ସରକାରୀ ଡିଜିଟାଲ୍‌ ସମ୍ପତ୍ତିର ପରିଚାଳନାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରି ଦୁଇ ବର୍ଷ ପୂରଣ କରିଥିବା ବେଳେ ରାଜ୍ୟ ପ୍ରଶାସନରେ ନୂଆ ଏବଂ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ବଦଳିବା ପରେ ପୂର୍ବ ସରକାରଙ୍କ ସମୟରେ ଜନସାଧାରଣଙ୍କ ଟିକସ ଟଙ୍କାରେ ଗଢ଼ି ଉଠିଥିବା ବହୁ କୋଟି ଟଙ୍କାର ‘ଡିଜିଟାଲ ସମ୍ପତ୍ତି’ଗୁଡ଼ିକ କ’ଣ ହେଲା ଏବଂ ସେଗୁଡ଼ିକର ହସ୍ତାନ୍ତର ପ୍ରକ୍ରିୟା ଠିକ୍‌ ଭାବେ ହୋଇଛି କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଏହାର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଛି ଭାରତର ଅନ୍ୟତମ ବୃହତ୍‌ ଆଞ୍ଚଳିକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଡେଲିହଣ୍ଟ’ରେ। ପୂର୍ବରୁ ବିଜେଡି ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ ପ୍ରଚାର ପାଇଁ ‘ସିଏମ୍‌ଓ ଓଡ଼ିଶା’ ନାମରେ ଏକ ଭେରିଫାଏଡ୍‌ ଡେଲିହଣ୍ଟ୍‌ ଆକାଉଣ୍ଟ ତିଆରି କରାଯାଇଥିଲା। ୨୦୨୪ ନିର୍ବାଚନ ପରେ ରାଜ୍ୟରେ ଭାଜପା ଶାସନକୁ ଆସିଲା ଏବଂ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା (ଏଲ୍‌ଓପି) ହେଲେ। ଆଶ୍ଚର୍ଯ୍ୟର କଥା ହେଉଛି, ପୂର୍ବର ସରକାରୀ ‘ସିଏମ୍‌ଓ ଓଡ଼ିଶା’ ଆକାଉଣ୍ଟଟି ବର୍ତ୍ତମାନ ‘ଅଫିସ୍‌ ଅଫ୍‌ ଏଲ୍‌ଓପି ଓଡ଼ିଶା’ ନାମରେ ପରିଚାଳିତ ହେଉଛି, ଯାହାର ଫଲୋଅର୍ସ ସଂଖ୍ୟା ପ୍ରାୟ ୧୬ ଲକ୍ଷରୁ ଅଧିକ। ଯଦି ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ସରକାରୀ ଡିଜିଟାଲ ଆକାଉଣ୍ଟ ଥିଲା, ତେବେ ଏହା କୌଣସି ସରକାରୀ ସ୍ପଷ୍ଟୀକରଣ କିମ୍ବା ଆନୁଷ୍ଠାନିକ ପ୍ରକ୍ରିୟା ବିନା ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ/ଦଳୀୟ ଆକାଉଣ୍ଟରେ କିଭଳି ପରିଣତ ହେଲା ବୋଲି ପ୍ରଶ୍ନ ଉଠୁଛି। ସେହିପରି ସରକାରୀ ପ୍ଲାଟଫର୍ମ ଜରିଆରେ ଗଢ଼ାଯାଇଥିବା ଏହି ଜନସମ୍ପର୍କର ନିୟନ୍ତ୍ରଣ ବର୍ତ୍ତମାନ କାହା ହାତରେ ରହିଛି ବୋଲି ମଧ୍ୟ ପ୍ରଶ୍ନ ଉଠିବା ସ୍ବାଭାବିକ।
ଡେଲିହଣ୍ଟ୍‌ ପ୍ଲାଟଫର୍ମ ଓଡ଼ିଶାରେ ପ୍ରାୟ ୭୦ ଲକ୍ଷରୁ ୧ କୋଟି ଲୋକଙ୍କ ପାଖରେ ପହଞ୍ଚିଥାଏ, କାରଣ ଅଧିକାଂଶ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏହା ପୂର୍ବରୁ ହିଁ ସଂଯୁକ୍ତ ହୋଇ ରହିଥାଏ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଡେଲିହଣ୍ଟ୍‌ ହ୍ୟାଣ୍ଡେଲ୍‌ରେ ମଧ୍ୟ ପ୍ରାୟ ୧୫ ଲକ୍ଷ ଫଲୋଅର୍ସ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ୨୦୨୫ ଜୁଲାଇ ୨୫ ପରଠାରୁ ଏହି ଆକାଉଣ୍ଟରେ କୌଣସି ନୂଆ ସୂଚନା ବା ଅପଡେଟ୍‌ ଦିଆଯାଇନାହିଁ। ଏହି ଦୁଇଟିଯାକ ଆକାଉଣ୍ଟକୁ ମିଶାଇଲେ ପ୍ରାୟ ୩୦ ଲକ୍ଷରୁ ଅଧିକ ଜନସାଧାରଣଙ୍କ ଏକ ବିଶାଳ ଡିଜିଟାଲ ସ୍ରୋତ ରହିଛି। ମାତ୍ର ଗୋଟିଏ ଆକାଉଣ୍ଟର ପରିଚୟ ବଦଳିଯିବା ଏବଂ ଅନ୍ୟଟି ବର୍ଷେ ଧରି ନିଷ୍କ୍ରିୟ ରହିବା ସ୍ପଷ୍ଟ କରୁଛି ଯେ, ରାଜ୍ୟ ସରକାର ସେମାନଙ୍କର ଡିଜିଟାଲ ସମ୍ପତ୍ତିର ଠିକ୍‌ ଅଡିଟ କିମ୍ବା ଦାୟିତ୍ୱ ଗ୍ରହଣ ପ୍ରକ୍ରିୟା କରିନାହାନ୍ତି।
ରାଜ୍ୟ ପ୍ରଶାସନରେ ସମ୍ପତ୍ତି ଏବଂ ସରକାରୀ ସେଭିଂସ୍‌ର ଅବହେଳା କେବଳ ଡିଜିଟାଲ ଦୁନିଆରେ ସୀମିତ ନାହିଁ। ପୂର୍ବ ସରକାର ସମୟର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡଜନିତ ଗୁରୁତ୍ୱପୂର୍ଣ୍ଣ ତଦନ୍ତ ରିପୋର୍ଟ ସିଏମ୍‌ଓ କାର୍ଯ୍ୟାଳୟରୁ ଗାଏବ ହୋଇଯାଇଥିବା ନେଇ ଗୃହ ବିଭାଗ ଥାନାରେ ଏଫ୍‌ଆଇଆର୍‌ ଦାଏର କରିଛି। ଅନ୍ୟପଟେ ନିକଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଇଥିବା ସରକାରୀ ବିଜ୍ଞାପନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର କରାଯାଇ ଓଡ଼ିଶାର ସରକାରୀ ପ୍ରତୀକ ବା ରାଜ୍ୟ ଲୋଗୋକୁ ସମ୍ପୂର୍ଣ୍ଣ ବିକୃତ ରୂପେ ପ୍ରଦର୍ଶନ କରାଯାଇଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଥିଲା।
ଆଜିର ଆଧୁନିକ ଯୁଗରେ ସରକାରୀ ସମ୍ପତ୍ତି କହିଲେ କେବଳ ସରକାରୀ କୋଠାବାଡ଼ି, ଗାଡ଼ି କିମ୍ବା କାଗଜ ଫାଇଲ୍‌କୁ ବୁଝାଏନାହିଁ। ଜନସାଧାରଣଙ୍କ ଅର୍ଥରେ ତିଆରି ହୋଇଥିବା ସରକାରୀ ୱେବ୍‌ସାଇଟ୍‌, ସୋସିଆଲ ମିଡିଆ ଆକାଉଣ୍ଟ, ମୋବାଇଲ ଆପ୍‌ସ, ଡିଜିଟାଲ ଆର୍କାଇଭ ଏବଂ ବହୁ କୋଟି ଫଲୋଅର୍ସଙ୍କ ଗ୍ରୁପ୍‌ ମଧ୍ୟ ସରକାରଙ୍କ ମୂଲ୍ୟବାନ ସମ୍ପତ୍ତି। ଏଗୁଡ଼ିକର ମାଲିକାନା କେଉଁ ବିଭାଗ ପାଖରେ ରହିବ, ସରକାର ବଦଳିଲେ ଏହାର ହସ୍ତାନ୍ତର କିଭଳି ହେବ, ସେଥିପାଇଁ ଏକ କେନ୍ଦ୍ରୀୟ ତାଲିକା ଏବଂ ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ରହିବା ନିହାତି ଜରୁରୀ। ସରକାର ବଦଳିବାର ଦୁଇ ବର୍ଷ ପରେ ଓଡ଼ିଶାର ଜନସାଧାରଣ ଏହି ସବୁ ପ୍ରଶ୍ନର ଠିକ୍‌ ଉତ୍ତର ଚାହାନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯(ବନ୍ଦନା ସେଠୀ): ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?