ସରଗୀ ଫୁଲରେ ଦଲାଲଙ୍କ ଦବଦବା : ଏମଏସପି ଘୋଷଣା, କ୍ରୟ କେନ୍ଦ୍ର ଖୋଲିବାକୁ ଦାବି

ଅମରପାଲି,୧୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଏବେ ଶାଳ (ସରଗୀ) ଫୁଲ ସଂଗ୍ରହ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଦିବାସୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ହଜାର ହଜାର ପରିବାର ସକାଳୁ ଜଙ୍ଗଲକୁ ଯାଇ ସରଗୀ ଫୁଲ ସଂଗ୍ରହ କରୁଥିବା ବେଳେ, ସରକାରୀ କ୍ରୟ ବ୍ୟବସ୍ଥା ଅଭାବରୁ ସେମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ଦଲାଲ ଓ ବେସରକାରୀ ବ୍ୟବସାୟୀମାନେ କିଲୋ ପ୍ରତି ମାତ୍ର ୧୫ରୁ ୨୦ ଟଙ୍କା ଦରରେ ଫୁଲ କିଣି ନେଉଥିବା ଅଭିଯୋଗ ହୋଇଛି।
ବୀରମହାରାଜପୁର ବ୍ଲକର ଦୁର୍ଜନତୈଲା, ବହଳପଦର, ଖଣ୍ଡହତା, ସଂଗ୍ରାମପୁର ଓ ପିତାମହୁଲ ପଞ୍ଚାୟତ ସମେତ ୫୦ରୁ ଅଧିକ ଗ୍ରାମର ଲୋକେ ଏବେ ବନଜାତ ଦ୍ରବ୍ୟ ସରଗୀ ଫୁଲ ସଂଗ୍ରହରେ ନିୟୋଜିତ ଅଛନ୍ତି। ସଂଗ୍ରହ ପରେ ଫୁଲକୁ ଶୁଖାଇ ଶାଳ ମଞ୍ଜି ସଂଗ୍ରହ କରାଯାଉଥିବା ବେଳେ, ଏହାର ସରକାରୀ କ୍ରୟ ବ୍ୟବସ୍ଥା ନଥିବାରୁ ସଂଗ୍ରହକାରୀମାନେ ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି।
ଗୁଦୁଗୁଦା ଗ୍ରାମର ରାତ୍ର ନାଏକଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଦଲାଲମାନେ କିଲୋ ପ୍ରତି ୧୫ରୁ ୨୦ ଟଙ୍କା ଦରରେ ସରଗୀ ଫୁଲ କିଣି ନେଉଛନ୍ତି। ଅନ୍ୟପକ୍ଷରେ, ସରକାରଙ୍କ ପକ୍ଷରୁ ଏହାର ନ୍ୟୁନତମ ସହାୟକ ମୂଲ୍ୟ (ଏମଏସପି) କେତେ ରହିଛି ଏବଂ କେଉଁ ସଂସ୍ଥା କ୍ରୟ କରିବ, ସେ ସମ୍ପର୍କରେ ଗ୍ରାମାଞ୍ଚଳରେ କୌଣସି ସ୍ପଷ୍ଟ ସୂଚନା ପହଞ୍ଚିନାହିଁ।
ରାଜ୍ୟ ସରକାରଙ୍କ ଅଧୀନସ୍ଥ ଟ୍ରାଇବାଲ ଡେଭେଲପମେଣ୍ଟ କୋ-ଅପରେଟିଭ କର୍ପୋରେସନ ଅଫ ଓଡ଼ିଶା ଲିମିଟେଡ(ଟିଡିସିସିଓଏଲ୍) ମାଧ୍ୟମରେ ବନ ସୁରକ୍ଷା ସମିତି (ଭଏସଏସ), ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପ୍ରାଥମିକ ବନଜାତ କ୍ରୟ କେନ୍ଦ୍ର ଦ୍ୱାରା ସରଗୀ ଫୁଲ କ୍ରୟ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ, ସୁବର୍ଣ୍ଣପୁର ଜିଲାରେ ଏହାର କାର୍ଯ୍ୟକଳାପ ସମ୍ପର୍କରେ ଲୋକଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ଭାଲୁଡୁଙ୍ଗୁରୀ ଗ୍ରାମର ସ୍ୱେଚ୍ଛାସେବୀ ଶେଷଦେବ ମାଝୀ କହିଛନ୍ତି।
ସ୍ଥାନୀୟ ଲୋକଙ୍କ ମତରେ, ଟିଡିସିସିଓଏଲ ଓ ଭିଏସଏସ ମାଧ୍ୟମରେ ଶୀଘ୍ର କ୍ରୟ କେନ୍ଦ୍ର ଖୋଲାଯାଇ ସରଗୀ ଫୁଲ କ୍ରୟ କରାଗଲେ ସଂଗ୍ରହକାରୀମାନେ ଉପଯୁକ୍ତ ମୂଲ୍ୟ ପାଇପାରିବେ। ଏହା ସହିତ ସରକାରଙ୍କ ପକ୍ଷରୁ ଏମଏସପି ଦର ସ୍ପଷ୍ଟ ଭାବେ ଘୋଷଣା ଓ ପ୍ରଚାର କରିବାକୁ ମଧ୍ୟ ଦାବି ଉଠିଛି।
ବଡ଼ବର୍ଡାକଟା ଗ୍ରାମର ଯୁବ ସ୍ୱେଚ୍ଛାସେବୀ ସୁଦାମ ଗାଈଗରିଆ କହିଛନ୍ତି, “ବୀରମହାରାଜପୁର ଅଞ୍ଚଳରେ ତୁରନ୍ତ ସରଗୀ ଫୁଲ କ୍ରୟ କେନ୍ଦ୍ର ଖୋଲାଯାଇ ସଂଗ୍ରହକାରୀଙ୍କଠାରୁ ଉଚିତ ମୂଲ୍ୟରେ କ୍ରୟ କରାଯାଉ। ନଚେତ୍ ଦଲାଲମାନେ ଲାଭବାନ ହେଉଥିବା ବେଳେ ପ୍ରକୃତ ହିତାଧିକାରୀ କ୍ଷତିଗ୍ରସ୍ତ ହେବେ।”
ସରଗୀ ଫୁଲ ସଂଗ୍ରହ ଋତୁ ଚାଲିଥିବା ବେଳେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସୁବ୍ୟବସ୍ଥିତ କ୍ରୟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?