ରାଜ୍ୟ

ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରଜରାଜନଗର,୯।୨(ଡି.ଏନ.ଏ.): ସ୍ବର୍ଗତ ନବ ଦାସଙ୍କୁ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାସହ ସେଠାରେ ଉପସ୍ଥିତ ପରିବାର…

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା

ଭୁବନେଶ୍ୱର,୯ା୨(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ସେ ଲୋକ ସଭା ପ୍ରବାସ କାର୍ଯ୍ୟକ୍ରମ ପାଇଁ ଢେଙ୍କାନାଳ ଏବଂ ଭଦ୍ରକ ଗସ୍ତ କରିବେ। ସେଠାରେ ବିଭିନ୍ନ ଜନସଭାକୁ ସମ୍ବୋଧନ କରିବା ସହ…

ସିଭିଲ ସର୍ଭିସ୍‌ ପାଇଁ ମାଗଣା କୋଚିଂ ଭେଳିକି

ଭୁବନେଶ୍ୱର, ୯।୨(ବ୍ୟୁରୋ): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ସଫଳତା ହାର ନୈରାଶ୍ୟଜନକ ରହୁଛି। ଏ କ୍ଷେତ୍ରରେ ନିଜ ଛାତ୍ରୀଛାତ୍ରଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଆଇଏଏସ୍‌ କୋଚିଂ ବ୍ୟବସ୍ଥା କରାଯାଇଥିଲା। ୨୦୧୬-୧୭ରେ ବିଶ୍ବବିଦ୍ୟାଳୟଗୁଡ଼ିକରେ କୋଚିଂ ଦିଆଯାଇଥିଲା।…

ବସ୍‌-ହାଇଓ୍ବା ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ଜେନାପୁର,୯ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଭଡ଼ଙ୍ଗା ଛକ ନିକଟରେ ଗୁରୁବାର ଏକ ବସ୍‌ ସହ ହାଇଓ୍ବା ଧକ୍କା ହେବାରୁ ୧୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବସ୍‌ଟି ଡୁବୁରୀରୁ ଚଣ୍ଡିଖୋଲ ଅଭିମୁଖେ…

୧୦ରୁ ପ୍ରାଚୀ ପରିକ୍ରମା ପଦଯାତ୍ରା

ଭୁବନେଶ୍ୱର, ୯।୨ (ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହେବ। ଶ୍ରୀ ଅନ୍ଧକପିଳେଶ୍ୱର ମନ୍ଦିର, କପିଳେଶ୍ୱରପୁର, ଅଡଶପୁରଠାରୁ ଆରମ୍ଭ ହେବାକୁ ଥିବା ଏହି ପରିକ୍ରମାରେ ଓଡ଼ିଶାର ବରେଣ୍ୟ ସନ୍ଥବୃନ୍ଦ ପ୍ରାଚୀ ନଦୀକୂଳରେ ଅବସ୍ଥିତ ଦ୍ୱାଦଶ ମାଧବ, ଦ୍ୱାଦଶ…

୧୦ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର, ୯।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ୧୫ରେ ଆରମ୍ଭ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟର…

ବେଆଇନ ଇଟାଭାଟିକୁ ପ୍ରଶାସନର ଲଗାମ ନାହିଁ

କୋରେଇ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଗଢ଼ିଉଠିଥିବା ବେଆଇନ ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନର ଲଗାମ ନାହିଁ। କୋରେଇ ବ୍ଲକର ମୂଳାପାଳ, ପଥରପଦା, ବନ୍ଦାଳ, ରଣପୁର, ମକୁନ୍ଦୁପୁର ଆଦି ପଞ୍ଚାୟତରେ ଚିମିନି ଇଟାଭାଟି ଥିବା ସହିତ ଅନେକ ଗ୍ରାମ…

ଭୟ ବଢ଼ାଇଲାଣି ବନାଗ୍ନି

ଢେଙ୍କାନାଳ ଅଫିସ, ୯।୨: ଫେବୃୟାରୀ ପ୍ରଥମ ସପ୍ତାହରୁ ପାରଦ ଛୁଇଁଲାଣି ୩୩ ଡିଗ୍ରୀ। ଚଳିତବର୍ଷ ଆକାଶରୁ ଅଗ୍ନି ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କରିଥିବା ଅନୁମାନ ଏଥିରୁ ଜଳଜଳ ହୋଇ ଦିଶିଲାଣି। ଏସବୁ ଭିତରେ ଓଡ଼ିଶାରେ ଜଙ୍ଗଲ ନିଅଁାକୁ ନେଇ…

ଫେଲ୍‌ ମାରିଛି ଆଳୁ ମିଶନ

ଭଦ୍ରକ ଅଫିସ, ୯ା୨: ଭଦ୍ରକ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁ ନ ଥିବା ଦେଖିବାକୁ ମିଳିଛି। ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିହନ ଯୋଗାଣ ସହ ହେକ୍ଟର ପିଛା ସର୍ବାଧିକ ୫୮ ହଜାର ଟଙ୍କା…

ବନ ବିଭାଗ ହେପାଜତରେ ମୃତ୍ୟୁ ଘଟଣା: ରେଞ୍ଜର ସମେତ ୬ ବନ କର୍ମଚାରୀ କୋର୍ଟ ଚାଲାଣ

କଟକ ଅଫିସ, ୮।୨: ବନ ବିଭାଗ ହେପାଜତରେ ସାତଗୋଛିଆ ଗାଁ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ମାମଲାରେ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ ବନ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର…

ପୁଣି ୫ ଦିନିଆ ରିମାଣ୍ଡରେ ଗଲେ ଗୋପାଳ

ଝାରସୁଗୁଡ଼ା ଅଫିସ,୮ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି ୫ ଦିନ ରିମାଣ୍ଡରେ ଯାଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ। ବୁଧବାର ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ଗୋପାଳଙ୍କର…

୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ

ଖୋର୍ଦ୍ଧା ଅଫିସ,୮ା୨: ଖୋର୍ଦ୍ଧା ଆଦର୍ଶ ପୋଲିସକୁ ମିଳିଛି ବଡ଼ ସଫଳତା। ୧୬ ନଂ ଜାତୀୟ ରାଜପଥ ତୋଟାପଡ଼ା ଛକରେ ଚଢ଼ାଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri