ରାଜ୍ୟ

୧୦ ଡିଗ୍ରୀ ତଳେ ୨୧ ସହର ତାପମାତ୍ରା

ଭୁବନେଶ୍ୱର, ୮।୧(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିଛି। ରବିବାର ଓଡ଼ିଶାର ୨୧ଟି ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ଏନେଇ…

କ୍ରିକେଟ ଖେଳି ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭବାନୀପାଟଣା,୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ…

ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର,୮ା୧(ବ୍ୟୁରୋ): ମାନ୍ୟବର ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀଲାଲ୍‌ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ପ୍ରଶାସନ ବିଭାଗର ପ୍ରଫେସର ଭାବରେ…

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ : ହାଇକୋର୍ଟ

କଟକ ଅଫିସ,୮ା୧: ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ବଳାତ୍କାର ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବଳାତ୍କାର ମାମଲାରେ…

ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀର ୧୦୧ ତମ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୮ା୧: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ରବିବାର ଆୟୋଜିତ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନୀର ୧୦୧ ତମ ପୂର୍ତ୍ତି ଉତ୍ସବରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୁନ୍ଦର ରାଜ୍ୟ ଓ ଦେଶ ଗଠନ ପାଇଁ  ଆହ୍ବାନ ଦେଇଛନ୍ତି। ସଭାସ୍ଥଳକୁ ଯାଇ ପ୍ରଥମେ…

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୮ା୧(ଡି.ଏନ୍‌.ଏ.): ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି ସହର। ଦୁଇ ଦିନ ହେବ ଏଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲ୍‌ସିୟର ରହିଛି ବୋଲି ଜି ଉଦୟଗିରି କୃଷି ପାଣିପାଗ ଫିଲ୍ଡ ୟୁନିଟ୍‌ ପକ୍ଷରୁ ଜଣାଯାଇଛି।…

ଶିଶୁପୁତ୍ରର ଯୌନାଙ୍ଗ କାଟିନେଲେ ଦୁର୍ବୃତ୍ତ

ପାଟଣା,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଭୃଙ୍ଗରାଜପଶି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଜଣେ ୨ ବର୍ଷ ୨ ମାସ  ଶିଶୁପୁତ୍ରର ଯୌନାଙ୍ଗକୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାରୁ କାଟି ନେଇ ଯାଇଥିବା ଜଣାପଡ଼ିଛି।…

‘ମୁଁ ନିଜ ଭିତରେ ପଦ୍ମାବତୀଙ୍କୁ ଦେଖୁଛି’

ସେ ନୃତ୍ୟରେ ନିଜକୁ ହଜାଇ ଦିଅନ୍ତି। କଥାବାର୍ତ୍ତା ହେଉ କି ଚାଲିଚଳନ, ପ୍ରତିଟି କାର୍ଯ୍ୟରେ ନିଜକୁ ଜଣେ ନୃତ୍ୟାଙ୍ଗନାର ପରିଚୟ ଦେବାକୁ ଚାହାନ୍ତି। ସବୁକ୍ଷେତ୍ରରେ ନୃତ୍ୟର ଭାବକୁ ଅଜାଡ଼ି ଦିଅନ୍ତି। ୬ବର୍ଷରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ତାଙ୍କୁ ବିଶ୍ୱବିଦିତ…

୨୮ରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୮।୧ (ବ୍ୟୁରୋ):ସାରା ଓଡ଼ିଶା ଏବେ ହକି ଫିଭର୍‌ରେ ପଡ଼ିଥିବାବେଳେ ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା। ୨୮ରୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜନ କରାଯିବ। ଏହାକୁ…

ଆଉ ୨ ଦିନ ଥରାଇବ ଶୀତ

ଭୁବନେଶ୍ୱର,୮।୧(ବ୍ୟୁରୋ): ସଞ୍ଜ ନଇଁଲେ ମାଡ଼ିଆସୁଛି କାଠୁଆ ଜାଡ଼। ଗାଁଗଣ୍ଡା, ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଗତ ଦୁଇଦିନ ହେବ ପ୍ରବଳ ଶୀତରେ ସାରା ରାଜ୍ୟ ଥରୁଛି। ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ବାୟୁ ପରିବେଶକୁ ଆହୁରି କାଲୁଆ କରିଦେଇଛି। ଡିସେମ୍ବରରେ ଶୀତ ଗାଏବ ହୋଇଗଲା।…

ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡିପିଆଇସି ସେଣ୍ଟର

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡାଟା, ପଲିସି ଆଣ୍ଡ୍‌ ଇନୋଭେଶନ୍‌ ସେଣ୍ଟର (ଡିପିଆଇସି)। ଏଥିପାଇଁ ଶନିବାର ଓଡ଼ିଶା ସରକାର ଭାରତର ଶିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛନ୍ତି। ଏହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ…

ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଫୁଲ୍ଲ କୁମାର ଦାସଙ୍କ ପରଲୋକ

ଭୁବନେଶ୍ୱର,୮।୧ (ବ୍ୟୁରୋ): ୧୯୬୫ ବ୍ୟାଚ୍‌ର ଆଏଏସ୍‌ ଅଫିସର ତଥା ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପ୍ରଫୁଲ୍ଲ କୁମାର ଦାସଙ୍କ ଶୁକ୍ରବାର ଗାନ୍ଧୀନଗରସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ଡ. ଦାସ ୧୯୪୧ମସିହା ଜୁନ୍‌ ୧୧ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri