ରାସ୍ତା ନିର୍ମାଣ ପାଇଁ ସରିଲା ଜମି ଅଧିଗ୍ରହଣ, ଉଚ୍ଛେଦ ପାଇଁ ସମୟ ମାଗିଲେ ଗ୍ରାମବାସୀ, କହିଲେ ସମ୍ପୂର୍ଣ୍ଣ ଟଙ୍କା…

କେସିଙ୍ଗା,୧୯ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗାରୁ ଜୁନାଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ଫୋର୍‌ ଲେନ୍‌ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ୱରେ ଥିବା ପାଷ୍ଟିକୁଡ଼ି ଗ୍ରାମର ପ୍ରାୟ ପ୍ରାୟ ୧୦୦ଟି ପରିବାରରୁ ଜମି ଅଧିଗ୍ରହଣ ଶେଷ ହୋଇଯାଇଛି।

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ିଠାରେ ଜମି ଅଧିଗ୍ରହଣକୁ ନେଇ ଗୁରୁବାର ଜମି ମାଲିକ ଓ ପ୍ରଶାସନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କାରଣ ଶହେରୁ ଉଦ୍ଧର୍‌ବ ପରିବାରଙ୍କ ଜମି ଅଧିଗ୍ରହଣ ହୋଇଥିଲେ ସୁଦ୍ଧା ବହୁ ଲୋକଙ୍କୁ ଜମିର ଟଙ୍କା ମିଳିନାହିଁ। ଜମି ଅଧିଗ୍ରହଣକୁ ଗ୍ରାମବାସୀ ବିରୋଧ କରି ନ ଥିଲେ ମଧ୍ୟ ପ୍ରଶାସନର ତରବରିଆ ନୀତିକୁ ତୀବ୍ର ବିରୋଧ କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଯେଉଁ ହିତାଧିକାରୀଙ୍କ ଜମି ଅଧିଗ୍ରହଣ ହୋଇଛି ସମସ୍ତଙ୍କୁ ଅଧି ଗ୍ରହଣର ସମ୍ପୂର୍ଣ୍ଣ ଟଙ୍କା ମିଳି ନାହିଁ। ଆଉ କେତେକଙ୍କୁ ଆଜି ଯାଏ ଟଙ୍କା ମିଳିନାହିଁ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅଧିଗ୍ରହଣ ପାଇଁ ଆସିଥିବା ନୋଟିସ୍‌ରେ ତହସିଲଦାର ଦସ୍ତଖତ ଜୁନ୍‌ ୩ରେ ହୋଇଥିବା ବେଳେ ନୋଟିସ୍‌ ମିଳିଛି ଜୁନ ୧୦ରେ ଓ ୧୭ରେ ଜାଗା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୭ ଦିନ ଭିତରେ କ’ଣ ଘର ତିଆରି କରି ଆମେ ଘର ଛାଡ଼ି ପାରିବୁ କି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ କିଛି ନ ହେଲେ ମଧ୍ୟ ଆମକୁ ୬ ମାସ ଯାଏ ସମୟ ଦେବା ପାଇଁ ତହସିଲଦାରଙ୍କୁ ଗ୍ରାମବାସୀ ଦାବି କରିଛନ୍ତି। କିଛି ଦିନ ପରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ମାଜିଷ୍ଟ୍ରେଟ୍‌ ଦାୟିତ୍ୱ ଥିବା କେସିଙ୍ଗା ତହସିଲ ଅଫିସର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ପୋଲିସ ଦଳ ନେଇ ହିତାଧିକାରୀଙ୍କୁ ଘର ଖାଲି କରିବାକୁ କହିବାରୁ ଗ୍ରାମବାସୀ ଉତ୍ତେଜିତ ହୋଇ ମାଜିଷ୍ଟ୍ରେଟ୍‌ ଓ ପୋଲିସ ସହ ମୁହାଁମୁହିଁ ହୋଇଥିଲେ।

ଏ ସଂକ୍ରାନ୍ତରେ କେସିଙ୍ଗା ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲଙ୍କୁ ପଚାରିବାରୁ କୌଣସି ଉତ୍ତର ଦେବା ପାଇଁ ମନା କରିଥିଲେ। ଜିଲାପାଳଙ୍କ ସହ ଆଲୋଚନା ପରେ ବିଚାର କରାଯିବ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri