ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନା: ଆଜି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ, ଦ୍ୱିତୀୟରେ କଟକ
ଭୁବନେଶ୍ୱର,୨୨।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮୭ ଜଣ...
ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ପହଞ୍ଚିଲେ ରାଷ୍ଟ୍ରପତି
କୋଣାର୍କ,୨୨।୩(ଡି.ଏନ୍.ଏ.): ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ସସ୍ତ୍ରୀକ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଛନ୍ତି। ଆଜି ପୂର୍ବାହ୍ନ ୯ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ...
ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ: ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନ ସିଲ୍
ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଏବଂ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏହି ଶିକ୍ଷାନୁଷ୍ଠାନକୁ ବିଏମ୍ସି ପକ୍ଷରୁ ସିଲ୍ କରି ଦିଆଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଶିକ୍ଷାନୁଷ୍ଠାନର ଗୋଟିଏ ହଷ୍ଟେଲ ରୁମ୍ରେ ଆଇସୋଲେଶନରେ...
ରାଜଧାନୀରେ ପ୍ରଥମ ମୁକ୍ତାକାଶ ପାଠାଗାର
ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଛାତ୍ରୀଛାତ୍ର ତଥା ଯୁବପିଢିଙ୍କ ଭିତରେ ପୁସ୍ତକ ପଠନ ଆଗ୍ରହକୁ ବଢାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଖୋଲିଛି ପ୍ରଥମ ମୁକ୍ତାକାଶ ପାଠାଗାର। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏକ ଅଭିନବ ପଦକ୍ଷେପ...
ପଦକ୍ଷେପ ବଦଳରେ ଦୋଷୀକୁ ଦୟା
ଭୁବନେଶ୍ୱର, ୨୨ା୩(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶରବାଗ ଅଞ୍ଚଳରେ ଏକ ନିର୍ମାଣାଧୀନ ସ୍ବେରେଜ ଲାଇନ୍ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ସ୍ବରେଜ ଲାଇନ୍ କାର୍ଯ୍ୟ ଓ୍ବାଟର କର୍ପୋରେଶନ ଅଫ୍ ଓଡିଶା(ଓ୍ବାଟକୋ) କରୁଥିବାବେଳେ ଲକ୍ଷ୍ମୀ କନଷ୍ଟ୍ରକ୍ସନ ଠିକା...
ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ
ଭୁବନେଶ୍ୱର, ୨୨ା୩ (ବ୍ୟୁରୋ):କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତୁରନ୍ତ ଆଇନ ପ୍ରଣୟନ ସମେତ ବିଭିନ୍ନ ଦାବି ନେଇ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ। ସଂଘ ଅଭିଯୋଗ କରିଛି ଯେ, ପ୍ରାଣୀଚିକିତ୍ସକମାନେ ବାକ୍ଶକ୍ତିହୀନ...
ହିଙ୍ଗୁଳା ଖଣିରୁ କୋଇଲା ଚୋରି ଧରିଲା ଏସ୍ଟିଏଫ
ଭୁବନେଶ୍ୱର,୨୨।୩(ବ୍ୟୁରୋ):ରାଜ୍ୟରେ ଥିବା ବିଭିନ୍ନ ଖଣିରୁ କୋଇଲା ଓ ଅନ୍ୟାନ୍ୟ ଖଣିଜ ଚୋରା ଚାଲାଣ ହେଉଛି। ଗତ କିଛିଦିନ ତଳେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ) ଅନୁଗୋଳ ଅଞ୍ଚଳରୁ ୪୦ ଟନ୍ ଚୋରା କୋଇଲା ଓ ୨ ଟ୍ରକ୍ ଜବତ...
ସଂକ୍ରମିତ ରକ୍ତ ଚିହ୍ନଟରେ ନାଟ୍-ପିସିଆର ପଦ୍ଧତି ସଫଳ
ଭୁବନେଶ୍ୱର, ୨୨।୩(ବ୍ୟୁରୋ):ସଂଗୃହୀତ ରକ୍ତକୁ ରୋଗୀଙ୍କୁ ଦେବା ପୂର୍ବରୁ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାନିରୀକ୍ଷା କରାଯାଇଥାଏ। ଉକ୍ତ ରକ୍ତ ମ୍ୟାଲେରିଆ, ସିଫିଲିସ୍, ଏଚ୍ଆଇଭି, ହେପାଟାଇଟିସ୍-ବି ଓ ସି ଆଦି ଦ୍ୱାରା ସଂକ୍ରମିତ କି ନୁହେଁ, ତାହାର ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।...
ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ
ଭୁବନେଶ୍ୱର, ୨୨ା୩(ବ୍ୟୁରୋ): ବିଗତ ଦୁଇ ଦଶନ୍ଧିରେ ରାଜ୍ୟ ସରକାରଙ୍କ ଦ୍ବାରା ଜଳସେଚନର ସୁବିଧା ଓ ସମୟୋଚିତ ଯୋଜନା ଫଳରେ ରାଜ୍ୟ କୃଷି କ୍ଷେତ୍ରରେ ପ୍ରଭୂତ ଉନ୍ନତି ହାସଲ କରିଛି। ଖାଦ୍ୟଶସ୍ୟ ଓ ଅନ୍ୟ କୃଷିଜାତ ଦ୍ରବ୍ୟ ଉତ୍ପାଦନ କ୍ରମାଗତ ଭାବେ...
ସାତକୋଶିଆରେ କାହ୍ନା ଟିମ୍
ବନ୍ତଳା,୨୨ା୩(ଡି.ଏନ.ଏ.):ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍କ୍ଲୋଜର ମଧ୍ୟରେ ଦୀର୍ଘ ଅଢ଼େଇବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବ। ରବିବାର କାହ୍ନା ଅଭୟାରଣ୍ୟର ଏକ ଟିମ୍ ସାତକୋଶିଆରେ ପହଞ୍ଚିବା ପରେ ଦୀର୍ଘଦିନର...
ଚାଷୀଙ୍କୁ ଭରସା ପବନଚାଳିତ ଶବ୍ଦଯନ୍ତ୍ର
ମହାକାଳପଡ଼ା,୨୨ା୩(ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକ ମହାକାଳପଡ଼ା ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବରଜ ବାହାକୁଦ ଗ୍ରାମର ଆମ୍ବଷୋଳଠାରେ କେତେଜଣ ଚାଷୀ ଖରାଦିନିଆ ଡାଳୁଅ ଧାନ ସହ ପନିପରିବା ଚାଷ କରିଛନ୍ତି। ବୁଲା ଗୋରୁ, ବନ୍ୟଜନ୍ତୁ, ପକ୍ଷୀଙ୍କ ଅବାଧ ପ୍ରବେଶରୁ ଚାଷକୁ...
ଅନିୟନ୍ତ୍ରିତ ବ୍ୟବହାରରୁ ସଙ୍କଟ
ଯାଜପୁର ଅଫିସ,୨୨ା୩: ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂପୃଷ୍ଠ ଜଳ ଭୂତଳକୁ ଝରିବା ହ୍ରାସ ପାଇଚାଲିଛି। ଏଭଳି ସ୍ଥଳେ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ବଢ଼ିଚାଲିଛି। ଏଥିରୁ ଅନେକ ଅଞ୍ଚଳରେ ଜଳକ୍ଲିଷ୍ଟତା ଦେଖିବାକୁ ମିଳୁଛି। ଅନିୟନ୍ତ୍ରିତ ଭୂତଳ ଜଳ ବ୍ୟବହାରକୁ ରୋକିବା...
Archives


