ଡେରାବିଶ,୧୯ା୬(ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର କୋରାପୁଟ ଜିଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଧୀନ ପଲେଇ ପଞ୍ଚାୟତ ଜହଙ୍ଗର ଗ୍ରାମରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ଭିଜିଲାନ୍ସର ଟିମ୍ ଶୁକ୍ରବାର ସକାଳୁ ଜହଙ୍ଗରସ୍ଥିତ ସେଠୀଙ୍କ ପୈତୃକ ଘରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

