତି

କଟକ ଅଫିସ୍‌,୧୧।୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନକୁ ନେଇ ଉଠିଥିବା ବିବାଦ ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପରସ୍ପରର ଅଭିଯୋଗକୁ ମିଥ୍ୟା ଦର୍ଶାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ଉଭୟଙ୍କୁ ଭେଟିଛନ୍ତି କିଛି ମାନବାଧିକାର କର୍ମୀ। ଏହାପରେ ଅନୁଭବ ଟୁଇଟର୍‌ରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ମାନବାଧିକାର କର୍ମୀଙ୍କୁ ବିଶ୍ୱାସ କରିବି ନା ମୋ ସମ୍ମାନସ୍ପଦ ବାପା ମା’ଙ୍କୁ ବିଶ୍ୱାସ କରିବି। ଅବଶ୍ୟ ଏହାର ସଠିକ୍‌ ଉତ୍ତର ମୁଁ ଜାଣେ, ତଥାପି ଆପଣଙ୍କ ସହଯୋଗ ଲୋଡା ବୋଲି ସେ କହିଛନ୍ତି। ଏହାପରେ ଅନେକ ପ୍ରଶଂସକ ଅନୁଭବଙ୍କୁ ମାମଲାର ସମାଧାନ କରି ବର୍ଷାଙ୍କ ସହ ପୁଣିଥରେ ହସଖୁସିରେ ଜୀବନ ବିତାଇବା ପାଇଁ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଗୀତାଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ଅନୁଭବ ମହାନ୍ତିଙ୍କ କଟକ ବାସଭବନକୁ ଯାଇ ଦମ୍ପତ୍ତିଙ୍କୁ ଭେଟି ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Indian Embassy Advisory: ମିଶାଇଲ ମାଡ଼ ପରେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ତେହରାନ/ନୂଆଦିଲ୍ଲୀ,୮।୬: ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏହାର ଯାତ୍ରା ପରାମର୍ଶକୁ ପୁନର୍ବାର ଦୋହରାଇଛି। ଦୂତାବାସ କହିଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି,…

ବିଦ୍ରୋହ ଆଗରେ ହାରିଯିବେ କି ଦିଦି? ଭାଜପା ମନ୍ତ୍ରୀଙ୍କୁ ଭେଟି ବଡ଼ ପ୍ଲାନ କଲେ TMC ଏମପି, ନିଦ….

କୋଲକାତା, ୮ା୬: ପଶ୍ଚିମବଙ୍ଗରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଏବେ ଭୁଶୁଡ଼ିବା ପରି ମନେ ହେଉଛି ।…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

କଳିଯୁଗର ସାବିତ୍ରୀ: ବ୍ରେନ୍ ଷ୍ଟ୍ରୋକ୍ ସ୍ୱାମୀଙ୍କୁ ପିଠିରେ ବୋହି ମେଡିକାଲ୍ ଆଣିଲେ ପତ୍ନୀ, ଭାଇରାଲ୍ ହେଉଛି କରୁଣ ଚିତ୍ର

ମୁମ୍ବାଇ,୮ା୬: ମହାରାଷ୍ଟ୍ରର ଆକୋଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ନେଇଥିଲେ । ସ୍ୱାମୀଙ୍କୁ ବ୍ରେନ୍…

ଓପିଏସସି ପରୀକ୍ଷାରେ ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିଲେ ପରୀକ୍ଷାର୍ଥୀ; ପ୍ୟାଣ୍ଟରେ ଫୋନ, କାନରେ ଇୟରବଡ ଲଗାଇ…

କଟକ,୮ା୬(ପ୍ରଭୁ କଲ୍ୟାଣ ପାଲ୍): ଓପିଏସସି ପରୀକ୍ଷାରେ କପି କରିବାର ନିଆରା ଅନ୍ଦାଜ ।ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ । ଫିଲ୍ମ ଷ୍ଟାଇଲ୍‌ରେ କପି…

ଆଗକୁ ପଞ୍ଚାୟତ ନିର୍ବାଚନ: ଏବେଠୁ ଅଣ୍ଟାଭିଡ଼ିଲାଣି ଭାଜପା ଯୁବମୋର୍ଚ୍ଚା

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ସୋମବାର ସରାପଶି ଲକ୍ଷ୍ମୀ ମଣ୍ଡପ ପରିସରରେ ଭାଜପା ପାଟଣା ମଣ୍ଡଳ ଯୁବମୋର୍ଚ୍ଚାର…

ଅଷ୍ଟମ ଦିନରେ ପହଞ୍ଚିଲା ଡଭା ସୋସାଇଟି ଚାଷୀଙ୍କ ଆମରଣ ଅନଶନ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪….

ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ…

ହଷ୍ଟେଲରୁ ପୁରୁଷ ବନ୍ଧୁ ବାହାରକୁ ଡାକି ନେଇ ହୋଟେଲରେ କଲେ ବଳତ୍କାର : ବାନ୍ଧିଲା ପୋଲିସ…

ଭୁବନେଶ୍ୱର, ୮।୬: ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳତ୍କାର  କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri