ରାଜ୍ୟ

ହୋଲି ଖେଳସାରି କାଠଯୋଡ଼ିରେ ଗାଧୋଇବା ବେଳେ ବାଳକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ନରାଜ,୧୦।୩ (ଡି.ଏନ୍‌.ଏ.): ହୋଲିରେ ରଙ୍ଗ ଖେଳି ଗାଧୋଇବା ବେଳେ କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ଅରିଲ ଗ୍ରାମ ନିକଟ କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଜଣେ ବାଳକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଭୁବନେଶ୍ୱରର ଏକ...

ଇମାମି ପେପର ମିଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ରେମୁଣାସ୍ଥିତ ଇମାମି ପେପର ମିଲ୍‌ ଗୋଦାମରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳବାହିନୀ ସହ ଏନ୍‌ଡିଆର୍‌ଏଫ୍‌ର ଟିମ୍‌ ନିୟୋଜିତ ହୋଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।

ହୋଲି ପରେ ଗାଧୁଆ: କାଠଯୋଡ଼ିରେ ବୁଡ଼ି ଦୁଇ ବାଳକ ମୃତ

କଟକ ଅଫିସ/କଟକ ସଦର(ଡି.ଏନ୍‌.ଏ.),୧୦।୩: କଟକ ନିକଟ ୪୨ମୌଜାର କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଲେ ନିଶାନ୍ତ ପାଢ଼ୀ ଏବଂ ଶୁଭମ କୁମାର ବେହେରା। ଉଭୟଙ୍କ ଘର ନେତାଜୀ ନଗର ହୋଇଥିବା ବେଳେ ସେମାନେ...

ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

\ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଧନଞ୍ଜୟପୁର ଓ ଜଗନ୍ନାଥ ପ୍ରସାଦ ବ୍ଲକ ପାଟରାପଲ୍ଲୀରେ ସୋମବାର ସନ୍ଧ୍ୟାରେ ୨ଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ...

ହୋଲିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆଜି ପବିତ୍ର ହୋଲି। ସାରା ଦେଶରେ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ କେତେକ ସ୍ଥାନରେ କରୋନା ଭାଇରସ୍‌କୁ ନେଇ ହୋଲି ଫିକା ପଡ଼ିଛି। ତେବେ ଏହି ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ...

ଭୋର ୪ଟାରେ କଟକରେ ପହଞ୍ଚିଲେ ୫-ଟି ସଚିବ: ଖାନନଗରକୁ ଘୁଞ୍ଚିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

କଟକ ଅଫିସ୍‌,୧୦ା୩: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ କଟକ ବାଦାମବାଡ଼ିରେ ପହଞ୍ଚିଥିଲେ । ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ...

ତାମିଲନାଡୁରୁ ଦେବେନ୍ଦ୍ରଙ୍କ ମୃତଦେହକୁ ଓଡ଼ିଶା ଆଣିବାରେ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,୯।୩(ବ୍ୟୁରୋ): ସୁବର୍ଣ୍ଣପରୁ ଜିଲା ଅନ୍ତର୍ଗତ ଦଳବଦା ଗ୍ରାମର ଦେବେନ୍ଦ୍ର ଭୁକ୍ତଙ୍କର ତାମିଲନାଡୁସ୍ଥିତ ମାଲଗୁଡିଠାରେ ଶନିବାର ମଧ୍ୟାହ୍ନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ବିଷୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କୁ...

ହୋଲି ଲାଗି ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର,୯।୩(ବ୍ୟୁରୋ): ମଙ୍ଗଳବାର ହୋଲି ପାଳନ ହେବାକୁ ଥିବା ବେଳେ ଏ ନେଇ ମୋ ବସ୍‌ ସେବା ବନ୍ଦ ରହିବ। ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବା ବେଳେ ପରେ ସ୍ବାଭାବିକ ହେବା ନେଇ ସୂଚନା ମିଳିଛି। ଏହା...

ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର,୯।୩(ବ୍ୟୁରୋ): ଜଗନ୍ନାଥ ମନ୍ଦିର ସହ ଜଡ଼ିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଭାଜପା ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି ସୋମବାର ବିଜେଡି ମୁଖପାତ୍ର ସୁବାସ ସିଂହ କହିଛନ୍ତି । ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥଜମା ନେଇ ବିଜୟ...

ଶାଳ ଗଣ୍ଡି ସହ ମିନିଟ୍ରକ୍‌ ଜବତ, ୪ ଗିରଫ

ଦାରିଙ୍ଗବାଡ଼ି,୯।୩(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ସୋମବାର ଚୋରାଚାଲାଣ ହେଉଥିବା ୧୫ ଖଣ୍ଡ ଶାଳକାଠ ସହ ଏକ ମିନିଟ୍ରକକୁ ବନ ବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୪ଜଣ କାଠମାଫିଆଙ୍କୁ ମାମଲା ନଂ.୮୦/୧୯-୨୦ ଅନୁଯାୟୀ ବନ ବିଭାଗ କୋର୍ଟଚାଲାଣ...

ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍‌ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ...

ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ...

ଯାଜପୁରରେ ଆତଙ୍କ ଖେଳାଇଥିବା ଦନ୍ତାହାତୀ ଆଖି ବୁଜିଲା

ଭୁବନେଶ୍ୱର,୯।୩(ବ୍ୟୁରୋ): ଯାଜପୁରରେ ୫ ଜଣ ଲୋକଙ୍କ ଜୀବନ ନେଇସାରିବା ପରେ ଟ୍ରାଙ୍କୁଲାଇଜ କରି ଦନ୍ତା ହାତୀଟିକୁ ସେତେବେଳେ କାବୁ କରାଯାଇଥିଲା। ତେବେ ସେହି ଦନ୍ତାଟି ଆଖି ବୁଜିଛି। ହାତୀକୁ ସେବେଠାରୁ ଲୁହାଶିକୁଳିରେ ବନ୍ଧା ହୋଇ ରଖାଯାଇଥିଲା। ଯାହା ଫଳରେ ତାର...

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ ଅଫିସ,୯।୩: ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ନୀତି ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳ...

ହୃଷୀକେଶ ପଣ୍ଡା ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ

ଭୁବନେଶ୍ୱର,୯।୩(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଚାକିରିରୁ ଅବସର ଗ୍ରହଣ କରିଥିବା ଓଡ଼ିଆ ଅଫିସର ହୃଷୀକେଶ ପଣ୍ଡାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ମିଳିଛି। ହୃଷୀକେଶଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ ଭାବେ ନିଆଯାଇଛି। ଏହି ପ୍ୟାନେଲ...

ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ପ୍ରାୟ ୫୪୫ କୋଟି ଟଙ୍କା ରଖାଯାଇଛି। ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୩୦ଦିନରେ ମୋଟ...

ସିବିଆଇକୁ ଦିଆଯିବ ଭକ୍ତଙ୍କ ଦସ୍ତଖତପତ୍ର

ପୁରୀ ଅଫିସ,୯।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ି ଥିବାରୁ ଆର୍‌ବିଆଇ ଏହି ପଦକ୍ଷେପ ନେଇଛି। ଏଭଳି ସ୍ଥିିିତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି...

ମହାପ୍ରଭୁଙ୍କ ଜମିର ହିସାବ ନାହିଁ: ଅଧାଗିଳା ଅବସ୍ଥାରେ ଟଙ୍କା

ପୁରୀ ଅଫିସ,୯।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବିଶ୍ୱବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସୁଛନ୍ତି। ଆଉ ମହାପ୍ରଭୁଙ୍କ ସେବା କରିବାର ଯିଏ ସାମାନ୍ୟ ସୁଯୋଗ ପାଇଛି ସେ...