ରାଜ୍ୟ

ପ୍ରଦୀପ-ପାଠକ ପରିବାର ଗୁମର ଖୋଲିଲେ ପିଟର

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ଟାଟା ମୋଟର୍ସ କମ୍ପାନୀରେ ଚାକିରି ଦେବା ଆଳରେ ଠକେଇ କରି ଜେଲ ଯାଇଥିବା ଆକାଶ ପାଠକଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଡେଭିଡ୍‌ ପିଟରଙ୍କୁ ୩ଦିନ ଧରି ମାରାଥନ ଜେରା ଚାଲିଛି। ପୁଣେରୁ ଉଠାଇ ଆଣି ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ…

୧୯ ଡିଗ୍ରୀ ତଳେ ସାରା ରାଜ୍ୟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ଧୀରେ ଧୀରେ ପାରଦ ଖସୁଥିବାରୁ ରାତି ଅପେକ୍ଷା ଭୋର ସମୟରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି। ଶୀତ ସହ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ସୋନପୁରରେ ପ୍ରବଳ…

ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବାଙ୍କ ଦେହାନ୍ତ

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନ ତ୍ରାହି ଅଚ୍ୟୁୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ରବିବାର ରାତିରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।…

ଜମୁନି ପ୍ରଥମାଷ୍ଟମୀ ପୋଷାକ ବେପାର

ଅନୁଗୋଳ ଅଫିସ, ୭।୧୨:  ଦିନଟିଏ ପରେ ପ୍ରଥମାଷ୍ଟମୀ। ପୋଢ଼ୁଆଁ ହେବେ ଘରର ଜ୍ୟେଷ୍ଠ ସନ୍ତାନ। ମାମୁଘରୁ ଆସିଥିବା ନୂଆ ପୋଷାକ ପିନ୍ଧି ଏଣ୍ଡୁରିପିଠା ଖାଇବେ ପିଲାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହେଲାଣି। ନାନା ପ୍ରକାର ସାମଗ୍ରୀ କିଣା ସରିଲାଣି। ପିଠା ପାଇଁ…

ପାଣିଝରା ଦେଇଛି ପରିଚୟ

ଚମ୍ପୁଆ, ୭ା୧୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଶଶାଙ୍କ ଗ୍ରାମ ବାଲିସାହି। ପାଣିଝରା ନିର୍ମାଣ ଓ ବିକ୍ରୟ କରି ଏଠାକାର ଆଦିବାସୀ ପାଇପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିଲେ ହେଁ କୌଳିକ ବୃତ୍ତି ଭାବରେ…

ତାମିଲନାଡୁରୁ ବ୍ରହ୍ମପୁର ସୁନା ଚାଲାଣ ଘଟଣା: ୨୩.୨୧ ଲକ୍ଷ ଟଙ୍କା ଜିଏସ୍‌ଟି ଆଦାୟ

ବ୍ରହ୍ମପୁର ଅଫିସ,୬ା୧୨ -ବ୍ରହ୍ମପୁର ଗୋଷାଣୀ ନୂଆଗଁା ପୋଲିସ ଶନିବାର ଅନ୍ଧପସରା ରୋଡ୍‌ରେ ଗାଡିମୋଟର ଯାଞ୍ଚବେଳେ ଏକ କାର୍‌ରୁ ୪କେଜି ସୁନା ଓ ୨୩୫ କେଜି ରୁପା ଅଳଙ୍କାର ଜବତ କରିଥିଲା। ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖିବା ସହ କାର ଜବତ…

ଅଖାବସ୍ତାରୁ ମା’ ଝିଅଙ୍କ ମୃତଦେହ ଜବତ

ନିରାକାରପୁର,୬ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧୀନ ଅଭିମାନପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ବାରିପଟରେ ଥିବା ଏକ ଅଖାବସ୍ତାରୁ ଜଣେ ମହିଳା ଓ ତାଙ୍କ ୧୦ମାସର ଝିଅର ମୃତଦେହକୁ ପୋଲିସ…

ସୟଦ ୟାସିର ନୱାଜ ଓଡିଶା ଛାତ୍ର କଂଗ୍ରେସର ନୂଆ ସଭାପତି ନିଯୁକ୍ତ

ଭୁବନେଶ୍ୱର,୬।୧୨-ଓଡ଼ିଶା ଛାତ୍ର କଂଗ୍ରେସର ନୂତନ ସଭାପତି ବାଛିଛି ଏଆଇସିସି। ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍‌ ଅଫ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ) ଓଡ଼ିଶା ଶାଖାର ନୂଆ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତି ଦିଆଯାଇଛି। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସଭାପତିଙ୍କ ଅନୁମୋଦନକ୍ରମେ ନୱାଜଙ୍କ ନାମରେ…

ରାଜ୍ୟରେ ସୁସ୍ଥ ହେଲେ ୫୭୦ କରୋନା ଆକ୍ରାନ୍ତ: ଅନୁଗୋଳରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୬।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୫୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୭୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୪, ମୟୂରଭଞ୍ଜରୁ ୫୧, ସୁନ୍ଦରଗଡରୁ ୪୩, ବଲାଙ୍ଗିରିରୁ ୪୧, ଖୋର୍ଦ୍ଧାରୁ ୪୦, ପୁରୀରୁ ୩୭, ବାଲେଶ୍ବରରୁ ୩୪, କଳାହାଣ୍ଡିରୁ…

କାର୍‌ ଓଲଟି ୨ ମୃତ: ଡ୍ରାଇଭର ଫେରାର

କାମାକ୍ଷାନଗର,୬।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଖଟୁଆ ହତାଠାରେ ରବିବାର ଅପରାହ୍ନରେ ଏକ କାର ଓଲଟି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ମଠକରଗଳା ଗ୍ରାମ ବାଲିସାହିର ସୁଶାନ୍ତ ଦାସଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବେହେରା (୩୫), ଶାଶୁ…

ଭୁବନେଶ୍ୱରରୁ ଆଜି ୩୧ ପଜିଟିଭ ଚିହ୍ନଟ: ଲୋକାଲ କେସ୍‌ ୨୫

ଭୁବନେଶ୍ୱର,୬ା୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫ ରହିଛି। ସେହିପରି  ଭୁବନେଶ୍ୱରରୁ ୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…

ଅନ୍‌ଲାଇନ୍‌ରେ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଅନ୍‌ଲାଇନରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri