ରାଜ୍ୟ

ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ରେ ସରିବ। ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌ ମିଳିବ। ସାର୍ଟିଫିକେଟ୍‌ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନ୍‌ଲାଇନ୍‌ରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ...

ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଓଡ଼ିଶାରେ ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହ ଲକ୍‌ଡାଉନ୍‌ ସ୍ଥିତି ଉପୁଜିବା ପରେ ଓଡ଼ିଶାରେ ମଧ୍ୟ ଛନକା ପଶିଛି। ବର୍ତ୍ତମାନ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ଯେପରି...

୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୨ତମ କାର୍ଯ୍ୟକାରୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶାର ୨୮ ଜିଲାର ମୋଟ ୩୩ କୋଟି ଟଙ୍କାର...

ଗୃହରେ ଧାନ ଝଡ଼

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ମଣ୍ଡିଗୁଡ଼ିକରେ ଶହ ଶହ କୁଇଣ୍ଟାଲ ଧାନ ପଡ଼ିରହିଛି। ଧାନର ଅଭାବୀ ବିକ୍ରି ହେଉଛି। କୁଇଣ୍ଟାଲ ପିଛା ୫ରୁ ୧୦ କିଲୋ କାଟି ନିଆଯାଉଛି। ସରକାର ଓ ମିଲରଙ୍କ ମଧ୍ୟରେ ଧାନ କିଣାକୁ ନେଇ ମଧୁଚନ୍ଦ୍ରିକା ଯୋଗୁ ଚାଷୀ...

ସେବା ନୁହେଁ ସନ୍ତୋଷଜନକ

ବଇଣ୍ଡା,୨୦।୨: ଜମା ହେଉ କି ଉଠାଣ, ବ୍ୟାଙ୍କକୁ ଗଲେ ଘଣ୍ଟା ଘଣ୍ଟା ସମୟ ଯାଉଛି। ଉପଭୋକ୍ତାମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ରହୁନି। ଏପରି କି ବରିଷ୍ଠ ନାଗରିକଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଉନି। ଅନୁଗୋଳ ଜିଲା କିଶୋରନଗର...

ନିରାଶ ହୋଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ତରବୋଡ/ନୂଆପଡ଼ା ଅଫିସ/ଖଡ଼ିଆଳ,୨୦।୨: ଟୋକନ ଲାପ୍ସ ଓ ବିଦ୍ୟୁତ୍‌ ସଂଯୋଗ କାଟିବାରୁ ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ନୂଆପଡା ଜିଲା ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗ୍ରାମର ଚାଷୀ ରୋମାଞ୍ଚଳ ଦଣ୍ଡସେନା (୩୨) ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ...

ରାସ୍ତାକାମ କରୁଥିଲା ଆନ୍ଧ୍ର ସିମେଣ୍ଟ, ମିକ୍ସଚର ମେଶିନ ଉଠାଇନେଲା ଓଡ଼ିଶା

କାଶୀନଗର,୨୦ା୨: ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାସ୍ତା ନିର୍ମାଣ ଚଳାଇଥିଲା। ଏଥର କିନ୍ତୁ ସ୍ଥାନୀୟ ପ୍ରଶାସନ ମୁହଁତୋଡ଼ ଜବାବ ଦେଇଛି। ରାସ୍ତା କାମରେ ବ୍ୟବହୃତ ସିମେଣ୍ଟ, ମିକ୍ସଚର ମେଶିନ ଓ ଚିପ୍‌ସ ଆଦି ଜବତ...

ସୁସ୍ଥ ହେଲେ ୯୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୨: ଓଡ଼ିଶାରେ ଶୁକ୍ରବାର ୯୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୯୮୦ରେ ପହଞ୍ଚିଛି। ବରଗଡ଼ରୁ ସର୍ବାଧିକ ୧୪, ଯାଜପୁରରୁ ୯, କଟକ ଓ ସମ୍ବୁଲପରରୁ ୮, ପୁରୀରୁ ୭,...

ଆନ୍ଧ୍ର ସ୍କୁଲରେ ତାଲା ପକାଇବ ଓଡ଼ିଶା

ପାରଳାଖେମୁଣ୍ଡି,୧୯ା୨: ଗଜପତି ଜିଲା କାଶୀନଗର ତହସିଲ ହାଡୁଭାଙ୍ଗୀ ମୌଜା ଖାତା ନଂ.୮୨ (ପ୍ଲଟ୍‌ ନଂ.୮୧୩)ରେ ରହିଛି ଆନ୍ଧ୍ରର ଏକ ସରକାରୀ ବିଦ୍ୟାଳୟ। ମଣ୍ଡଳ ପରିଷଦ ଉନ୍ନୀତ ପାଠଶାଳା ନାମରେ ଏହି ବିଦ୍ୟାଳୟ ୧୯୭୪ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଜଣାପଡିଛି। ସ୍କୁଲରେ...

ମୂଲିଆ ବେଶରେ ଧରିଲେ ଭିଜିଲାନ୍ସ ଅଧିକାରୀ

ବୁଗୁଡ଼ା,୧୯ା୨: ଗଞ୍ଜାମ ଜିଲା ଭଞ୍ଜନଗର ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ବୁଗୁଡ଼ା ଦାୟିତ୍ୱରେ ଥିବା ଓଭରସିୟର ଶୁକ୍ରବାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ସେ ହେଲେ ଉମା ଶଙ୍କର ବେହେରା। ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲିଠାରେ ଚାଷୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କଠାରୁ ଉମାଶଙ୍କର...

ଚଳନ୍ତା ବସ୍‌ ଉପରେ ପଡିଲା ୧୨ ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଆନନ୍ଦପୁର,୧୯।୨: କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁର ଶାଳପଡ଼ା ବାଇପାସ୍‌ ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ୨୦ ଫୁଟ ଓଭରବ୍ରିଜ ଉପରୁ ଏକ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ (ଓଡି୦୯ଜି-୬୦୫୧) ଭାରସାମ୍ୟ ହରାଇ ଚଳନ୍ତା...

ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର, ଅବସରପ୍ରାପ୍ତ ଆର୍‌ଆଇ

ସୋନପୁର,୧୯।୨: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ସୁପରଭାଇଜର ନବେନ୍ଦ୍ର ମହାକୁର ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri