ହକି ବିଶ୍ୱକପ୍ ପାଇଁ ଜାତୀୟ ସଙ୍ଗୀତ ଗାଇବେ କୋରାପୁଟର ନମିତା
ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜନ ହେଉଛି। ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା। କୋରାପୁଟ ଜିଲାର ବନ୍ଧୁଗାଓଁ ବ୍ଲକ୍ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ…
ଅଲିଭ୍ ରିଡ୍ଲେଙ୍କୁ ବିପଦ ଟ୍ରଲର, ବୋଟ୍; ନିଷିଦ୍ଧାଞ୍ଚଳରେ ଚାଲିଛି ଅବାଧ ମାଛମରା
କୋଣାର୍କ,୧୮ା୧୨(ଡି.ଏନ୍.ଏ.): ଉପକୂଳରେ ଅସୁରକ୍ଷିତ ଅଲିଭ ରିଡ୍ଲେ। ଅନ୍ତୁଡ଼ିଶାଳ ପାଲଟିଛି ଶ୍ମଶାନ। ଅଣ୍ଡାଦାନରେ ବାଧକ ସାଜିଛି ବେଆଇନ ଟ୍ରଲର ଚଳାଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ସମୁଦ୍ରକୂଳରୁ ୨୦କିଲୋମିଟର ମଧ୍ୟକୁ କେହି ମାଛ ଧରିବା ପାଇଁ ଯାଇପାରିବେ ନାହିଁ।…
୩ ଦିନ ପରେ ବି ନାବାଳକ ଛାତ୍ରଙ୍କ ପତ୍ତା ମିଳୁନି, ସନ୍ଦେହଘେରକୁ ଆସିଲା ପାଲଟଣା ଭ୍ୟାନ
ନୟାଗଡ଼ ଅଫିସ/ଓଡ଼ଗାଁ, ୧୮ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର(୧୨) ନିଖୋଜ ହେବାର ଆଜିକୁ ୩ ଦିନ ବିତିବାକୁ ବସିଛି। ହେଲେ ତାଙ୍କର ଟେର ମିଳୁନି। ଘର ନିକଟ…
ଖଳାରେ ଧାନ ଜଗିଥିବା ବେଳେ କଚାଡ଼ିଲା ହାତୀ, ଯୁବକଙ୍କ ଜୀବନ ଗଲା
ଦେବଗଡ଼,୧୮।୧୨(ଡି.ଏନ୍.ଏ.): ଖଳାରେ ଧାନ ଜଗିଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ଚିରଗୁଣିକୁଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଭାଗ୍ୟ କିସାନ(୩୫)। ସୂଚନାନୁଯାୟୀ, ଘର ନିକଟରେ ଥିବା ନିଜ…
ଢେଙ୍କାନାଳରୁ ଜାଲ ନୋଟ୍ ଜବତ ଘଟଣା: ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଦେବଗଡ଼ରୁ ବାନ୍ଧିଲା ପୋଲିସ
ଦେବଗଡ଼,୧୮।୧୨(ଡି.ଏନ୍.ଏ.): ଢେଙ୍କାନାଳରୁ ଜାଲ ନୋଟ ଜବତ ଘଟଣାରେ ଦେବଗଡ଼ରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଦେବଗଡ ବରପାଳି ସାହିର ବିଶ୍ୱନାଥ ଆଚାର୍ଯ୍ୟ(କାଳିଆ) ଏବଂ ଗୁରୁସାହିରେ ରହୁଥିବା ତ୍ରିନାଥ ଦାଶ। ଅଭିଯୁକ୍ତଙ୍କ ପାଖରୁ ଜାଲ ନୋଟ ତିଆରିରେ…
ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଦୁଇ ସୁନା ବ୍ୟବସାୟୀ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୁଇ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ଶନିବାର ପଚରାଉଚରା କରିଛି ଇଡି। ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ କେବେ କେତେ ସୁନା କିଣିଥିଲେ ସେସବୁର ତଥ୍ୟ ଦାଖଲ କରିଛନ୍ତି ଦୁଇ ସୁନା ବ୍ୟବସାୟୀ।…
ଛାତ୍ରଙ୍କ ବେକରେ ଜାଭେଲିନ ପଶିବା ଘଟଣା: ସମସ୍ତ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ବେକରେ ଜାଭେଲିନ ପଶି ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ଗୁରୁତର ଛାତ୍ର ସଦାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ…
ଟ୍ରକ୍ ପଛରେ ପିଟିହେଲା ବାଇକ୍, ଚାଲିଗଲା ଦମ୍ପତିଙ୍କ ଜୀବନ
ଖୋର୍ଦ୍ଧା ଅଫିସ,୧୭ା୧୨: ଷୋହଳ ନଂ ଜାତୀୟ ରାଜପଥ ଦୀକ୍ଷିତପଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବିଦ୍ୟୁତ୍ଖୁଣ୍ଟ ବୋଝେଇ ଟ୍ରକ୍କୁ ବାଇକ୍ ପଛପଟୁ ଧକ୍କା ଦେବାରୁ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉଲ୍ଲାସ ଚନ୍ଦ୍ର ସାହୁ(୫୩)…
ସୁନା ଦୋକାନରେ ଜିଏସ୍ଟି ଭିଜିଲାନ୍ସର ଚଢ଼ାଉ
ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଶନିବାର ଜିଏସ୍ଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟ ବାଣିଜ୍ୟକର ବିଭାଗ ଅତିରିକ୍ତ କମିଶନର ବୈଶାଗୁ ବାହାଲଙ୍କ ନେତୃତ୍ୱରେ ଏକ…
୪ ଘଣ୍ଟା ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ୍
ବଲାଙ୍ଗୀର ଅଫିସ, ୧୭।୧୨: ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜାଭେଲିନ୍କୁ ବାହାର କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଡାକ୍ତର ଟିମ୍ ଅସ୍ତ୍ରୋପଚାର କରି ଜାଭେଲିନକୁ ବାହାର କରିଛନ୍ତି। ସଦାନନ୍ଦ…
୧ ଲକ୍ଷ ୯୦ ହଜାର ଟଙ୍କାର ଜାଲ୍ନୋଟ ଜବତ: ବନ୍ଧା ହେଲେ ଯୁବକ
ଢେଙ୍କାନାଳ ଅଫିସ,୧୭।୧୨: ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଜାଲ୍ନୋଟ ପୋଲିସ ଜବତ କରିଛି। ସଦର ଥାନା ଅଧୀନ ଭାପୁର ରଥପଦା ଅଞ୍ଚଳରେ ପୋଲିସର ଏସ୍ଟିଏଫ୍ ଟିମ୍ ଅଚାନକ ଚଢ଼ାଉ କରି ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କାର…
ବାର୍ଷିକ କ୍ରୀଡ଼ାରେ ଅଘଟଣ: ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍
ବଲାଙ୍ଗୀର ଅଫିସ,୧୭।୧୨: ବଲାଙ୍ଗୀର ଜିଲା ଆଗଲପୁର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ରଙ୍କ ବେକରେ ଜାଭେଲିନ ପଶିଯିବା ଫଳରେ ସେ ଗୁରୁତର ହୋଇପଡ଼ିଛନ୍ତି । ସମ୍ପୃକ୍ତ ଛାତ୍ର ହେଲେ ଆଗଲପୁର ବାଳକ ହାଇସ୍କୁଲ…
Archives


