ରାଜ୍ୟ

ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଝାରସୁଗୁଡ଼ା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ କାରଣ ପାଇଁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା, ସରକାରୀ ନିର୍ଦ୍ଦେଶନାମାର ଅବମାନନା,...

ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନକୁ ବିରୋଧ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ରେ ଫେରାଦ ହୋଇଛି। ମହାସଂଘର କହିବାନୁଯାୟୀ, ଶିକ୍ଷା ଅଧିକାର ଆଇନ ଧାରା ୨୯ ଅନୁଯାୟୀ...

୨୦୨୨ ସୁଦ୍ଧା ସରିବ ହକି ଷ୍ଟାଡିୟମ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ୨୦୨୨ ମଧ୍ୟଭାଗ ସୁଦ୍ଧା ରାଉରକେଲା ହକି ଷ୍ଟାଡିୟମ ନିର୍ମାଣ ଶେଷ ହେବ। ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ। ଏହି ନୂଆ ଷ୍ଟାଡିୟମରେ ୨୦୨୩ରେ...

ବିବାହ ପରେ ରକ୍ତଦାନ

ବଲାଙ୍ଗୀର ଅଫିସ,୧୯ା୧: ବିବାହକୁ ସ୍ମରଣୀୟ ଓ ନିଆରା କରି ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗୀର ସହର ଚିମିନିଭାଟିର ସୁବ୍ରତ ଖଣ୍ଡୁଆଲ। ସୋମବାର ଥିଲା ସୁବ୍ରତଙ୍କ ବିବାହ ଦିନ। ବିବାହ ପରେ ବରବେଶରେ ସେ ନବବଧୂ ଶ୍ୱେତପୂର୍ଣ୍ଣାଙ୍କୁ ଧରି...

ଚିତ୍ରକୋଣ୍ଡା ଡ୍ୟାମ୍‌ର ସୁରକ୍ଷା ଯାଞ୍ଚ

ଚିତ୍ରକୋଣ୍ଡା,୧୯ା୧: ଓଡ଼ିଶା ଡ୍ୟାମ୍‌ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ମଙ୍ଗଳବାର ଚିତ୍ରକୋଣ୍ଡା ଡ୍ୟାମ୍‌ ଓ ସ୍ପିଲ୍‌ୱେର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଟିମ୍‌ରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଡେପୁଟି ଡାଇରେକ୍ଟର ଅରୁଣ କୁମାର ଦାସ...

ମହାନଦୀ ପରେ ସାବେରୀ ଉପରେ ଛତିଶଗଡ଼ର ନଜର

ମାଲକାନଗିରି,୧୯ା୧: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ସୀମାନ୍ତବର୍ତ୍ତୀ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏହି ଦିଗରେ ଆଗଉଛନ୍ତି। ଏହାକୁ ଓଡ଼ିଶା ଆଦିବାସୀ ସଂଘ ବିରୋଧ କରିଛି। ମଙ୍ଗଳବାର କମାରପାଲିଠାରେ ୯ଟି...

ସୁସ୍ଥ ହେଲେ ୨୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୧: ଓଡ଼ିଶାରେ ମଙ୍ଗଳବାର ୨୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ଆରୋଗ୍ୟ ଲାଭ କରିଛନ୍ତି ସର୍ବାଧିକ ୪୦ ଜଣ। ସେହିଭଳି କଟକରୁ ୨୪, ସମ୍ବଲପୁରରୁ ୨୧, ଅନୁଗୁଳ, ବରଗଡ଼ ଓ ଝାରୁସୁଗୁଡ଼ା ୧୮, ବଲାଙ୍ଗୀରରୁ ୧୬, ପୁରୀ ୧୨,...

ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାଟଣା,୧୯।୧: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଉଦୟପୁର ବିଟ୍‌ ବଲାଣି ପଶି ଗ୍ରାମ୍ୟ ଜଙ୍ଗଲରେ ମଙ୍ଗଳବାର କିଛି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଫଳରେ ୧୫ ଶହରୁ ଊର୍ଦ୍ଧ୍ୱ ଆକାଶିଆ ଗଛ ପୋଡି ନଷ୍ଟ ହୋଇଯାଇଛି। ଖବର...

୧୧ ଟଙ୍କାର କାମ ପାଇଁ ନେଉଥିଲେ ୧୫ ଶହ

ବ୍ରଜରାଜନଗର,୧୯।୧: ଝାରସୁଗୁଗୁଡ଼ା ଜିଲା ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଭରତ ଘାସି ମଙ୍ଗଳବାର ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଯୋଗ୍ୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମମୃତ୍ୟୁ ପଞ୍ଜୀକରଣ ପାଇଁ ୧୧...

୨ ବାଘ ଛାଲ ବେପାରୀଙ୍କୁ ଗିରଫ କଲା ପୋଲିସ

ଜୁନାଗଡ଼,୧୯।୧: ଛତିଶଗଡ଼ ପୋଲିସ ୨ଜଣ ବାଘ ଛାଲ ବେପାରୀଙ୍କୁ ଧରିବାରେ ସଫଲ ହୋଇଛି। ପୋଲିସ ତାଙ୍କଠାରୁ ୨ଟି ବାଘ ଛାଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଝାରବନ୍ଦ ଗ୍ରାମର ରମେଶ ନାଏକ,...

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ: ସ୍ଥାନ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର,୧୯।୧(ବ୍ୟୁରେ): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌ ଭିନିଲ କ୍ରିଷ୍ଣା ମଙ୍ଗଳବାର ରାଉରକେଲା ଗସ୍ତରେ ଯାଇ ବିପିୟୁଟି ପରିସରରେ ନିର୍ମାଣ ହେବାକୁ ଥିବା ଆନ୍ତର୍ଜାତୀୟ...

ଆଜି ଭୁବନେଶ୍ୱରରୁ ୫ ଆକ୍ରାନ୍ତ ଚିହ୍ନଟ: ଲୋକାଲ କେସ ସଂଖ୍ୟା ଅଧିକ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri