ରାଜ୍ୟ

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ ଯାଉଥିବା ବେଳେ ଆନନ୍ଦପୁର ପୋଲିସ ଚଢ଼ାଉ କରି ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ. ଏପିଜେ ଅବଦୁଲ କଲାମ ଦୀପରୁ ମଲ୍ଟିପଲ୍‌ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେଡ୍‌ ରି-ଏଣ୍ଟ୍ରି ଭେହିକଲ୍‌ (ଏମ୍‌ଆଇଆରଭି)…

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା ପରଠାରୁ ସହରକୁ ଏକ ନୂତନ ଚେହେରା ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ ଜିଲା…

ବିପୁଳ ପରିମାଣର ଗଞ୍ଜେଇ ଜବତ: ଏକାବେଳକେ ସ୍ବାମୀଙ୍କ ସହ ୨ ସ୍ତ୍ରୀଙ୍କୁ ମାଡ଼ିବସିଲା ପୋଲିସ…

ପଦ୍ମପୁର ,୮।୫ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୪ଦିନ ତଲେ ନିକଟସ୍ଥ ଝାରବନ୍ଦ ଥାନା ଅଞ୍ଚଳରେ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ…

ସୌମ୍ୟଙ୍କ ହତ୍ୟା ମାମଲା: ବଡ଼ କଥା କହିଲେ ଆଇନ ମନ୍ତ୍ରୀ, ଜଣଜଣଙ୍କୁ…

ଭୁୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଲେ ଆଇନ ମନ୍ତ୍ରୀ କହିଛନ୍ତି। ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ। ରାଜ୍ୟରେ ଦଣ୍ଡବିଧାନ ହାର ବଢ଼ିଛି,…

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l ଘଟଣା ସମ୍ପର୍କରେ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ଗତ…

ବାଣନଇରେ ପିଇବାକୁ ନାହିଁ ପାଣି; ରାସ୍ତାରୋକୋ କହିଲେ ମହିଳା, ବୋରୱେଲ ଖୋଳିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପୁରୁଷୋତ୍ତମପୁର,୯।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ ପାଣିଟୋପାଏ ପିଇବା ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗୁହାରୀ…

ହୃଦୟ ବିଦାରକ କଥା କହିଲେ ବାପା ଗୋରୁ ମଇଁଷି ଭଳି ବାଡେଇଲେ, ଦୁଇ ଝିଅଙ୍କୁ…

ବାଲିଅନ୍ତା,୯।୫: ହୃଦୟ ବିଦାରକ କଥା କହିଲେ GRP କନଷ୍ଟେବଲ ସୌମ୍ୟଙ୍କ ବାପା। ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ମାରିଦେଲେ, ଏତେ କମ ଗିରଫ କାହିଁକି ହୋଇଚନ୍ତି। ଗୋରୁ ମଇଁଷି ଭଳି ପୁଅକୁ ଡାଲା ଅଟୋରେ ପକାଇ ନେଲେ। ବଞ୍ଚାଅ…

ଆସୁଛି ଲଘୁଚାପ; ଏହି ଜିଲାରେ ହୋଇପାରେ ପ୍ରବଳ ବର୍ଷା, ଓଡ଼ିଶାରେ…

ଭୁବନେଶ୍ବର,୯ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତ୍ତନଠାରୁ ଦେଢ଼ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ ଦିନରେ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ୧୧ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଏହା…

ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼, ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଗଜପତି,୯ା୫(ଗିରିଧାରୀ ପରିଚ୍ଛା): ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼ ଆସିଛି। ଓଡ଼ିଶା ଜନଗଣନା ଅଧିକାରୀଙ୍କୁ ବିରୋଧ କରୁଛନ୍ତି ଆନ୍ଧ୍ର ସପକ୍ଷବାଦୀ ଲୋକ। ଗାଁରେ ରହୁଥିବା ଆନ୍ଧ୍ର ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ତହସିଲଦାର ,…

କୋଦଳା ବାଲି ଢ଼ାବା ନିକଟରେ ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ବସ୍- ଟ୍ରକ ମୁହାମୁହିଁ ଧକ୍କା, ୧୫…

ଖଲ୍ଲିକୋଟ,୯ା୫(ପ୍ରଶାନ୍ତ କୁମାର ମିଶ୍ର): କୋଦଳା ଥାନା ବାଲି ଢ଼ାବା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ସ୍ତ୍ରୀ-ସ୍ବାମୀଙ୍କୁ ଧକ୍କା ଦେଇ ଫେରାର ମାରୁଥିଲା କାର୍‌, ବାଟରେ ହେଲା ଚକା ପଙ୍କଚର, ଆଉ ତା’ ପରେ…

କଲ୍ୟାଣସିଂହପୁର,୯ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍‌ ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବ ଭତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?