ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ, ଚାରିଆଡ଼େ ଚର୍ଚ୍ଚା: ନରେନ୍ଦ୍ର ମୋଦିଙ୍କ…

ଭୁବନେଶ୍ୱର,୧୨।୬: ଓଡ଼ିଶାରେ ଭାଜପା ସରକାରକୁ ୨ବର୍ଷ ପୂରିଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ କହିଛନ୍ତି, ୧୨ ଜୁନ ୨୦୨୪, ଆଜିକୁ ଠିକ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଆପଣମାନଙ୍କ ସେବା କରିବାର ପବିତ୍ର ଦାୟିତ୍ୱ ମୋତେ ମିଳିଥିଲା ।

ଜଣେ ସ୍ବୟଂସେବକର ସମର୍ପିତ ମନ ନେଇ, ଶିକ୍ଷକତାରୁ ସରପଞ୍ଚ ଏବଂ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ଯେଉଁ ଯାତ୍ରା ମୁଁ ଆରମ୍ଭ କରିଥିଲି, ଆଜି ରାଜ୍ୟର ସର୍ବୋଚ୍ଚ ଦାୟିତ୍ୱରେ ରହି ମଧ୍ୟ ସେହି ସେବାଭାବକୁ ଅବିଚଳ ରଖୁଛି। ଆପଣମାନଙ୍କ ନିଷ୍କପଟ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ପ୍ରକୃତ ଶକ୍ତି। ମୁଁ ଆପଣମାନଙ୍କ ଭିତରୁ ଜଣେ, ଆପଣଙ୍କ ଭାଇ, ଆପଣଙ୍କ ପୁଅ, ଆପଣଙ୍କ ମୋହନା ମୋ ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ।

ବିଗତ ଦୁଇ ବର୍ଷ ମଧ୍ୟରେ ଆମର ଏହି ‘ଲୋକଙ୍କ ସରକାର’ କେବଳ ଶାସନ ପରିଚାଳନା କରିନାହିଁ, ବରଂ ସେବା, ସମର୍ପଣ ଓ ସୁଶାସନ ବଳରେ ପ୍ରତ୍ୟେକ ଓଡ଼ିଆଳ ବିଶ୍ୱାସ ଭାଜନ ହୋଇପାରିଛି ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ବାସ୍ଥ୍ୟ; ପ୍ରତ୍ୟେକ କ୍ଷେତ୍ରରେ ଆଜି ବିକାଶର ଯେଉଁ ନୂତନ ଧାରା ପ୍ରବାହିତ ହେଉଛି, ତାହା ପଛରେ ରହିଛି ଆପଣମାନଙ୍କ ଅମୂଲ୍ୟ ଆଶୀର୍ବାଦ ଓ ସହଯୋଗ । ଏହି ଦୁଇ ବର୍ଷର ଯାତ୍ରା କେବଳ ସମୟର ହିସାବ ନୁହେଁ; ଏହା ସେବା, ସମର୍ପଣ ଓ ସମୃଦ୍ଧ ଓଡ଼ିଶା ଗଠନର ଏକ ସଙ୍କଳ୍ପବଦ୍ଧ ଯଜ୍ଞ ମୋର ସ୍ବପ୍ନ ହେଉଛି ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବା। ଏହି ସ୍ବପ୍ନ କେବଳ ମୋର ନୁହେଁ, ଏହା ସାଢ଼େ ଚାରି କୋଟି ଓଡି଼ଆଙ୍କ ସାମୂହିକ ସଂକସ୍ଥା

ଆସନ୍ତୁ, ଉତ୍କଳ ଜନନୀଙ୍କ ସେବାରେ ନିଜକୁ ସମ୍ପୂର୍ଣ ଢତ୍ସର୍ଗ କରି, ସମୂହ ପ୍ରୟାସ ମାଧ୍ୟମରେ ବିକାଶର ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିବା । ମୋ ଜୀବନର ପ୍ରତିଟି କ୍ଷଣ ଏହି ପବିତ୍ର ମାଟିର ସେବା ପାଇଁ ସମର୍ପିତ ରହିଛି ଏବଂ ସଦାସର୍ବଦା ରହିବା ଆପଣମାନଙ୍କ ଅକୁଣ୍ଠ ଭଲପାଇବା ଏବଂ ଭରସା ହିଁ ଏହି ବିକାଶ ଯାତ୍ରାରେ ମୋର ଏକମାତ୍ର ସମ୍ବଳ। ଆପଣମାନେ ହିଁ ଏହି ଅବିରତ ସେବା ଯଜ୍ଞର ପ୍ରକୃତ ନାୟକ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?