ରାଜ୍ୟ

ଏଥର ଇ-ବିଧାନସଭା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଆସନ୍ତା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ହେବ। ଗୃହର ସମସ୍ତ କାର୍ଯ୍ୟବିଧି ବିନା କାଗଜରେ ଅନଲାଇନ ଜରିଆରେ ସମ୍ପାଦନ କରାଯିବ। ଅନୁରୂପ ଭାବେ ବଜେଟ ମଧ୍ୟ ଡିଜିଟାଲ ମୋଡରେ ଉପସ୍ଥାପନ ହେବ। ଶୁକ୍ରବାର ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ…

‘ଉତ୍ତମ ମାନର ଉତ୍ପାଦନ ସବୁଠାରୁ ବଡ଼ ଆବଶ୍ୟକତା’

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରପ୍ତାନି ପାଇଁ ଉତ୍ତମ ମାନର ଉତ୍ପାଦନ ହେଉଛି ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ରାଜ୍ୟ ରପ୍ତାନି ପୁରସ୍କାର ଉତ୍ସବ(ଷ୍ଟେଟ୍‌ ଏକ୍ସପୋର୍ଟ ଆଓ୍ବାର୍ଡ ସେରିମନି)-୨୦୨୧କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱସ୍ତରୀୟ ଉତ୍ପାଦନ…

ଉମରକୋଟ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ନବରଙ୍ଗପୁର/ଉମରକୋଟ,୨୩।୧(ବି.ପ୍ର./ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକେଟ ବ୍ଲକ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ (ବିଭାଜନ୨)ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗର…

ସପ୍ତାହକୁ ୩ଦିନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ

ଭୁବନେଶ୍ୱର, ୨୩।୧(ବ୍ୟୁରୋ) : ଏଣିକି ସପ୍ତାହରେ ୩ଦିନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ। ପ୍ରତି ମଙ୍ଗଳ, ବୁଧ ଓ ଶୁକ୍ରବାର ଟିକାକରଣ ହେବ। କିନ୍ତୁ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନରେ ସୁବିଧା ଅନୁଯାୟୀ ଟିକାକରଣ…

ଜେଲ୍‌ ଗଲେ ଶୁଭ୍ରା, ପ୍ରମାଣ ଯୋଗାଡ଼ରେ ସିବିଆଇ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇଥିବା ସଂସ୍ଥାର ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହୋଇଛି। ସିବିଆଇ ଅପରାହ୍ନରେ ତାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା।…

ଦଲାଲଙ୍କ ପାଇଁ ଓକିଲାତି କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ଧାନକିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଛନ୍ତି। ତେବେ କେତେଜଣ ଦଲାଲଙ୍କ ସହ ହାତ ମିଳାଇ ଓଡ଼ିଶା ଭାଜପା ସେମାନଙ୍କ ପାଇଁ ଓକିଲାତି କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ୨୦୧୮-୧୯ରେ ୬୫.୫ ଲକ୍ଷ…

ହାଲକା ଶୀତ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ହାଲକା ଶୀତ ପଡ଼ିଛି। ୧୭ ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳେ ରହିଛି। ତେବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୮.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।…

ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧ ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର କରିବାକୁ ଇଚ୍ଛୁକ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଦିଆଯିବ ଉଚ୍ଚମାନର ପ୍ରଶିକ୍ଷଣ। ରାଜ୍ୟ ତଥା ଜାତୀୟସ୍ତରରେ ସେମାନେ…

ଛାତ୍ରୀଛାତ୍ରଙ୍କ ଉପରୁ କମିବ ଚାପ

ଅନୁଗୋଳ ଅଫିସ, ୨୩।୧: ମହାମାରୀ କୋଭିଡ୍‌-୧୯ ବଦଳାଇ ଦେଇଛି ପଢ଼ା ସହ ପରୀକ୍ଷା ବ୍ୟବସ୍ଥା। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ନିଆଯାଇଛି ବହୁ ନୂଆ ପଦକ୍ଷେପ। ଦୀର୍ଘ ୯ ମାସର ଅନ୍‌ଲାଇନ୍‌ କ୍ଲାସ ପରେ ଏବେ ୧୦୦ ଦିନିଆ ଅଫ୍‌ଲାଇନ୍‌ କ୍ଲାସ…

୧୦ମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

ଜୟପୁର,୨୨ା୧: କୋରାପୁଟ ଜିଲାର ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ,…

ଗଛ ଉପରେ ଭାଲୁ

ବୋରିଗୁମ୍ମା,୨୨ା୧: କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ ଏବଂ ଖାଦ୍ୟାଭାବ ଯୋଗୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଜନବସତି ଆଡକୁ ମୁହାଁଉଛନ୍ତି। ଫଳରେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସେପରି ଏକ ପରିବେଶ ଦେଖିବାକୁ ମିଳିଛି କୋରାପୁଟ ଜିଲା…

ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ କସଂର ଗ୍ରାମ ନିଟକସ୍ଥ ଜଙ୍ଗଲରୁ ଗୁରୁବାର ବନ ବିଭାଗ ଏକ ମାଈ ହାତୀର ମୃତଦେହ ଜବତ କରିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍‌ ଆଘାତରେ ହାତୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri