ରାଜ୍ୟ

‘ଶକ୍ତି କ୍ଷେତ୍ରରେ ସନ୍ତୁଳନ ପାଇଁ ମଡେଲ ତିଆରି ଚାଲିଛି’

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଶକ୍ତି କ୍ଷେତ୍ରରେ ଉପଲବ୍ଧି ଏବଂ ଦରରେ ସନ୍ତୁଳନ ଆଣିବା ଲାଗି ଭାରତ ଊର୍ଜା ନ୍ୟାୟର ଏକ ବିଶ୍ୱସ୍ତରୀୟ ମଡେଲ ତିଆରି କରୁଛି। ସବୁଜ ଶକ୍ତି ରୂପାନ୍ତର ପାଇଁ ଋଣନୀତି ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ଡିଜିଟାଲ…

ଝଡ଼ବର୍ଷା ଆଶଙ୍କା, ୨୨ରୁ ବଢ଼ିବ ତାତି

ଭୁବନେଶ୍ୱର,୧୭।୨(ବ୍ୟୁରୋ):ଓଡ଼ିଶା ଉପର ଦେଇ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଉଭୟ ଆରବ ଓ ବଙ୍ଗୋପ ସାଗର ଆଡୁ ଜଳୀୟ ବାଷ୍ପ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ୧୭ରୁ ୨୦ ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର…

ମହାପ୍ରଭୁଙ୍କୁ ୨.୫ କୋଟିର ଅଳଙ୍କାର

ପୁରୀ ଅଫିସ,୧୭।୨: ବସନ୍ତପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଜନୈକ ଭକ୍ତ ୮କିଲୋରୁ ଊର୍ଦ୍ଧ୍ୱ ଓଜନର ସୁନା ଓ ରୁପା ଅଳଙ୍କାର ଦାନ କରିଛନ୍ତି। ଏହି ଅଳଙ୍କାର ମଧ୍ୟରେ ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ, ୨ଟି…

ଅର୍ବାନ ବ୍ୟାଙ୍କ ଜମାକାରୀ ଫେରିପାଇବେ ଟଙ୍କା

ବାରିପଦା ଅଫିସ, ୧୬ା୨- ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟି (ଆରସିଏସ୍‌)ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୨୧ ତା୧୫ା୨ା୨୧ରେ ବାରିପଦା ଡ଼ିଭିଜନ ଡ଼େପୁଟି ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟ୍‌ (ଡିିଆର୍‌ସିଏସ୍‌)ଙ୍କୁ ଟଙ୍କା ଫେରସ୍ତ…

ସୁସ୍ଥ ହେଲେ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୨: ଓଡ଼ିଶାରେ ମଙ୍ଗଳବାର ୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌-୧୯କୁ ହରାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୭୦୦ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୪, ମୟୁରଭଞ୍ଜରୁ ୭, ଝାରୁସୁଗୁଡ଼ାରୁ ୬, ବାଲେଶ୍ୱର ଓ କଟକରୁ ୫, ବରଗଡ଼ରୁ ୪,…

ରାଉରକେଲାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,(ଡି.ଏନ.ଏ.)/ରାଉରକେଲା ଅଫିସ,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ ଜିଲା ଗସ୍ତରେ ଆସି ରାଉରକେଲାଠାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମକୁ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ନାମରେ ନାମିତ କରିଛନ୍ତି। ରାଉରକେଲା ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ…

ସୁନ୍ଦରଗଡ଼ରେ ଅଭିବାଦନ ରଖିଲେ ମୁଖ୍ୟମନ୍ତ୍ରୀ: ବିର୍ସା ମୁଣ୍ଡାଙ୍କ ନାମରେ ଘୋଷଣା କଲେ ହକି ଷ୍ଟାଡିୟମ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ରାଉରକେଲାଠାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ସହ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ନିର୍ମାଣ ହେବ। ଜିଲାର ବିକାଶ ଲାଗି ସରକାର ପ୍ରାୟ ୪,୮୦୦ କୋଟି ଟଙ୍କାର ବିଭିନ୍ନ…

ବରଯାତ୍ରୀ ନେଇ ଯାଉଥିଲା ବେଳେ ଓଲଟିଲା ମିନିଟ୍ରକ୍‌: ୨ ମୃତ, ୨୦ ଆହତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଗଜପତି ଜିଲା ଆର. ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମିନିଟ୍ରକ୍‌ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ଜନଥ ଦଳବେହେରା…

ବସନ୍ତ ପଞ୍ଚମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଆଜି ବସନ୍ତ ପଞ୍ଚମୀ ତଥା ମା’ ସରସ୍ବତୀଙ୍କ ପୂଜା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ…

ରାଉରକେଲା ଏୟାରଷ୍ଟ୍ରିପ୍‌ରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ

ଭୁବନେଶ୍ୱର, (ବ୍ୟୁରୋ)/ ରାଉରକେଲା ଅଫିସ, ୧୬।୨: ବେସାମରିକ ବିମାନ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶିକା ଉଷା ପାଢ଼ୀ ସୋମବାର ରାଉରକେଲା ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି। ଏଥିସହ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ସିଇଓ ଦୀପକ ଚଟ୍ଟରାଜ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ…

‘ପ୍ରସ୍ତୁତ ହୋଇନି ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ’

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ଦସ୍ତଖତ ଅଭିଯାନ…

ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବକ ଗିରଫ

ବାଙ୍କୀ, ୧୬।୨(ସ୍ବ.ପ୍ର.): ବାଙ୍କୀ ଥାନା ଡମପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଗଞ୍ଜାମ ପୁରୁଷୋତ୍ତପୁରର କୃଷ୍ଣଚନ୍ଦ୍ର ନାଥଙ୍କୁ ଗୋପାଳପୁରଠାରୁ ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। କୃଷ୍ଣ କିଛିଦିନ ହେବ ଡମପଡ଼ା ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri