ରାଜ୍ୟ

ଭୁବନେଶ୍ୱରରୁ ଆଜି ୩୦୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ସବୁ ରୋଗୀ ସୁରକ୍ଷିତ ଉଦ୍ଧାର

କଟକ ଅଫିସ,୨୧।୯: କଟକ ଜଗତପୁରରେ ଥିବା ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗୁରୁତର ରୋଗୀଙ୍କୁ ୧୫ଟି ଆମ୍ବୁଲାନ୍ସ ଯୋଗେ ଅଶ୍ୱିନ ହସ୍ପିଟାଲ ଏବଂ ଭେଣ୍ଟିଲେଟର ଥିବା ହସ୍ପିଟାଲକୁ…

ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ନିଆଁ, କାରଣ ଅସ୍ପଷ୍ଟ

କଟକ ଅଫିସ,୨୧ା୯: କଟକ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ଚିଫ୍‌ ଫାୟାର ଅଫିସର ଓ କଟକ…

ସୋସିଆଲ ମିଡିଆରେ ମା’ ଦୁର୍ଗାଙ୍କୁ ଅଶ୍ଳୀଳ ମନ୍ତବ୍ୟ: ଶହୀଦନଗର ଥାନାରେ ଅଭିଯୋଗ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ମା’ଦୁର୍ଗା ଏବଂ ଲକ୍ଷ୍ମୀଙ୍କ ନାମରେ ଅଶ୍ଳୀଳ ମନ୍ତବ୍ୟ ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏହି ମାମଲାକୁ ନେଇ କଟକରେ ମଧ୍ୟ ଅଭିଯୋଗ ହୋଇଛି।…

ରାଜ୍ୟରୁ ଆଉ ୯ ଜୀବନ ନେଲା କରୋନା, ୭୧୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୯ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କେନ୍ଦୁଝର ଜିଲାରୁ ୨…

CORONAVIRUS UPDATE: ରାଜ୍ୟରୁ ଆଜି ୪୨୪୨ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ଟପିଲା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୪,୨୪୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୮୪,୧୨୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୫୦୩…

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାରଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଭିଡ୍‌ ନିୟମ ପାଳନ କରାଯାଇ ଏହି ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ…

କାନାଗାଁରୁ କଟକ ଷ୍ଟୁଡିଓ

କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଚିନ୍ତାଗୁଡ଼ା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡିଏସ୍ଥିତ ନ୍ୟୁ…

‘ଫେଲୁଦା’କୁ ଅନୁମୋଦନ: କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟରେ କରୋନା ରିପୋର୍ଟ

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଏଣିକି କମ୍‌ ଖର୍ଚ୍ଚରେ କରୋନା ପରୀକ୍ଷା ହୋଇପାରିବ। ପୁଣି ସ୍ବଳ୍ପ ସମୟରେ ରିପୋର୍ଟ ଜାଣିହେବ। ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍‌ ସିଆର୍‌ଆଇଏସ୍‌ପିଆର୍‌ (କ୍ଲଷ୍ଟରଡ ରେଗୁଲାରୀ ଇଣ୍ଟରସ୍ପେସ୍‌ଡ ଶର୍ଟ ପାଲିନ୍‌ଡ୍ରୋମିକ ରିପିଟ୍‌ସ) ଟେଷ୍ଟ କିଟ୍‌ ‘ଫେଲୁଦା’କୁ ଡ୍ରଗ୍ସ କଣ୍ଟ୍ରୋର ଜେନରୋଲ…

କାଳ ସାଜୁଛି ବିଳମ୍ବ ରିପୋର୍ଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ବଳ ଲଗାଇଛନ୍ତି। ଚିକିତ୍ସାଠାରୁ ଆରମ୍ଭ କରି ସଚେତନତା ଓ କଟକଣା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ତଥାପି ସଂକ୍ରମଣ ବଢ଼ି ଚାଲିଥିବାରୁ ଏବେ ନାନା ତର୍ଜମା ଚାଲିଛି। ଇତିମଧ୍ୟରେ କେତେକ…

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧।୯(ବ୍ୟୁରୋ)ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ରବିିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗିରହିଛି…

କ୍ଷତିରେ ଯାତ୍ରୀ ପରିବହନ: ଚିନ୍ତାରେ ମାଲିକ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନା ପ୍ରଭାବରୁ ବର୍ତ୍ତିପାରୁନି ଯାତ୍ରୀ ପରିବହନ ସେବା। ବସ୍‌ ଠାରୁ ଆରମ୍ଭ କରି ଟ୍ୟାକ୍ସି ଏବଂ ଅଟୋ ଭଳି ଯାତ୍ରୀବାହୀ ଯାନ କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଛି। ବସ୍‌ ସେବା ଅତିମାତ୍ରାରେ ପ୍ରଭାବିତ ହୋଇଛି। କରୋନା ଭୟ ରହିଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri