ମୁଣ୍ଡୁଳି ଜଳସ୍ରୋତରେ ଫସିଲା ହାତୀ
କଟକ ଅଫିସ,୨୪ା୯: ମୁଣ୍ଡୁଳି ଜଳରେ ଏକ ଦନ୍ତାହାତୀ ଫସିଛି। ଜଳ ସ୍ରୋତ ଅଧିକ ଥିବାରୁ ହାତୀଟି କୂଳକୁ ଯାଇ ପାରୁ ନ ଥିବା ଜଣାପଡ଼ିଛି। ଏଥିସହ ଆଉ ୨ଟି ହାତୀ ମଧ୍ୟ ଜଳସ୍ରୋତରେ ଭାସି ଅନନ୍ତପୁରଠାରେ ଲାଗିଛନ୍ତି। ଫସିଥିବା...
ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୬୩କୁ ବୃଦ୍ଧି
ଭୁବନେଶ୍ୱର,୨୪ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୬୩କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।...
ଖୋର୍ଦ୍ଧାରେ ବଢୁଛି ଗୋମାଂସ ଚାଲାଣ
ଖୋର୍ଦ୍ଧା ଅଫିସ,୨୪।୯: ଖୋର୍ଦ୍ଧାରୁ ଗୋମାଂସ ଚାଲାଣ ବଢିବାରେ ଲାଗିଛି। ଏଠାରୁ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶ ପ୍ରଭୃତି ବାହାର ରାଜ୍ୟକୁ ଗୋମାଂସ ଚାଲାଣ କରାଯାଉଛି। ଏଥିରେ ଏକ ର଼୍ୟାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଗତ ସପ୍ତାହ...
ବଲାଙ୍ଗୀରରେ ବିଜ୍ଞାନ କେନ୍ଦ୍ର, ପ୍ଲାନେଟାରିୟମ
ଭୁବନେଶ୍ୱର,୨୪ା୯(ବ୍ୟୁରୋ): ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ପ୍ରତିଷ୍ଠା ହେବ। ଆସନ୍ତା ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଗୁରୁବାର ବଲାଙ୍ଗୀରରେ ନିର୍ମାଣ ସ୍ଥଳ ପରିଦର୍ଶନ କରି ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା...
ବଗଲା ଧର୍ମଶାଳା ଜମି ବିକ୍ରି ମାମଲା: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାଏମ
କଟକ ଅଫିସ,୨୪ା୯: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସମ୍ବିତ ପାତ୍ରଙ୍କ ପକ୍ଷରୁ ଦାଏର ମାମଲାରେ ଗୁରୁବାର ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜମିର ବିକ୍ରି ଖର୍ଦ୍ଦି, କିସମ ବଦଳ, ନିର୍ମାଣ କାର୍ଯ୍ୟ ଚୂଡାନ୍ତ ରାୟ ଉପରେ ନିର୍ଭର...
ଆଜି ରାଜ୍ୟରୁ ୫୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୭ ଶିଶୁ
ଭୁବନେଶ୍ୱର,୨୪।୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୫୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୩,୧୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୧୬ ଜଣ...
ଅନ୍ଧବିଶ୍ୱାସ: କଦଳୀ ଭେଳା କରି ସମୁଦ୍ରରେ ଭସାଇଦେଲେ ସାପ କାମୁଡ଼ା ଛାତ୍ରୀଙ୍କ ମୃତଦେହ
ମହାକାଳପଡ଼ା,୨୪ା୯ ଡି.ଏନ.ଏ.): ଅନ୍ଧବିଶ୍ୱାସ ଓ ପୁରୁଣା ପରମ୍ପରା ଏବେ ବି ଲୋକଙ୍କ ମନରେ ବଞ୍ଚତ୍ ରହିଛି। ତା’ର ଏକ ଉଦାହରଣ ଗୁରୁବାର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅଧୀନ ଖରିନାସୀ ଗାଁରେ ଦେଖିବାକୁ ମିଳିଛି। ସ୍ଥାନୀୟ ମାଛ ଜେଟି ନିକଟରେ...
ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି। ବରିଷ୍ଠ ଡାକ୍ତର ତଥା ଏସ୍ସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ କହିଛନ୍ତି, ରୋଗ ଚିହ୍ନଟ ନ କରି ଫାର୍ମାସିଷ୍ଟମାନେ କେମିତି...
କଟକଣାରେ ହେବ ଦୁର୍ଗାପୂଜା
ଭୁବନେଶ୍ୱର,୨୪।୯(ବ୍ୟୁରୋ): ପାଖେଇ ଆସିଲାଣି ଦୁର୍ଗାପୂଜା। କଟକଣା ଭିତରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୁରୁବାର ଦଶହରା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନୂଆ ଗାଇଡ୍ଲାଇନ୍ ଜାରି କରିଛି। ପୂଜାକୁ ସମ୍ପୂର୍ଣ୍ଣ...
ଅଧାରେ ଲାଖିଛି ବିକାଶ
ଯାଜପୁର ଅଫିସ,୨୪ା୯: ଯାଜପୁର ଜିଲା ସଦର ମହକୁମାର ନବକଳେବର ପରିପ୍ରେକ୍ଷୀରେ ଆଉ ଏକ ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଏଥିରେ ମାନ୍ସାପୋଲଠାରୁ ବିରଜା ମହିଳା କଲେଜ ଛକ ଏବଂ ଜିଲା ସଦର ଡାକ୍ତରଖାନାଠାରୁ କାଲିଘାଟ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ...
ରକ୍ତରଞ୍ଜିତ ହେଉଛି ରାଜପଥ
ଅନୁଗୋଳ ଅଫିସ, ୨୪ା୯ଶେଷ ହେଉନି ସମ୍ପ୍ରସାରଣ। ଆଗଉନି ଓଭରବ୍ରିଜ୍, ଅଣ୍ଡରପାସ୍ ନିର୍ମାଣ। ପୂରଣ କରାଯାଉନି ଖାଲଖମା କି ମରାମତି ହେଉନି ବାଇପାସ୍। ୫ ବର୍ଷ ହେଲା ଏପରି ଅବସ୍ଥା ଯୋଗୁ ଏକପ୍ରକାର ମରଣଯନ୍ତା ପାଲଟିଛି ଅନୁଗୋଳ ଦେଇ ଯାଇଥିବା ୫୫...
ଟଳିଲା ଜମ୍ଭୀରା ବିପଦ -ବନ୍ୟାଞ୍ଚଳ ବୁଲିଲେ ବିଜେଡି ରାଜ୍ୟ ସମ୍ପାଦକ
ବାରିପଦା ଅଫିସ,୨୪ା୯- ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ଜମ୍ଭୀରା ନଦୀ ଓ ମହାନ୍ତି ନାଳରେ ସୃଷ୍ଟି ହୋଇଥିବା ବନ୍ୟା ବିପଦ ଟଳିଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ନଦୀର ଜଳପତ୍ତନ ହ୍ରାସ ପାଇଛି। ସୁରକ୍ଷିତ ସ୍ଥାନରେ ଆଶ୍ରୟ...
Archives


