ଏମ୍ସ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷା: ଭୁବନେଶ୍ୱର ଏମ୍ସ ଛାତ୍ରୀ ଭିନିଥା ଟପ୍ପର
ଭୁବନେଶ୍ୱର,୧୯।୬(ବ୍ୟୁରୋ)- ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ଘୋଷଣା କରାଯାଇଛି। ଶ୍ରେଷ୍ଠ ୧୦୦ରେ ଏମ୍ସର ୨୯ଜଣ ଛାତ୍ରୀଛାତ୍ର ରହିଥିବାବେଳେ ଭୁବନେଶ୍ୱର ଏମ୍ସର ଏମ୍ବିବିଏସ୍ ଛାତ୍ରୀ ଡା. ଭିନିଥା...
ରସୁଲଗଡ଼ ଛକରୁ ଜବତ ହେଲା ସାଢେ ୪ କୋଟି ଟଙ୍କାର ବ୍ରାଉନସୁଗାର
ଭୁବନେଶ୍ୱର,୧୯ା୬ (ବ୍ୟୁରୋ)-ଶୁକ୍ରବାର ଏସ୍ଟିଏଫ ହାତରେ ଲାଗିଛି ବଡ଼ ସଫଳତା। ବାଲେଶ୍ୱରରୁ ବୋଲେରୋରେ ଚାଲାଣ ହୋଉଥିବା ଏକ ବ୍ରାଉନ୍ ସୁଗାର ରାକେଟକୁ ପର୍ଦ୍ଦାଫାଶ କରିଛି କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ(ସ୍ପେଶାଲ ଟାକ୍ସ ଫୋର୍ସ)। ଏସ୍ଟିଏଫ୍ ଚାଲାଣ କରାଯାଉଥିବା ବାଲେରୋ ସହ ୪ କେଜି ୪୮୬...
ମହାନଦୀ ପାରି ହେବାବେଳେ ବୁଡି ଗଲା ଡଙ୍ଗା: ପହଁରି ପହଁରି କୂଳରେ ଲାଗିଲେ ଶ୍ରମିକ
ମହାକାଳପଡା,୧୯।୬(ଡି.ଏନ୍.ଏ)-କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ରାମନଗର ପିତାପାଟ ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମହାନଦୀ ପାରି ହୋଇ ପାରାଦୀପକୁ କାମ କରିବାକୁ ଯାଉଥିବାବେଳେ ଏକ ଡଙ୍ଗା ବୁଡି ଯାଇଛି। ଫଳରେ ଉକ୍ତ ଡଙ୍ଗାରେ ଥିବା ୫ଜଣ ଶ୍ରମିକ...
ଗୁରୁବେଡାରେ ୨ ହାତୀ ମୃତ୍ୟୁ ଘଟଣା: ୩ ଅଭିଯୁକ୍ତ ଗିରଫ, ମିଳୁନି ହାତୀ ଦାନ୍ତ
ବଡ଼ବିଲ/ଯୋଡ଼ା,୧୯।୬(ଡି.ଏନ୍.ଏ/ସ୍ବ.ପ୍ର)-କେନ୍ଦୁଝର ଜିଲା ଚମ୍ପୁଆ ଫରେଷ୍ଟ ରେଞ୍ଜର ଗୁରୁବେଡା ବୈତରଣୀ(ଖ)ସଂରକ୍ଷିତ ଜଙ୍ଗଲରେ୨ ହାତୀଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର ୩ ଅଭିଯୁକ୍ତ ବନବିଭାଗ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ବିନବିଭାଗ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁବେଡା ଭୋଳବେ ଗ୍ରାମର...
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ; ୩୨୦୦ ଛୁଇଁଲା ମୋଟ ଆରୋଗ୍ୟ ସଂଖ୍ୟା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି। ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ କଟକର...
ରଥଯାତ୍ରା ପାଇଁ ପୁଣି ପିଟିସନ୍: ପୁରୀ ସହରକୁ ସଟ୍ଡାଉନ୍ କରି ରଥଯାତ୍ରା କରାଯାଉ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍ ହୁସେନ୍ ପିଟିସନ୍ ଦାୟର କରିଛନ୍ତି। କେବଳ ପୁରୀ ରଥଯାତ୍ରାକୁ...
ଶେରଗଡ଼ ଥାନାର ୪ ପୋଲିସ କର୍ମଚାରୀଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଶେରଗଡ଼ ଥାନାର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେମାନଙ୍କର...
କଳାକାର ହିଁ ବୁଝିପାରେ ଅନ୍ୟ କଳାକାରର ମନ: ରାପ୍ କଣ୍ଠଶିଳ୍ପୀ ଡୁଲେଶ୍ୱରଙ୍କୁ ସହାୟତାର ହାତ ବଢାଇଲେ ହ୍ୟୁମାନ ସାଗର
ଭବାନୀପାଟଣା,୧୯।୬ (ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଡୁଲେଶ୍ୱର ତାଣ୍ଡି ଜଣେ ବିପ୍ଲବୀ ରାପ୍ ସଙ୍ଗୀତକାର। ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ। ହେଲେ ତାଙ୍କ ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ଅସୁବିଧାରେ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ...
ଶ୍ରମିକ କୋଭିଡ କିଟ୍ସ କିଣାରେ ୩୦୦ କୋଟି ଦୁର୍ନୀତି ଅଭିଯୋଗ: ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପ୍ରଦୀପ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟ ସରକାର କୋଭିଡ ମୁକାବିଲାରେ ବ୍ୟସ୍ତ ଥିବା ବେଳେ ଏହି ସମୟରେ ବିଭିନ୍ନ ଦୁର୍ନୀତି ନେଇ ଅଭିଯୋଗ ଆସୁଛି। ଏହି କ୍ରମରେ ଶ୍ରମିକଙ୍କ ପାଇଁ କୋଭିଡ କିଟ୍ସ କିଣାରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ...
ଶ୍ରୀମନ୍ଦିର ଭିତରେ ହେବ ବିଧିରକ୍ଷା
ପୁରୀ ଅଫିସ,୧୯।୬: ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଶୁକ୍ରବାର ନିଳାଦ୍ରୀ ଭକ୍ତ ନିବାସ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାମାରୀ କରୋନା ସଂକ୍ରମଣ...
ଭାବବିହ୍ବଳ ହୋଇ କାନ୍ଦି ପକାଇଲେ ସୁର: କହିଲେ ରାତିରେ ଶୋଇପାରିଲି ନାହିଁ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଚଳିତ ବର୍ଷ ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରୋକ ଲଗାଇଛନ୍ତି। ଏହି ପ୍ରସଙ୍ଗରେ ଭାବବିହ୍ବଳ ହେଲେ ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ୟାମେରା ସମ୍ମୁଖରେ କାନ୍ଦି ପକାଇଛନ୍ତି।...
ସରକାରଙ୍କ ଆନ୍ତରିକତା ନ ଥିଲା; ଗୁରୁବାର ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ: ବିଜୟ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭାଜପା ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଓଡ଼ିଶା ଇତିହାସରେ ଗୁରୁବାର ସ୍ମରଣୀୟ ଦିନ ହୋଇ ରହିବ। ଏଥିନେଇ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି ବୋଲି ଆଶଙ୍କା କରାଯାଉଥିଲା।...
Archives


