ରାଜ୍ୟ

ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): ତେଲକୋଇ ଥାନା ରଗଡ଼ା ଗାଁରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଶନିବାର ଏକ ଧାରୁଆ ଅସ୍ତ୍ରରେ ବୀଭତ୍ସ ଭାବେ ହାଣି ହତ୍ୟା କଲାପରେ ରବିବାର ତେଲକୋଇ ଥାନାରେ ଆତ୍ମସମର୍ପଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତଙ୍କ ନାମ ରଥିଆ ସେଠୀ(୩୨)।…

ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି। ଯାହାକୁ ନେଇ ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥା ହେଉଛି। ଏଭଳି…

ପ୍ରତିଶ୍ରୁତି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ,୧୯ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକମାଳ ପରେ ରବିବାର ପଦ୍ମପୁରରେ ପହଞ୍ଚିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଏସ୍‌ଏଚଜି ମହିଳାଙ୍କୁ ସହୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି। ପଦ୍ମପୁରକୁ ବର୍ଷେ ଭିତରେ ଜିଲା…

ଆଦର୍ଶ ନାଗରିକ ହେବାକୁ ଆହ୍ବାନ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହଯୋଗରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ୭ଦିନ ଧରି ଚାଲିଥିବା ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଶନିବାର ଉଦ୍‌ଯାପିତ ହୋଇଯାଇଛି।…

ଅନୁଦାନ କମୁଛି: କେନ୍ଦ୍ରୀୟ ଯୋଜନା ବାଟବଣା ଆଶଙ୍କା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସପାଉଛି। ଏଥିଯୋଗୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବା ନେଇ ସମସ୍ୟା ଦେଖାଦେଇଛି। ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକବର୍ଷରେ ପ୍ରାୟ ୩୨,୮୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇବେ ବୋଲି ଆକଳନ…

କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ଜାଗରଯାତ୍ରା ଦେଖିବାକୁ ପୀଠକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ଜିଲା…

ସମ୍ପର୍କରୁ ମିଳିଛି ଲୋକପ୍ରିୟତା

ଛୋଟ ଏକ ଗାଁ ଆଉ ଛୋଟିଆ ଆଶା ଧରି ମେଧାବୀ ଛାତ୍ର ଜଣକ (ଇଞ୍ଜିନିୟରିଂ ଶିକ୍ଷା ଶେଷ ବର୍ଷ) ଭୁବନେଶ୍ୱରରେ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଏପରିକି ବ୍ୟବସାୟରେ ପାଦଦେବା ସହ ବହୁ ଘାତ ପ୍ରତିଘାତ ପରେ ମଧ୍ୟ ସେ ଜଣେ…

ୟୁଜି ନାମଲେଖା ପାଇଁ ସିୟୁଇଟି ସ୍କୋର ବ୍ୟବହାର ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁଜି ଏବଂ ପିଜି ନାମଲେଖା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏକକ ପିଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଆରମ୍ଭ କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପରୀକ୍ଷାରୁ ମୁକ୍ତ କରିବା ପାଇଁ ଏବଂ ସମସ୍ତ ପିଲାଙ୍କୁ ସମାନ ସୁଯୋଗ ଦେବା…

ରାଜ୍ୟକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କୋଭିଡ୍‌ ମହାମାରୀ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ବିଗାଡ଼ି ଦେଇଛି। କୋଭିଡ୍‌ ଭୟ ଯୋଗୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ଭାବେ ହ୍ରାସପାଇଛି। ଏପରି କି ୨୦୨୧ରେ ରାଜ୍ୟକୁ ମାତ୍ର ୨୨୬୯ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୨ରେ ଓଡ଼ିଶାକୁ ବିଦେଶୀ…

ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ବଡ଼ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟି ଟଙ୍କା ଠକେଇ କରିଥିବା ମାଷ୍ଟରମାଇଣ୍ଡଙ୍କୁ ବିହାରରୁ ଗିରଫ…

ଆଜି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର,୧୯।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ…

ଜଣେ ମୃତ, ୨୭ ଅସୁସ୍ଥ

ସୋର, ୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିଛି। ବାନ୍ତି, ପେଟ ବ୍ୟଥା ସାଙ୍ଗକୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଅନ୍ତେବାସିନୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri