ରାଜ୍ୟ

ପ୍ରକାଶ ପାଇଲା ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୫।୧: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ। ନୂଆକରି ଯୋଡ଼ି ହୋଇଥିବା ଯୁବ ଭୋଟରଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬...

ପୁଣି ଲେଉଟିଲା ଶୀତ, ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

ଜି.ଉଦୟଗିରି,୫ା୧(ଶିଶିର ପଟ୍ଟନାୟକ): କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଲେଉଟିଛି ଶୀତ। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରହିଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଅଧିକାରଙ୍କ ଠାରୁ ଜାଣିବାକୁ ମିଳିଛି। ଗୁରୁବାର...

ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ବାଲେଶ୍ୱର,୫।୧: ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ୨୦୧୬ରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ବର ରେଳ ଷ୍ଟେଶନରୁ ମଧ୍ୟାହ୍ନରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ...

ହାଇଟେକ୍‌ ଦ୍ୱନ୍ଦ୍ୱ: ତଦନ୍ତ ହେବ କହିଲେ ଡିସିପି

ଭୁବନେଶ୍ୱର,୫ା୧: ହାଇଟେକ୍‌ ମେଡିକାଲରେ ହୋଇଥିବା ବିସ୍ଫୋରଣକୁ ନେଇ ନାନା ସମସ୍ୟା ଉପୁଜିଛି। ମୃତ ବ୍ୟକ୍ତି ଏବେ ଜୀବିତ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଜ୍ୟୋତିରଞ୍ଜନ ମଲିକଙ୍କ ମୃତଦେହ କୁଆଡ଼େ ଗଲା ବୋଲି ପରିବାର ଲୋକେ...

ରାଜ୍ୟରେ ଖୋଲିବ ଆଉ ୧୮ ସରକାରୀ +୩ କଳା ଡିଗ୍ରୀ କଲେଜ

ଭୁବନେଶ୍ୱର,୫ା୧: ରାଜ୍ୟରେ ଆଉ ୧୮ଟି ସରକାରୀ + ୩ କଳା ଡିଗ୍ରୀ କଲେଜ ଖୋଲିବ। ୨୦୨୪-୨୫ରୁ ଏହି କଲେଜ ଖୋଲି ପାଠପଢ଼ା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଅପହଞ୍ଚ ଇଲାକାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ...

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ

ପାଟଣା,୫।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକର ଯୁବ ନେତା ତଥା ଜିଲା ବିଜେଡି ଉପ ସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ...

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଧାରଣାରେ ବସିଲେ ମୃତ ଜ୍ୟୋତିରଞ୍ଜନଙ୍କ ପରିବାର ଲୋକେ

ଭୁବନେଶ୍ୱର,୫ା୧(ସତ୍ୟଜିତ୍‌ ରାଉତ): ମୃତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ଗୁରୁବାର ହାଇଟେକ୍‌ ହସ୍ପିଟାଲ ପରିସରରେ ଧାରଣା ଦେଇଛନ୍ତି। ଜ୍ୟୋତିଙ୍କ ମୃତଦେହ ନେବାକୁ ସେମାନେ ଅଡ଼ି ବସିଛନ୍ତି। ଏଥସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି ରଖିଛନ୍ତି।...

ଆଇଡି ବିସ୍ଫୋରଣରେ ୩ ଯବାନ ଗୁରୁତର

ବୌଦ୍ଧ,୫।୧(ଅଜିତ ବାରିକ): ବୌଦ୍ଧ ଜିଲା ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ଶୁକ୍ରବାର ଆଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ଜଣ ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କ ସର୍ଚ୍ଚ ଅପରେଶନ ବେଳେ ଏହି ବିସ୍ଫୋରଣ ଘଟିଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି। ଗୁରୁତର...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୫ା୧(ସୁନୀଲ ମହାନ୍ତି): ଘରୋଇ କଳିରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରାଠାରେ। ନଦୀକୁ ଗାଧୋଇ ଯାଉଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ । ହତ୍ୟା କରିବା ପରେ...

ଓଲଟିଲା ସଂକୀର୍ତ୍ତନ ଦଳ ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ

ସୁନ୍ଦରଗଡ଼,୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅନ୍ତର୍ଗତ ଗୁଲଠାଠାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ପିକ୍‌ଅପ୍‌ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମୃତକ ଜଣକ...

ଚାଷୀ ସମସ୍ୟାକୁ ନେଇ ନୂଆପଡ଼ା ବନ୍ଦ

ନୂଆପଡ଼ା,୫।୧(ମକାରୁ ବେମାଲ): ରାଜ୍ୟ ସରକାରଙ୍କ କୃଷିମାରଣ ନୀତି, ଧାନର କଟନି ଛଟନି, କପାର ଅଭାବୀ ବିକ୍ରି, ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି, ଚାଷୀ ସମସ୍ୟା ତଥା ଧାନକିଣାରେ ହେଉଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ା ଭାଜପା ପକ୍ଷରୁ ଶୁକ୍ରବାର...

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଛାରଖାର ହୋଇଗଲା ଦୁଇ ପରିବାର, ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା

ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ହସ୍ପିଟାଲରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ। ବିସ୍ଫୋରଣରେ ଆହତ ୪ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri